Wednesday , August 4 2021
Breaking News
Home / ବିଶେଷ / ଅଜଣା ଗାଡି ଧକ୍କାରେ ବାଇକ ଦୁର୍ଘଟଣା ଘଟି ଦୁଇ ମୃତ

ଅଜଣା ଗାଡି ଧକ୍କାରେ ବାଇକ ଦୁର୍ଘଟଣା ଘଟି ଦୁଇ ମୃତ

ବାଲିଗୁଡ଼ା,୦୨/୦୭.(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ମହାସିଙ୍ଗି ୫୯ ନମ୍ବର ଜାତୀୟ ରାଜପଥ ଧୂଙ୍ଗିଆ ଦେଇ ନିକଟରେ ଶୁକ୍ରବାର  ଅପରାହ୍ନ ରେ ଏକ ଅଜଣା ଗାଡି ଧକ୍କା ରେ ବାଇକ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି  | ମୃତକ ଦ୍ୱୟ ହେଲେ କ.ନୁଆଗାଁ ଥାନା ଜୁରୁକୁପଡା ଗ୍ରାମର ତିମନ୍ତ ଦିଗାଳ ହୋଇଥିବା ବେଳେ ଅନ୍ୟ ଜଣକ ବାଲିଗୁଡ଼ା ଥାନା ଗୁମାପଦର ବାଲିସାହିର ସୁବଳ ଦିଗାଳ ବୋଲି ଜଣାପଡ଼ିଛି । ସୂଚନା ପ୍ରକାରେ ମୃତକ ଦୁଇଜଣ ଶୁକ୍ରବାର ଅପରାହ୍ନ ରେ ସିର୍ତ୍ତିଗୁଡ଼ା ଅଞ୍ଚଳରୁ ବାଲିଗୁଡ଼ା ଅଭିମୁଖେ ଆସୁଥିବା ବେଳେ ମହାସିଙ୍ଗି  ଧୂଙ୍ଗିଆଦେଇ ଠାରେ ବାଇକଟି  ଏକ ଅଜଣା ଗାଡି ସହ ଧକ୍କା ଘଟି ରାସ୍ତାରେ ଗୁରୁତର ପଡିଥିଲେ ବାଇକ ଆରୋହୀ ଦୁଇଜଣ  । ପରେ  ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଦୁଇ ମୋଟରସାଇକେଲ ଆରୋହୀଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ମୋଟରସାଇକେଲ ଆରୋହୀ ଦ୍ୱୟଙ୍କୁ ମୃତ ଘୋଷଣା କରିଛନ୍ତି । ଓଡିଶା ସମାଚାର

About admin

Check Also

କେନ୍ଦ୍ରାପଡା ଜିଲ୍ଲାରେ ରାସ୍ତା ଦୁର୍ଘଟଣା : ମୃତ ଶ୍ରମିକଙ୍କ ଶବ ରଖି ଜଗତସିଂହପୁର ଜିଲ୍ଲାରେ କ୍ଷତି ପୂରଣ ଦାବି କେତେ ଯୁକ୍ତିଯୁକ୍ତ

ପାରାଦୀପ ୦୩/୦୮/୨୦୨୧(ଓଡ଼ିଶା ସମାଚାର)- ଗତ ଜୁଲାଇ ଦୁଇ ତାରିଖ ସକାଳେ କେନ୍ଦ୍ରପଡା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ ନୂଆଗାଁ ର …

Leave a Reply

Your email address will not be published. Required fields are marked *