Thursday , June 17 2021
Breaking News
Home / ବିଶେଷ / ଅଗ୍ନିକାଣ୍ଡ ବିପନ୍ନ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ

ଅଗ୍ନିକାଣ୍ଡ ବିପନ୍ନ ପରିବାର ବର୍ଗଙ୍କୁ ସରକାରୀ ସହାୟତା ପ୍ରଦାନ

କନ୍ଧମାଳ, ୧୫/୦୨/୨୦୨୧ (ଓଡ଼ିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଳକର ବଲସକୁମ୍ଫା ଅନ୍ତର୍ଗତ ଟିଟ୍ରାପଙ୍ଗା ପଞ୍ଚାୟତ ର ବାରିଆଗୁଡ଼ା ଗ୍ରାମରେ ରବିବାର ବିଳମ୍ବିତ ରାତ୍ରରେ କୌଣସି ପ୍ରକାର ଅଗ୍ନିକାଣ୍ଡ ଘଟି ଗ୍ରାମର ସିମାଞ୍ଚଳ ସାହୁ, ପ୍ରତାପ ସାହୁ, ବିରଞ୍ଚି ନାରାୟଣ ସାହୁ, କାହ୍ନୁ ଚରଣ ସାହୁଙ୍କ ୪ ବଖରା ଘର ସଂପୂର୍ଣ୍ଣଭାବେ ପୋଡି ନଷ୍ଟ ହୋଇଯାଇଛି। ଖବର ପାଇଁ ଫୁଲବାଣୀ ଦମକଳ ବାହିନୀ ପହଞ୍ଚିଥିଲେ ମଧ୍ୟ ଘରର ସମସ୍ତ ଆସବାସ ପତ୍ର ପୋଡ଼ି ନଷ୍ଟ ହୋଇଯାଇଥିବା ବେଳେ ସୋମବାର  ଅଗ୍ନି ବିପନ୍ନଙ୍କ ପାଖରେ ଖଜୁରିପଡ଼ା ତହସିଲଦାର ସପ୍ନିତା ନାୟକ ଓ ରାଜସ୍ୱ ନରୀକ୍ଷକ ପ୍ରମୁଖ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହିତ ପଲିଥିନ୍ ପ୍ରଦାନ କରିଛନ୍ତି। ସେହିଭଳି ଟିଟ୍ରାପଙ୍ଗା ସରପଞ୍ଚ  ଗୀତାଞ୍ଜଳୀ ଜାନୀ, ନାଏବ ସରପଞ୍ଚ  ବ୍ରହ୍ମାନନ୍ଦ ଦିଗାଲ, ସମିତିସଭ୍ୟା ମୋନିସା ଦିଗାଲ ଓ ସଂଜିବ ଲୋଚନ ପ୍ରଧାନ ପ୍ରମୁଖ ଅଗ୍ନି ବିପନ୍ନଙ୍କ ପାଖରେ ପହଞ୍ଚି ସମବେଦନା ଜଣାଇବା ସହିତ ଶୁଖିଲା ଖାଦ୍ୟ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଓଡ଼ିଶା ସମାଚାର

About admin

Check Also

୧ଜୁଲାଇ ସକାଳ ପର୍ୟ୍ୟନ୍ତ ରାଜ୍ୟରେ  ଆଂଶିକ ଲକଡାଉନ 

ଭୁବନେଶ୍ୱର,୧୬/୦୬/୨୦୨୧(ଓଡ଼ିଶା ସମାଚାର)- ଓଡ଼ିଶା ସରକାର କୋଭିଡ କଟକଣାକୁ ଆଂଶିକ କୋହଳ କରିଛନ୍ତି। ରାଜ୍ୟର ଯେଉଁ ସବୁ ଜିଲ୍ଲାରେ ପ୍ରଥମେ କୋଭିଡ …

Leave a Reply

Your email address will not be published. Required fields are marked *