Monday , June 14 2021
Breaking News
Home / ବିଶେଷ / ଅଙ୍ଗନବାଡ଼ି କର୍ମୀଙ୍କୁ ସାମାଜିକ ସୁରକ୍ଷା ପ୍ରଶିକ୍ଷଣ

ଅଙ୍ଗନବାଡ଼ି କର୍ମୀଙ୍କୁ ସାମାଜିକ ସୁରକ୍ଷା ପ୍ରଶିକ୍ଷଣ

ସାକ୍ଷୀଗୋପାଳ,୨୪/୦୭/୨୦୧୯(ଓଡ଼ିଶା ସମାଚାର)- ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକର ପଂଚାୟତ ସମିତି ସଭାଗୃହ ପରିସରରେ ସୋମବାର ଏକ ସାମାଜିକ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ଭବତରଣ ସାହୁ, ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ ସରୋଜ ଦତ, ଡିଏସ୍ଡବ୍ଲ୍ୟୁଓ ପୁଷ୍ପାଂଜଳି ମହାପାତ୍ର ଓ ସିଡିପିଓ ପ୍ରେମବାଳା ତ୍ରିପାଠୀଙ୍କ ସମେତ ସୁପରଭାଇଜରମାନେ ଉପସ୍ଥିତ ଥିଲେ । ବିଶେଷକରି ଗ୍ରାମଗୁଡ଼ିକରେ ରହିଯାଇଥିବା ଦିବ୍ୟାଙ୍ଗ, ଅବିବାହିତା ଯୁବତୀ, ବିଧବା ଓ ୬୦ବର୍ଷରୁ ଅଧିକ ବ୍ୟକ୍ତିମାନଙ୍କୁ ତୁରନ୍ତ ଭତା ଯୋଗାଇଦେବାକୁ କାର୍ଯ୍ୟକ୍ରମରେ ଉଦ୍ୟମ କରାଯାଇଛି । ଅଙ୍ଗନବାଡ଼ି କର୍ମୀମାନେ ପ୍ରଥମେ ଘର ଘର ବୁଲି ହିତାଧିକାରୀ ଚିହ୍ନଟ କରିବା ସହ ସେମାନଙ୍କଠାରୁ ଫର୍ମ ପୂରଣ ସହ ସମସ୍ତ ପ୍ରମାଣପତ୍ର ସଂଗ୍ରହ କରିବେ । ଏହି ଫର୍ମ ପୂରଣ କରି କର୍ମୀମାନେ ସୁପରଭାଇଜରମାନଙ୍କୁ ପ୍ରଦାନ କରିବେ । ସୁପରଭାଇଜରମାନେ ଉକ୍ତ ଫର୍ମଗୁଡ଼ିକ ଯାଂଚ କରିବା ପରେ ସିଡିପିଓଙ୍କୁ ପ୍ରଦାନ କରିବେ । ସିଡିପିଓ ସେଗୁଡ଼ିକ ତନଖି କରି ବିଡିଓଙ୍କୁ ହସ୍ତାନ୍ତର କରିବେ ବୋଲି ଉପଜିଲ୍ଲାପାଳ ଶ୍ରୀ ସାହୁ କର୍ମଶାଳାରେ ପ୍ରକାଶ କରିଥିଲେ । ଏହି କାର୍ଯ୍ୟ କରିବା ପାଇଁ କର୍ମୀମାନଙ୍କୁ ଦିନିକିଆ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ମାଓ ସଂଗଠନକୁ ସାହାଯ୍ୟ କରୁଥିବା ଅଭିଯୋଗ ରେ ଜଣେ ଗିରଫ

  କନ୍ଧମାଳ, ୧୩/୦୬/୨୦୨୧ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଅଞ୍ଚଳରେ ସକ୍ରିୟ ମାଓ ସଂଗଠନକୁ ସହଯୋଗ …

Leave a Reply

Your email address will not be published. Required fields are marked *