Monday , June 21 2021
Breaking News
Home / ବିଶେଷ / ଅଦାଲତ ପରିସରରେ ଆଡଭୋକେଟ୍ ପଏଣ୍ଟ ଉଦଘାଟିତ

ଅଦାଲତ ପରିସରରେ ଆଡଭୋକେଟ୍ ପଏଣ୍ଟ ଉଦଘାଟିତ

କେନ୍ଦ୍ରାପଡ଼ା, ୦୬/୦୪/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଅଦାଲତ ପରିସରରେ ସୋମବାର  ଆଡଭୋକେଟ୍ ପଏଣ୍ଟ (ଭିଡିଓ କନଫରେନ୍ସିଂ କେବିନ୍) ଉଦଘାଟିତ ହୋଇଯାଇଛି ।  ଜିଲ୍ଲା ଦୌରାଜଜ ଗୋପାଳ ଚନ୍ଦ୍ର ବେହେରା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ରାଜ୍ୟ ସ୍ତରରେ ସମସ୍ତ ଜିଲ୍ଲା ଅଦାଲତ ଗୁଡିକ ପରିସରରେ ଏହି କେବିନ୍ କୁ ଓଡିଶା ଉଚ୍ଚ ନ୍ୟାୟାଳୟର  ମୁଖ୍ୟ ବିଚାରପତି ଡ଼ଃ. ଜଷ୍ଟିସ୍ ଏସ ମୁରଲୀଧର ଭିଡିଓ କନଫରେନି୍ସଂ ମାଧ୍ୟମରେ ଉଦଘାଟନ କରିବା ପରେ କେନ୍ଦ୍ରାପଡାରେ ଏହା ଉଦଘାଟିତ ହୋଇଥିଲା । ହାଇକୋର୍ଟ ସମେତ ଅନ୍ୟ ଅଦାଲତରେ କାର୍ଯ୍ୟ କରୁଥିବା ଆଇନଜୀବି ମାନେ କେନ୍ଦ୍ରାପଡାକୁ ନଆସି ଭିଡିଓ କନଫରେନ୍ସିଂ ମାଧ୍ୟମରେ କେନ୍ଦ୍ରାପଡା କୋର୍ଟରେ ଥିବା ମାମଲାକୁ ପରିଚାଳନା କରିପାରିବେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଦୌରାଜଜ ମୋହନରାଓ ଦୋରା, ଏସଡିଜେଏମ୍ ପ୍ରଜ୍ଞାପୂଜା ପ୍ରଦା, ସିଜେଏମ୍ ଜ୍ଞାନ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ  ମଳୟ କୁମାର ପ୍ରଧାନ, ଜିଲ୍ଲା ଓକିଲ ସଂଘର ସଭାପତି ଆଶୁତୋଷ ମହାନ୍ତି, ସଂପାଦକ ସେକ ଅଜିମୁଦ୍ଧିନ୍ଙ୍କ ସମେତ ସମସ୍ତ ବିଚାର ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

କରୋନା କାହାଣୀ : ସ୍ୱାମୀର ମୃତ୍ୟୁ ଖବର ପାଇ ସ୍ତ୍ରୀର ଆତ୍ମହତ୍ୟା ଉଦ୍ୟମ , ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର

ଗରଦପୁର,୨୦/୬/୨୦୨୧(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ତେଣ୍ଡାକୁଡ଼ା ପଂଚାୟତରେ ଗତ ଦୁଇ ଦିନ ମଧ୍ୟରେ ଦୁଇଟି କରୋନା ମୃତ୍ୟୁ ଘଟିଛି …

Leave a Reply

Your email address will not be published. Required fields are marked *