Sunday , June 20 2021
Home / ବିଶେଷ / ଅଜଣା ରୋଗରେ ୩ ମୃତ

ଅଜଣା ରୋଗରେ ୩ ମୃତ

ବୌଦ୍ଧ, ୨୬/୦୮/୨୦୧୯(ଓଡ଼ିଶା ସମାଚାର)- ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର   ତଳଗାଁ ପଂଚାୟତ ଅନ୍ତର୍ଗତ ଲୁଣ୍ଡୁରିଝରି ଗ୍ରାମରେ ଅଜଣା ରୋଗରେ ୯ ଦିନରେ ୩ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ଭୟରେ ଲୋକମାନେ ଗ୍ରାମ ଛାଡୁଥିବା ଜଣାଯାଇଛି । ମିଳିଥିବା ସୂଚନା ମୁତାବକ, ଏହି ଗ୍ରାମରେ ଆଦିବାସୀ ହରିଜନ ସଂପ୍ରଦାୟର ୭୫ ଟି ପରିବାରର ୩୦୦ ଲୋକ ବସବାସ କରୁଛନ୍ତି । ଗତ ୧୨ ତାରିଖ ଦିନ ଗର୍ଭବତୀ ମହିଳା ସରସ୍ୱତୀ ଦେହୁରୀ ଙ୍କର ହଠାତ୍ ମୃତୁ୍ୟ ହୋଇଥିବାବେଳେ ଗତ ୧୪ ତାରିଖ ଦିନ ଲକ୍ଷ୍ମୀ ମାଝି ଓ ଗତ ୨୧ ତାରିଖ ଦିନ  ବନିତା ନାଏକଙ୍କର ମୃତୁ୍ୟ ଘଟିଥିଲା । ଗତ ନଅ ଦିନ ମଧ୍ୟରେ ଗ୍ରାମର ୩ ଜଣଙ୍କ ମୃତୁ୍ୟକୁ ନେଇ ଗ୍ରାମରେ ଗୁଣି ଗାରେଡି ଯୋଗୁଁ ଏଭଳି ହେଉଥିବା ବିଶ୍ୱାସ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି । ଏନେଇ ଗ୍ରାମରେ ଗୁରୁବାର ଦିନ ବାହାରୁ ଗୁଣିଆ ଡକାଇ ପୂଜାବିଧି ସହ ଲୋକମାନଙ୍କୁ ଝଡାଫୁଙ୍କା କରାଯାଇଥିବା ଜଣାପଡିଛି । ଗ୍ରାମରେ ଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପସ୍ଥାନ କମିଥିବାବେଳେ ଛାତ୍ରଛାତ୍ରୀମାନେ ଭୟରେ ଆସୁନଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ବେଦାନ୍ତ ପକ୍ଷରୁ ଓଡ଼ିଶାର କଳାହାଣ୍ଡିରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ

• ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଭର୍ଚୁଆଲ ସମାରୋହରେ ଏହି ହସ୍ପିଟାଲ କୁ ଜନ ସାଧାରଣଙ୍କ …

Leave a Reply

Your email address will not be published. Required fields are marked *