Wednesday , January 22 2020
Home / ପର୍ଯ୍ୟଟନ ଓ ସଂସ୍କୃତି

ପର୍ଯ୍ୟଟନ ଓ ସଂସ୍କୃତି

ଭିତରକନିକା ମହୋତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡା, ୨୧/୦୧/୨୦୨୦ (ଓଡ଼ିଶା ସମାଚାର)-ଭିତରକନିକା ମହୋତ୍ସବ ନିମନ୍ତେ ମଙ୍ଗଳବାର ସନ୍ଧ୍ୟାରେ ଜିଲ୍ଲା କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରସ୍ତୁତି ବୈଠକରେ ଫେବୃୟାରୀମାସ ୭ତାରିଖ ଠାରୁ ୯ତାରିଖ ପର୍ଯ୍ୟନ୍ତ ତିନିଧରି ରାଜନଗର ନଳିତାପାଟିଆରେ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ନିଷ୍ପତି ଗ୍ରହଣ କରାଯାଇଥିଲା । ପ୍ରାୟ ୧୦ ଏକର ପରିମିତ ସଂପୃକ୍ତ ପଡିଆରେ ୧୫୦ଟି ଷ୍ଟଲ …

Read More »

ରାଜାରାଣୀ ସଙ୍ଗୀତ ଉତ୍ସବର ଉଦଯାପନୀ ସଂଧ୍ୟାରେ ବଂଶୀର ସ୍ୱର ସହିତ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଯାଦୁକରୀ ମୁର୍ଚ୍ଛନା

ଭୁବନେଶ୍ୱର ,୨୦/୦୧/୨୦୨୦ (ଓଡ଼ିଶା ସମାଚାର)-ରାଜାରାଣୀ ସଙ୍ଗୀତ ଉତ୍ସବର ଆଜିଥିଲା ଅନ୍ତିମ ସନ୍ଧ୍ୟା । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ବିଭିନ୍ନ ରାଗ ରାଗିଣୀର ହୃଦୟସ୍ପର୍ଶୀ ପରିବେଷଣ ସହିତ ଉତ୍ସବସ୍ଥଳର ଚମତ୍କାର ସାଜସଜା ଏବଂ ୧୧ଶ ଶତାବ୍ଦୀ ନିର୍ମିତ ରାଜାରାଣୀ ମନ୍ଦିରର ଅପୂର୍ବ କଳା ସ୍ଥାପତ୍ୟ ଏବଂ ସଙ୍ଗୀତମୟ ତଥା ମନୋମୁଗ୍ଧକର ପରିବେଶ ଏ ବର୍ଷ ରାଜାରାଣୀ ଉତ୍ସବକୁ ଅନନ୍ୟ କରିଥିଲା । ରାଜ୍ୟ ପର୍ଯ୍ୟଟନ ବିଭାଗର ଏହି ପ୍ରଶଂସନୀୟ ପ୍ରୟାସ ବାସ୍ତବିକ …

Read More »

ଲଳିତଗିରିର ପ୍ରସିଦ୍ଧ କେଶ ଯାତ୍ରା, ଉତ୍ସବ ମୁଖର ଓଳାଶୁଣୀ ପୀଠ

ମାହାଙ୍ଗା, ୨୦/୦୧/୨୦୨୦ (ଓଡିଶା ସମାଚାର/ଅଭୟ ଜେନା):ମହାନ ସନ୍ଥ ଅରକ୍ଷୀତ ଦାସଙ୍କ ମହିମାକୁ ନେଇ ଅନେକ କିମ୍ବଦନ୍ତି ଆଜିବି ଜନ ମାନସରେ ଉଜ୍ଜିବୀତ ରହିଛି । ଜଣେ ରାଜପୁତ୍ର ଯୋଗୀ ହୋଇ ସଂସାର ଭିତରେ ଶାନ୍ତି ମୈତ୍ରୀ ଓ ଐଶ୍ୱରୀୟ ଚେତନା ବାଣ୍ଟିବା ଏକ ଅନନ୍ୟ ଘଟଣାବଳୀ । ସେହି ମହାନ ସନ୍ଥ ସ୍ୱାମୀ ଅରକ୍ଷିତ ଦାସଙ୍କ ୧୮୩ ତମ ମହାପ୍ରୟାଣ ଦିବସ ପାଳନ ଅବସରରେ ଲଳିତଗିରି ଗ୍ରାମ ଉତ୍ସବମୁଖର ହୋଇଉଠିଛି …

Read More »

ଶିଶୁପାଳଗଡ଼ ମହୋତ୍ସବ : ବାଳିକାଙ୍କ ପାଇକ ସମରକଳାରୁ ଆରମ୍ଭ ତୃତୀୟ ସନ୍ଧ୍ୟା

ଭୁବନେଶ୍ୱର ,୨୦/୦୧/୨୦୨୦ (ଓଡ଼ିଶା ସମାଚାର)-“କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଂଚ’ (କାପୋକ୍‌) ତରଫରୁ ଆୟୋଜିତ ଶିଶୁପାଳଗଡ଼ ମହୋତ୍ସବ-୨୦୨୦ର ତୃତୀୟ ସଧ୍ୟା ବାଳିକାମାନଙ୍କ ପାଇକ ସମରକଳାରୁ ଆରମ୍ଭ ହୋଇଥିଲା । ଓଡ଼ିଶାର ବାଳିକାମାନେ ଖଣ୍ଡା ଲାଠି ମାଧ୍ୟମରେ ସାହସିକତାର ସହିତ ପାଇକ ଆଖଡ଼ା ପରିଦର୍ଶନ କରିଥିଲେ । ପରେ ପରେ ଶ୍ରୀ ଡ୍ୟାନ୍ସ ଇନ୍‌ଷ୍ଟିଚ୍ୟୁଟ୍ ର ଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶୀନୃତ୍ୟ “ରାମ ପାଦ ପୂଜା’ ଏବଂ ସୋନି ଡ୍ୟାନ୍ସ ଗ୍ରୁପ୍ …

Read More »

ଉଦଘାଟନୀ ସନ୍ଧ୍ୟାରେ ଶାସ୍ତ୍ରୀୟ ସଙ୍ଗୀତର ମୁର୍ଚ୍ଛନାରେ ରାଜାରାଣୀ ମନ୍ଦିର ପ୍ରାଙ୍ଗଣ ମୁଖରିତ

ଭୁବନେଶ୍ୱର ,୧୮/୦୧/୨୦୨୦ (ଓଡ଼ିଶା ସମାଚାର)-ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ଆଜିଠାରୁ ତିନିଦିନ ଧରି କଳିଙ୍ଗ କଳାସ୍ଥାପତ୍ୟର ଚମତ୍କାର କଳାକୃତି ଏକାଦଶ ଶତାବ୍ଦୀ ନିର୍ମିତ ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଉଛି । ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତବର୍ଷରେ ଥିବା ଶାସ୍ତ୍ରୀୟ ତଥା ପାରମ୍ପାରିକ ସଙ୍ଗୀତକୁ ଗୋଟିଏ ମଂଚରେ ପ୍ରଦର୍ଶନ କରାଇ ଆଗାମୀ ପିଢିର କଳାକାରମାନଙ୍କୁ ଆମର ଶାସ୍ତ୍ରୀୟ ସଙ୍ଗୀତ ପ୍ରତି …

Read More »

ମୁକ୍ତେଶ୍ୱର ଉତ୍ସବର ଶେଷ ସନ୍ଧ୍ୟାରେ ଓଡ଼ିଶୀ ରସରେ ଦର୍ଶକ ବିମୁଗ୍ଧ

ଭୁବନେଶ୍ୱର ,୧୬/୦୧/୨୦୨୦ (ଓଡ଼ିଶା ସମାଚାର)-ଓଡ଼ିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ଉତ୍ସବର ଉଦଯାପନୀ ସନ୍ଧ୍ୟାରେ ଭରପୁର ଦର୍ଶକ ଓଡ଼ିଶୀ ନୃତ୍ୟ ଓ ସଙ୍ଗୀତକୁ ଉପଭୋଗ କରିଥିଲେ । ସଂଧ୍ୟାର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ଗୁରୁ ରାମହରି ଦାସ ଓ ସାଥୀଙ୍କ ଦ୍ୱାରା ଶିବ ବନ୍ଦନା ଓଁ ନମଃ ଶିବାୟରୁ, ଯାହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ରାମହରି ଦାସ । ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ କଲିକତାରୁ ଆସିଥିବା …

Read More »

ଶ୍ରୀବଳଦେବଜୀଉଙ୍କ ମନ୍ଦିରରେ ମକର ଉତ୍ସବରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ – ବ୍ୟାପକ ପୋଲିସ ବନ୍ଦୋବସ୍ତ ସତ୍ୱେ ଛିନତାଇ ଅଭିଯୋଗ

କେନ୍ଦ୍ରାପଡା ୧୫/୦୧/୨୦୨୦ (ଓଡ଼ିଶା ସମାଚାର)-ପବିତ୍ର ମକର ସଂକ୍ରାନ୍ତି ଓ ନବାଙ୍ଗ ବେଢା ପରିକ୍ରମା ଉତ୍ସବ ପାଇଁ ସୋମବାର ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ମନ୍ଦିର ଉତ୍ସବମୁଖର ହୋଇଉଠିଛି । ମନ୍ଦିରରେ ଦିନତମାମ୍ ଶ୍ରଦ୍ଧାଳୁଙ୍କର ନାହିଁନଥିବା ଭିଡ ପରିଲିଖିତ ହୋଇଛି । ରବିବାର ରାତିରେ ଆରମ୍ଭ ହୋଇଥିବା ନବାଙ୍ଗ ବେଢା ପରିକ୍ରମା ଉତ୍ସବ ସୋମବାର ସଂଧ୍ୟାରେ ଶେଷ ହୋଇଛି । ମକର ସଂକ୍ରାନ୍ତି ଉତ୍ସବ ନିମନ୍ତେ ଆଜି ସକାଳ ସାଢେ ୫ଟା …

Read More »

ପର୍ଯ୍ୟଟନ ବିଭାଗ ର ଦୃଷ୍ଟି ଆଢୁଆଳ ରେ ପ୍ରାଚୀନ ବୌଦ୍ଧ କୀର୍ତ୍ତି ବ୍ରହ୍ମା ବଣ

ନିଶ୍ଚିନ୍ତକୋଇଲି,୧୨/୦୧/୨୦୨୦ (ଓଡ଼ିଶା ସମାଚାର)- (ଓଡିଶା ସମାଚାର/ଅଭୟ ଜେନା): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ କୋଲଣପୁର ପଂଚାୟତ ରେ ପ୍ରାଚୀନ ବୌଦ୍ଧକୀର୍ତି ସମ୍ବଳିତ ସ୍ଥାନ ହେଲା ବ୍ରହ୍ମା ବଣ । ଏହା ସାଲେପୁର ସହର ଅନତି ଦୂରରେ ଅବସ୍ଥିତ.ବିଗତ ୧୯୭୬ ମସିହାରେ ପ୍ରତ୍ନତତ୍ୱ ବିଭାଗ ଦ୍ୱାରା ଖନନ କରାଯାଇ କେତକ ପ୍ରାଚୀନ ବୌଦ୍ଧ କୀର୍ତ୍ତି ଉଦ୍ଧାର କରା ଯାଇଥିଲା, ପ୍ରାୟ ଏହା ସପ୍ତମ ଶତାଦ୍ଦୀ ର ବୋଲି ଐତିହାସିକ ମାନଙ୍କର …

Read More »

ଭଦ୍ରକ ସାଂସ୍କୃତିକ ମହୋତ୍ସବ ଉଦଘାଟିତ

ଭଦ୍ରକ, ୧୦/୦୧/୨୦୨୦ (ଓଡ଼ିଶା ସମାଚାର)-ସଂଗ୍ରାମ ଐତିହ୍ୟର ମାଟି ଭଦ୍ରକ। ସ୍ୱାଧୀନତା ସଂଗ୍ରାମ ଇତିହାସରେ ଭଦ୍ରକର ଅବଦାନ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ଏ ମାଟିର ସଂସ୍କୃତି ଓ ଇତିହାସ ଯୁଗେଯୁଗେ ସ୍ମରଣୀୟ ହୋଇ ରହିବ। ଏହି ସଂସ୍କୃତିକୁ ଉଜ୍ଜୀବିତ ରଖିବା ପାଇଁ ଏପରି ସାଂସ୍କୃତିକ ମହୋତ୍ସବର ଆୟୋଜନ ନିଶ୍ଚିତ ପ୍ରଶଂସାଯୋଗ୍ୟ ବୋଲି ଭଦ୍ରକ ସାଂସ୍କୃତିକ ମହୋତ୍ସବକୁ ଉଦଘାଟନ କରି ଭଦ୍ରକର ବିଧାୟକ ସଞ୍ଜୀବ କୁମାର ମଲ୍ଲିକ କହିଛନ୍ତିନ୍ତି। ମହୋତ୍ସବ କମିଟିର …

Read More »

ଶିଶୁପାଳଗଡ ମହୋତ୍ସବ ଜାନୁଆରୀ ୧୬ ରୁ ୧୯ – ତୈଳଚିତ୍ର ଉନ୍ମୋଚିତ

ଭୁବନେଶ୍ୱର ,୦୯/୦୧/୨୦୨୦ (ଓଡ଼ିଶା ସମାଚାର)-   “କଳିଙ୍ଗ ସଂସ୍କୃତି ଓ ଐତିହ୍ୟ ସୁରକ୍ଷା ମଂଚ (କାପୋକ)” ର ଆନୁକୁଲ୍ୟରେ ଶିଶୁପାଳଗଡ ର ଦଶହରା ପଡିଆ ରେ ଆସନ୍ତା ୧୬ ଜାନୁଆରୀ ରୁ ୧୯ ଜାନୁଆରୀ ୨୦୨୦ ରିଖ ପର୍ଯ୍ୟନ୍ତ “ଶିଶୁପାଳଗଡ ମହୋତ୍ସବ” ଆୟୋଜନ କରାଯିବ । ଏହା ପୂର୍ବ ରୁ ପ୍ରାକ୍ ମହୋତ୍ସବ ଯଥା ୧୧ ଜାନୁୟାରୀ, ୬ ଘଟିକା ସମୟରେ ଶିଶୁପାଳଗଡସ୍ଥ ପତିତପାବନ ମନ୍ଦିରରେ  ଶ୍ରୀ ଶ୍ରୀ ବାବା ବାଲୁଙ୍କେଶ୍ୱର …

Read More »