Wednesday , December 11 2019
Home / ତାଜା ଖବର (page 4)

ତାଜା ଖବର

ଅଟୋରୁ ଖସିପଡି ବୃଦ୍ଧଙ୍କ ମୃତୁ୍ୟ

ସାଲେପୁର, ୨୮/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ଆଜି ଦିନ ପ୍ରାୟ ୩ଟା ସମୟରେ କଟକରୁ ନିଜ ଗ୍ରାମ ଆନନ୍ଦପୁରକୁ ଅଟୋ ଯୋଗେ ଫେରୁଥିବା ଏକ ବୃଦ୍ଧର ଅଟୋରୁ ଖସିପଡି ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ମାହାଙ୍ଗା ଥାନା ଆନନ୍ଦପୁର ଗ୍ରାମର କିଶୋର ରଥ(୭୦) କଟକରୁ ନିଜ ଗ୍ରାମକୁ ରାମେଶ୍ୱର ବଜାର ଦେଇ ଏକ ଅଟୋ ଯୋଗେ ଫେରୁଥିବାବେଳେ ଚାହାପଡ଼ା ନିକଟରେ ଥିବା ଏକ …

Read More »

ସଂକ୍ଷେପରେ ତାଜା ଖବର : ପିପୁଳ ପରିମାଣର କଫ ସିରପ ଜବତ, ୩ ଗିରଫ

ବଲାଙ୍ଗୀର,୨୮/୧୧/୨୦୧୯(ଓଡ଼ିଶା ସମାଚାର)- ପୋଲିସ୍ ଏକ ପିକଅପ୍ ଭ୍ୟାନ ରୁ ବିପୁଳ ପରିମାଣର କଫ ସିରପ ଜବତ କରି ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି । ମିଳିଥିବା ତାଜା ସୂଚନା ଅନୁସାରେ ଏକ ପିକଅପ୍ ଭ୍ୟାନ୍ ରୁ ୧୦ ହଜାରରୁ ଅଧିକ ବୋତଲ କଫ ସିରପ ଜବତ କରି ୩ ଜଣ ଙ୍କୁ ଗିରଫ କରି କେଉଁଠୁ ଆସିଲା, କେଉଁଠାକୁ ଯାଉଥିଲା ଆଦି ତଥ୍ୟ ହାସଲ କରିବା ପାଇଁ ପଚରା …

Read More »

ସଂକ୍ଷେପରେ ତାଜା ଖବର : ଗଳାକାଟି ମହିଳାଙ୍କୁ ହତ୍ୟା

ସୋରଡ଼ା,୨୮/୧୧/୨୦୧୯(ଓଡ଼ିଶା ସମାଚାର)- ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ବଡ଼ଗଡ଼ ଥାନା ଅନ୍ତର୍ଗତ ବାରସିଙ୍ଗି ଗାଁ ରେ ଏଭଳି ଘଟଣା ଘଟିଛି । କବିତା ସେଠୀ ନାମକ ମହିଳା ଘରେ ଝୋଟି ପକାଉଥିବାବେଳେ ତାଙ୍କ ଗଳାକାଟି ତାଙ୍କୁ ହତ୍ୟା କରାଯାଇଛି । ବଡ଼ଗଡ଼ ଥାନା ପୋଲିସ୍ ଘଟଣାର ତଦନ୍ତ କରୁଛି । ଓଡ଼ିଶା ସମାଚାର

Read More »

ସଂକ୍ଷେପରେ ତାଜା ଖବର : ମାହାଙ୍ଗା ଅଂଚଳରେ ଫୁଟିଲା ଗୁଳି

ନିଶ୍ଚିନ୍ତକୋଇଲି ,୨୮/୧୧/୨୦୧୯(ଓଡ଼ିଶା ସମାଚାର)- ମାହାଙ୍ଗା ଅଂଚଳରେ ପୁଣି ଫୁଟିଲା ଗୁଳି । ମାହାଙ୍ଗା ଥାନା ଅଧିନସ୍ଥ ଭଦ୍ରେଶ୍ୱର ଫାଣ୍ଡି ଅନ୍ତର୍ଗତ ହରଗୌରୀ ବଜାରରେ ଚା ପିଇସାରି ବାପି ପ୍ରହରାଜ ନାମକ ଯୁବକ ସ୍କର୍ପିଓରେ ଫେରୁଥିବାବେଳେ ଗୁଳିମାଡ଼ ହୋଇଥିଲା । ତେବେ ସେ ଅଳ୍ପକେ ବର୍ତିଯାଇଛନ୍ତି । ଭଦ୍ରେଶ୍ୱର ଫାଣ୍ଡି ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର

Read More »

ଅଗ୍ନିକାଣ୍ଡରେ ୨ ବଖରା ପୋଡି ପାଉଁଶ

କେନ୍ଦ୍ରାପଡା,୨୭/୧୧/୨୦୧୯(ଓଡ଼ିଶା ସମାଚାର)-ଆକସ୍ମିକ ଅଗ୍ନିକାଣ୍ଡରେ ୨ ବଖରା ଚାଳ ଛପର ଘର ପୋଡି ପାଉଁଶ ହୋଇଯାଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ପଂଚାୟତର ବାଇପୁର ଗ୍ରାମରେ ମଙ୍ଗଳବାର ରାତି ପ୍ରାୟ ୯ଟା ସମୟରେ ଧୃବ ଚରଣ ପ୍ରଧାନଙ୍କ ଘରେ  ନିଆଁ ଲାଗି ତାଙ୍କର ୨ ବଖରା ଚାଳ ଘର ସହିତ ଘରେ ଥିବା ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଖବର ପାଇ …

Read More »

ଦୁର୍ଘଟଣାଗ୍ରସ୍ତଙ୍କୁ ମେଡିକାଲ ନେଲା ଦମକଳ ବାହିନୀ

ପାଟକୁରା, ୨୭/୧୧/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ କଳାବୁଦା ବାରୁଣୀ ଛକ ନିକଟରେ ଜଣେ ସାଇକେଲ ଆରୋହୀ ପଡିଯିବାରୁ ତାଙ୍କୁ ପାଟକୁରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିବା ଜଣାଯାଇଛି । ଘଟଣାରୁପ୍ରକାଶ ଆଜି ବଙ୍ଗାରୀ ଗ୍ରାମର ଗଙ୍ଗାଧର ନାୟକ ସାଇକେଲ ଯୋଗେ ଘରକୁ ଫେରୁଥିବାବେଳେ କଳାବୁଦା ବାରୁଣୀ ନିକଟରେ ହଠାତ୍ ତାଙ୍କର ମୁଣ୍ଡ ବୁଲାଇବାରୁ ସେ ତଳେ ପଡିଯାଇଥିଲେ । ସେଠାରେ ଉପସ୍ଥିତ ଲୋକେ ତାଙ୍କୁ ଉଠାଇବା ପରେ କୋରୁଆ ଦମକଳ …

Read More »

କାଶୀପୁରରେ ବେଆଇନ ଗେଞ୍ଜଇ ଚାଷ ନଷ୍ଟ

କାଶୀପୁର, ୨୭/୧୧/୨୦୧୯(ଓଡ଼ିଶା ସମାଚାର)- କାଶୀପୁର ବ୍ଲକ ଅଣ୍ଡିରାକଂଚ ଥାନା ଅନ୍ତର୍ଗତ ପେରିଙ୍ଗିଣି ଅଂଚଳରେ ଥିବା ବେଆଇନ ଗେଞ୍ଜଇ ଚାଷକୁ କାଶୀପୁର ଅତିରିକ୍ତ ତହସିଲଦାରଙ୍କ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ପୁଲିସ ଓ ଅବକାରୀ ବିଭାଗର ମିଳିତ ଭାବେ ଚଢ଼ଉ କରି ବେସରକାରୀ ଜମିରେ ଚାଷ ହୋଇଥିବା ପ୍ରାୟ ୮ଲକ୍ଷ ୫୦ହଜାର ଟଙ୍କାର ଗେଞ୍ଜଇ ଚାଷ ପୋଡି ନଷ୍ଟ କରିଛନ୍ତି । ଦୋରାଗୁଡା ଆଇଆଇସି କୃଷ୍ଣଚନ୍ଦ୍ର ଭର୍ତ୍ରାଙ୍କ ତତ୍ୱାବଧାନରେ ଅଣ୍ଡିରାକଂଚ ଥାନା ଅଧିକାରୀ …

Read More »

ସଂକ୍ଷେପରେ ତାଜା ଖବର : ମହିଳାଙ୍କୁ ଗୁଳିକରି ହତ୍ୟା

ଝାରସୁଗୁଡ଼ା,୨୭/୧୧/୨୦୧୯(ଓଡ଼ିଶା ସମାଚାର)- ଜଣେ ମହିଳାଙ୍କୁ ଗୁଳିକରି ହତ୍ୟା କରାଯାଇଥିବା ତାଜା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ସରସମାଲ ରୋହିଦାସପଡ଼ାରେ ଏହି ଘଟଣା ଘଟିଛି । ମୃତ ମହିଳା ଜଣକ ହେଉଛନ୍ତି କନକ ରୋହିଦାସ । ଝାରସୁଗୁଡ଼ା ପୋଲିସ୍ ସାଇଂଟିଫିକ୍ ଟିମ ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ଓଡ଼ିଶା ସମାଚାର

Read More »

ସଂକ୍ଷେପରେ ତାଜା ଖବର : କାର ଭିତରୁ ଗଂଜେଇ ଜବତ, ୨ ଗିରଫ

ଭୁବନେଶ୍ୱର ,୨୭/୧୧/୨୦୧୯(ଓଡ଼ିଶା ସମାଚାର)- ଏକ କାର ଭିତରୁ ଗଂଜେଇ ଜବତ ହୋଇଛି । ଏ ସମ୍ପର୍କରେ ୨ ଜଣଙ୍କୁ ଗିରଫ କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ଼ ଏକ ହୁଣ୍ଡାଇ କାର ଯାଂଚ କରି ସେଥିରୁ ୫୬ କେଜି ଗଂଜେଇ ଜବତ କରିବା ସହିତ ୨ ଜଣଙ୍କୁ ଗିରଫ କରିଛି । ଓଡ଼ିଶା ସମାଚାର

Read More »

ସଂକ୍ଷେପରେ ତାଜା ଖବର : ପ୍ରେମ ବ୍ୟାପାରକୁ ନେଇ ଯୁବକଙ୍କୁ ଏସିଡ଼ ମାଡ଼ କଲେ ପ୍ରେମିକା – ଯୁବତୀ ଅଟକ

କଟକ ,୨୭/୧୧/୨୦୧୯(ଓଡ଼ିଶା ସମାଚାର)- ଜଣେ ଯୁବକଙ୍କୁ ଏସିଡ଼ ମାଡ଼ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତି କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଜଗତପୁର ଅଂଚଳରେ ଜଣେ ଯୁବକଙ୍କୁ ଏସିଡ଼ ମାଡ଼ ହୋଇଛି । ସମ୍ପୃକ୍ତ ଯୁବକଙ୍କୁ ଏସିଡ଼ ମାଡ଼ କଲେ ଜଣେ ଯୁବତୀ । ପ୍ରେମ ବ୍ୟାପାରକୁ ନେଇ ଏହି ଏସିଡ଼ ମାଡ଼ ହୋଇଥିବା ଜଣାଯାଇଛି । ତେବେ ସମ୍ପୃକ୍ତ ଯୁବତୀ …

Read More »