Wednesday , August 4 2021
Breaking News
Home / ବିଶେଷ / ଅଗ୍ନିବିପନ୍ନ ପରିବାରକୁ ସହାୟତା

ଅଗ୍ନିବିପନ୍ନ ପରିବାରକୁ ସହାୟତା

ପାଟକୁରା ୨୨/୦୭/୨୦୧୯ ( ଓଡ଼ିଶା ସମାଚାର )-ଅଗ୍ନିବିପନ୍ନ ପରିବାରକୁ ଆଜି ପ୍ରଶାସନ ଓ ବେ-ସରକାରୀ ସ୍ତରରେ ସହାୟତା ପ୍ରଦାନ କରାଯାଇଛି । ପ୍ରକାଶ ଯେ,ପାଟକୁରା ପଂଚାୟତର ଜଗଦ୍ଦଳପୁର ଗ୍ରାମର ଗଦାଧର ବେଜ୍ଙ୍କର ଏକ ବଖରା ଚାଳଛପର ଘର ଆକଷ୍ମିକ ଅଗ୍ନିକାଣ୍ଡରେ ପୋଡି ପାଉଁଶ ହୋଇଯାଇଥିଲା । ଏ ସମ୍ପର୍କରେ ପାଟକୁରା ଥାନାରେ ଗଦାଧର ଅଭିଯୋଗ କରିଛନ୍ତି । ଆଜି ପ୍ରଶାସନଙ୍କ ପକ୍ଷରୁ ଗରଦପୁର ବିଡିଓ ଧରଣୀଧର ବେହେରା ଅଗ୍ନିବିପନ୍ନ ପରିବାରଙ୍କୁ ପଲିଥିନ୍ ଯୋଗାଇ ଦେଇଛନ୍ତି । ସେହିପି ପାଟକୁରା ସରପଂଚ ସୂର୍ଯ୍ୟମଣୀ ସେଠୀ ଗଦାଧରଙ୍କ ପରିବାରକୁ ଦୁଇ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବାବେଳେ କୋରେଇ ବିଧାୟକ ଅଶୋକ କୁମାର ବଳ  ୧୦ ହଜାର ଟଙ୍କା ଓ ପାଟକୁରାର ବିଜେଡି ନେତା ସଞ୍ଜୟ ଅଗ୍ରୱାଲ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଗୁଳି ଫୁଟାଇ ଯୁବକଙ୍କଠୁ ଲୁଟିନେଲେ

ଭଦ୍ରକ ୦୪/୦୮/୨୦୨୧(ଓଡ଼ିଶା ସମାଚାର)- ଭଦ୍ରକ ଗ୍ରାମାଂଚଳ ଥାନା ଅନ୍ତର୍ଗତ ଆଦର୍ଶ ହରିପୁର ଅଂଚଳରେ ସୋମବାର ରାତିରେ ଜଣେ ଯୁବକଙ୍କୁ ଦୁର୍ବୃତମାନେ …

Leave a Reply

Your email address will not be published. Required fields are marked *