Thursday , June 24 2021
Breaking News
Home / ତାଜା ଖବର / ଅଜଣା ରୋଗରେ ଗୋରୁ ଗାଈ ମୃତ ଓ ଆକ୍ରାନ୍ତ

ଅଜଣା ରୋଗରେ ଗୋରୁ ଗାଈ ମୃତ ଓ ଆକ୍ରାନ୍ତ

                                 ଗୋ-ଚାଷୀ ହତାଶ-ବେ ଫିକର ପଶୁସଂପଦ ବିଭାଗ

ସାଲେପୁର,୨୩/୦୮/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): -ରାଜ୍ୟ ସରକାରଙ୍କ ପଶୁ ସଂପଦ ବିଭାଗ ଗୋ-ଚାଷୀମାନଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରି ବ୍ୟାପକ ଅର୍ଥ  ବ୍ୟୟ ବରାଦ କରୁଥିଲେ ମଧ୍ୟ ତାହାର ସଫଳ ରୂପାୟନ ସାଲେପୁରରେ ହୋଇପାରୁ ନଥିବା ଦେଖିବାକୁ ମିଳିଛି । ସାଲେପୁର ବ୍ଲକ୍ ଅଧିନ ରାମେଶ୍ୱର ପଂଚାୟତର ଚାହାପଡ଼ା ଗ୍ରାମରେ ଅଜଣା ରୋଗରେ ବହୁ ଗୋରୁ ଗାଈ ମୃତ୍ୟୁବରଣ କରିଥିବା ବେଳେ ଶତାଧିକ ଗୋରୁ ରୋଗାକ୍ରାନ୍ତ ହୋଇ ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଏଭଳି ଘଟଣା ଯୋଗୁ ଗୋ-ଚାଷୀମାନେ ହତାଶ ହୋଇପଡ଼ିଛନ୍ତି । ତେବେ ଅଦ୍ୟାବଧି ପଶୁସଂପଦ ବିଭାଗ ପକ୍ଷରୁ ଡ଼କ୍ତର କିମ୍ବା କର୍ମଚାରୀ ସେଠାରେ ପହଂଚି ନଥିବା ଅଭିଯୋଗ ହୋଇଛି । ଏହି ଅଜଣା ରୋଗ ସନ୍ନିକଟ ଗ୍ରାମାଂଚଳକୁ ବ୍ୟାପିବାର ସମ୍ଭାବନା ଦେଖାଦେଇଛି । ଫଳରେ ସନ୍ନିକଟ ଗ୍ରାମ ମାନଙ୍କରେ ଥିବା ଗୋ-ଚାଷୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଯଦି ଗୋ-ସଂପଦ ବିଭାଗ ପକ୍ଷରୁ ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା କରାନଯାଏ ତେବେ ଅଧିକ ଗୋରୁ ଗାଈ ମୃତ୍ୟୁବରଣ କରିବେ । ଯାହା ଗୋ-ଚାଷୀମାନଙ୍କ ଜୀବନ ଜୀବିକାରେ ବିରାଟ କ୍ଷତି ଉପୁଯାଇବ । ବର୍ଷା ଦିନେ ଗୋରୁମାନଙ୍କ ଠାରେ ବିଭିନ୍ନ ରୋଗ ସଂକ୍ରମଣ  କରିବାର ସମ୍ଭାବନା ଥିବା ଯୋଗୁ ଗୋରୁ ଗାଈମାନଙ୍କୁ ବର୍ଷାଦିନ ପୂର୍ବରୁ ଭ୍ୟାକସିନ୍ ଦିଆଯିବାର ନିୟମ ଥିଲେ ମଧ୍ୟ ତାହା ସାଲେପୁର ଅଂଚଳରେ କାର୍ଯ୍ୟକାରୀ ହୋଇନଥିବା ଜଣାପଡ଼ିଛି । ସ୍ଥାନୀୟ ପଶୁସଂପଦ ବିଭାଗ କର୍ମଚାରୀମାନେ ମଧ୍ୟ ଗୋ-ସଂପଦର ଉନ୍ନତି ପାଇଁ ଗୋ-ଚାଷୀମାନଙ୍କ ନିକଟକୁ ଯାଇ ଯେଉଁ ପରାମର୍ଶ ଦେବା କଥା ତାହା କରୁନଥିବା ଗୋ-ଚାଷୀମାନଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଯଦି ବର୍ତମାନ ବିଭାଗ ପକ୍ଷରୁ ତୁରନ୍ତ ପ୍ରତିଷେଧକ ବ୍ୟବସ୍ଥା କରାନଯାଏ ତେବେ ଅଧିକ ଗୋରୁ ଗାଈ ମୃତ୍ୟୁବରଣ କରିବେ । ଜିଲ୍ଲା ପଶୁସଂପଦ ବିଭାଗ ଘଟଣାପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ଗୋ-ଚାଷୀମାନଙ୍କ ପକ୍ଷରୁ ଦୃଢ଼ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ- ୪୩ ଜଣ କରୋନା ଆକ୍ରାନ୍ତ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୧/୦୬/୨୦୨୧(ଓଡ଼ିଶା ସମାଚାର/ ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩୦୩୧ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ …

Leave a Reply

Your email address will not be published. Required fields are marked *