Thursday , August 5 2021
Breaking News
Home / ବିଶେଷ / ଅଗ୍ନିଶମ କର୍ମଚାରୀ ଙ୍କ ଯୋଗୁ ଅଳ୍ପକେ ବର୍ତିଲା ଦୁଇ ଟ୍ରାନ୍ସଫର୍ମର

ଅଗ୍ନିଶମ କର୍ମଚାରୀ ଙ୍କ ଯୋଗୁ ଅଳ୍ପକେ ବର୍ତିଲା ଦୁଇ ଟ୍ରାନ୍ସଫର୍ମର

ଭୁବନ,୧୨/୦୫/୨୦୨୧(ଓଡ଼ିଶା ସମାଚାର)- ଭୁବନ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତିଗଲା ଦୁଇଟି ବିଦ୍ୟୁତ ଟ୍ରାନ୍ସଫର୍ମର । ଭୁବନ କାଳୀବଜାର ସ୍ଥିତ ଲିପ୍ସା ଲସି ଦୋକାନରେ ବିଳମ୍ବିତ ରାତ୍ରରେ ବିଦ୍ୟୁତ ସଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡ ସଂପର୍କରେ ଖବର ପାଇ ଦମକଳ ବାହିନୀ ପହଁଚିଲା ବେଳକୁ  ଲସି ଦୋକାନରେ ଥିବା ଫ୍ରିଜ,ଫ୍ରିଜର ସମେତ ବହୁ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା । କିନ୍ତୁ ଲସି ଦୋକାନକୁ ଲାଗିକରି ଥିବା ଅନ୍ୟ ଦୋକାନ ଏବଂ ବିଦ୍ୟୁତ ଟ୍ରାନ୍ସଫର୍ମରକୁ ନିଆଁ ଧରିବା ପୂର୍ବରୁ ଦମକଳ ବାହିନୀ ମୁଖ୍ୟ ଆଗ୍ନିକ ମଧୁସୁଦନ ମହାନ୍ତି ଓ କର୍ମଚାରୀ ଭାଗିରଥି ପ୍ରଧାନ,ସୂର୍ଯ୍ୟମଣି ରାଉତ,ସୂର୍ଯ୍ୟକାନ୍ତ ସେଠୀ ,ସରୋଜ ବେହେରା ,ବିଶ୍ୱନାଥ ଦଳେଇ ଉପସ୍ଥିତ ବୁଦ୍ଧି ଖଟାଇ ନିଆଁକୁ ଆୟତ କରିଥିଲେ । ଓଡ଼ିଶା ସମାଚାର

About admin

Check Also

କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ତିନି ମାସ ପର୍ଯ୍ୟନ୍ତ ସମସ୍ତ ପ୍ରକାର ଯାନ ବାହାନ ଚଳାଚଳ ବନ୍ଦ ରହିବ

ଭୁବନେଶ୍ୱର,୦୪/୦୮/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀ ପୋଲର ମରାମତି ପାଇଁ ଏହି ପୋଲ ଉପରେ ଆଜି ଠାରୁ ଆସନ୍ତା ତିନି ମାସ …

Leave a Reply

Your email address will not be published. Required fields are marked *