Wednesday , December 11 2019
Home / ତାଜା ଖବର (page 3)

ତାଜା ଖବର

ସଂକ୍ଷେପରେ ତାଜା ଖବର : ବସ ଷ୍ଟାଣ୍ଡରେ ନିଆଁ ଲାଗି ୨ ଟି ବସ ଜଳିଗଲା    

ବ୍ୟାସନଗର ,୦୨/୧୨/୨୦୧୯(ଓଡ଼ିଶା ସମାଚାର)- ଗତକାଲି ବିଳମ୍ବିତ ରାତିରେ ବ୍ୟାସନଗର ବସ ଷ୍ଟାଣ୍ଡରେ ଅଗ୍ନିକାଣ୍ଡ ଘଟିଛି । ବସ ଷ୍ଟାଣ୍ଡରେ ରହିଥିବା ଦୁଇଟି ବସ ରେ ନିଆଁ ଲାଗି ଜଳିଯାଇଛି । ଜଳିଯାଇଥିବା ବସ ଦୁଇଟି ହେଉଛି ସୁଲୋଚନା ଓ ନୀରୂପମା । ତେବେ ବସ ରେ ନିଆଁ ଲାଗି ବସ ଦୁଇଟି ଜଳିଯାଇଥିବାବେଳେ ବସ ର କୌଣସି କର୍ମଚାରୀ ମୃତାହତ ହୋଇନାହାନ୍ତି । ଅଗ୍ନୀଶମ କର୍ମଚାରୀ ନିଆଁକୁ ଆୟତ କରିଥିବାବେଳେ …

Read More »

ବିଦ୍ୟୁତ୍ ଘାତରେ ମୃତୁବରଣ କରିଥିବା ପରିବାରକୁ କ୍ଷତିପୂରଣ ଯୋଗାଇବା ଦାବି କରି ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ସାଲେପୁର, ୦୧/୧୨/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା ) – ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଥିବା ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା ଦାବି କରି ଆଜି ସନ୍ଧ୍ୟାରେ ଶତାଧିକ ଅଂଚଳବାସୀ କେନ୍ଦ୍ରାପଡ଼ା-ସାଲେପୁର ରାସ୍ତାର କୁଳିଆ ବଜାର ନିକଟରେ ଶବ ରଖି ରାସ୍ତାରୋକ କରିଥିଲେ । ସାଲେପୁର ପୁଲିସ ଓ ବିଦ୍ୟୁତ୍ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତକଙ୍କ ପରିବାରକୁ ରେଡକ୍ରସ୍ ପାଣ୍ଠିରୁ ୧୦ହଜାର ଟଙ୍କା …

Read More »

ଚୋରାମଦ ବେପାରୀ କୋର୍ଟଚାଲାଣ

କେନ୍ଦ୍ରାପଡା,୦୧/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଟାଉନ ଥାନା ପୋଲିସ ରବିବାର ଜନୈକ ଚୋରାମଦ ବେପାରୀକୁ ଗିରଫ କରି ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଫେରାର ଥିବା ଚୋରାମଦ ବେପାରୀ ସହରର ବଡହାଟ ଗ୍ରାମର ମାନା ମହାରଣାକୁ ଆଜି ଟାଉନ ଥାନା ସବଇନିସପେକ୍ଟର ଅନ୍ତର୍ଯ୍ୟାମୀ ବିଶ୍ୱାଳ ମେଡିକାଲ ଛକରୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ଥାନା କେଶ ନମ୍ବର ୧୬୩/୨୦୧୯ରେ ଅଭିଯୁକ୍ତ ଚୋରା …

Read More »

କଟରପା ପଂଚାୟତରେ ଫନି ତଦନ୍ତ ଆରମ୍ଭ, ତଦନ୍ତର ନିରପେକ୍ଷତା ସନ୍ଦେହ କରି ଗ୍ରାମବାସୀଙ୍କ ଧାରଣା

ସାଲେପୁର, ୦୧/୧୨/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା) – ଫନି ବାତ୍ୟାରେ କ୍ଷୟକ୍ଷତି ଆକଳନରେ ହୋଇଥିବା ଅନିୟମିତତାର ତଦନ୍ତ ସ୍ୱତନ୍ତ୍ର ଟିମ୍ ଆରମ୍ଭ କରିଥିବାବେଳେ ଏହି ତଦନ୍ତ ନିରପେକ୍ଷ ହେଉନଥିବା ଅଭିଯୋଗ କରି କଟରପା ପଂଚାୟତର ବହୁ ଲୋକ ଜାଗୁଳାଇପଡ଼ା ଆର.ଆଇ. କାର୍ଯ୍ୟାଳୟ ସମ୍ମୁଖରେ ମୁହଁରେ କଳାପଟି ବାନ୍ଧି ଧାରଣା ଦେବା ଘଟଣା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଖବରରୁ ପ୍ରକାଶ ଯେ ହିତାଧିକାରୀ ଚୟନରେ କଟରପା ପଂଚାୟତରେ ହୋଇଥିବା …

Read More »

ଅତ୍ୟନ୍ତ ଦୁଃଖଦ ଖବର : ଧାନ ଖଳା ରେ ଖେଳୁଥିବାବେଳେ ନିଆଁ ରେ ପୋଡିହୋଇ ୩ ଶିଶୁ ଙ୍କର ମୃତ୍ୟୁ

କଳାହାଣ୍ଡି, ୩୦/୧୧/୨୦୧୯(ଓଡ଼ିଶା ସମାଚାର/ସଂଜୟ ସିଂହ)-କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ଗ୍ରାମପଂଚାୟତ ବିଜମରା ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଯାଇଛି । ଧାନ ଖଳା ରେ ଖେଳୁଥିବା ସମୟରେ ଖଳାରେ ନିଆଁ ଲାଗିଯିବାରୁ ପୋଡି ଯାଇ ୩ ଜଣ ଶିଶୁ ମୃତ୍ୟୁ ବରଣ କରିଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ନିଆଁ ରେ ପୋଡ଼ିଯାଇ ୩ ଶିଶୁ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ …

Read More »

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ସ୍ୱତନ୍ତ୍ର କୋର୍ଟର ୩ବର୍ଷ ଜେଲଦଣ୍ଡ ଓ ୫ହଜାର ଯୋରିମାନା

କେନ୍ଦ୍ରାପଡା ୨୯/୧୧/୨୦୧୯(ଓଡ଼ିଶା ସମାଚାର)-ଜନୈକ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଶୁକ୍ରବାର ସ୍ୱତନ୍ତ୍ର କୋର୍ଟ ସଂପୃକ୍ତ ଅଭିଯୁକ୍ତକୁ ୩ବର୍ଷ ଜେଲଦଣ୍ଡାଦେଶ ସହିତ ୫ହଜାର ଟଙ୍କା ଯୋରିମାନାରେ ଦଣ୍ଡିତ କରିଥିବା ସରକାରି ଓକିଲ ସଞ୍ଜୟ କୁମାର ଜେନାଙ୍କ ଠାରୁ ସୂଚନା ମିଳିିଛି । ଘଟଣାରୁ ପ୍ରକାଶ ଯେ ଗତ ୨୦୧୮ ମସିହା ମଇମାସ ୨୬ତାରିଖ ଅପରାହ୍ନ ସାଢେ ଗୋଟାଏ ସମୟରେ ୧୧ବର୍ଷର ଏକ ନାବାଳିକା କଦଳି କିଣି ଘରକୁ ଫେରୁଥିବା ବେଳେ କେନ୍ଦ୍ରାପଡା …

Read More »

ସର୍ପାଘାତରେ ଗର୍ଭିଣି ଜର୍ସି ଗାଈ ମୃତ

ଗରଦପୁର, ୨୯/୧୧/୨୦୧୯(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ ଗରଦପୁର ଗ୍ରାମର ଅରୁଣ କୁମାର ପଣ୍ଡା ଙ୍କର ଏକ ଗଭିଣି ପାଈକୁ ଏକ ବିଷଧର ସର୍ପ ଦଂଶନ କରିଥିଲା । ଫଳରେ ଆଜି ଗର୍ଭିଣି ଜର୍ସି ଗାଈଟିର ମୃତ୍ୟୁ ହୋଇଯାଇଛି । ଗାଈଟିର ଆନୁମାନିକ ମୂଲ୍ୟ ୫୦ ହଜାର ହେବ । ଏ ସମ୍ପର୍କରେ ଗରଦପୁର ପ୍ରାଣୀ ଚିକିତ୍ସାଳୟରେ ଜଣାଇବା ପରେ ମୃତ ଗାଈଟିର ବ୍ୟବଛେଦ ପାଇଁ ବ୍ୟବସ୍ଥା କରାଯାଇଛି । ଏବଂ …

Read More »

ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ କରି ଜେଲ ଗଲେ ଡାକ୍ତର ଏବଂ କ୍ଲିନିକ ମାଲିକ

କେନ୍ଦ୍ରାପଡା ୨୮/୧୧/୨୦୧୯(ଓଡ଼ିଶା ସମାଚାର)-ବେଆଇନ ଭାବେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୁପଣ କରି ଜଣେ କ୍ଲିନିକ ମାଲିକ ସମେତ ସଂପୃକ୍ତ ଡାକ୍ତର ଜଣକ ଦଣ୍ଡିତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଆଳି ବଜାରରେ ଥିବା କିୱର ଡାଇଗ୍ନୋଷ୍ଟିକର ମାଲିକ ଏବଂ ଡାକ୍ତର ସଞ୍ଜୟ କୁମାର ସାହୁଙ୍କୁ ଆଳି ପ୍ରଥମ ଶ୍ରେଣୀ ବି•ର ବିଭାଗୀୟ ମ୍ୟାଜିଷ୍ଟ୍ରେଟଙ୍କ କୋର୍ଟ  ଦଣ୍ଡିତ କରିଛନ୍ତି । ସରକାରଙ୍କ …

Read More »

ଦୁର୍ବୃତଙ୍କ ଛୁରୀମାଡ଼ରେ ଦୁଇ ଯୁବକ ଗୁରୁତର, ଜଣକ ଅବସ୍ଥା ସଂକଟାପନ୍ନ

ସାଲେପୁର, ୨୮/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇଜଣ ଦୁର୍ବୃତ ଆଜି ସ୍ପଷ୍ଟ ଦିବାଲୋକରେ ଦୁଇ ଜଣ ଯୁବକଙ୍କୁ ଛୁରୀରେ ମରଣାନ୍ତକ ଆକ୍ରମଣ କରି ଗୁରୁତର ଆହତ କରିଥିବା ଜଣାଯାଇଛି । ସ୍ଥାନୀୟ ଲୋକେ ରକ୍ତାକ୍ତ ଅବସ୍ଥାରେ  ଏକ ଦୋକାନ ମଧ୍ୟରେ ପଡିରହିଥିବା ଦୁଇଜଣ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିବାବେଳେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ତାକୁ …

Read More »

ଅଟୋରୁ ଖସିପଡି ବୃଦ୍ଧଙ୍କ ମୃତୁ୍ୟ

ସାଲେପୁର, ୨୮/୧୧/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- ଆଜି ଦିନ ପ୍ରାୟ ୩ଟା ସମୟରେ କଟକରୁ ନିଜ ଗ୍ରାମ ଆନନ୍ଦପୁରକୁ ଅଟୋ ଯୋଗେ ଫେରୁଥିବା ଏକ ବୃଦ୍ଧର ଅଟୋରୁ ଖସିପଡି ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିବା ଜଣାଯାଇଛି । ଖବରରୁ ପ୍ରକାଶ ଯେ ମାହାଙ୍ଗା ଥାନା ଆନନ୍ଦପୁର ଗ୍ରାମର କିଶୋର ରଥ(୭୦) କଟକରୁ ନିଜ ଗ୍ରାମକୁ ରାମେଶ୍ୱର ବଜାର ଦେଇ ଏକ ଅଟୋ ଯୋଗେ ଫେରୁଥିବାବେଳେ ଚାହାପଡ଼ା ନିକଟରେ ଥିବା ଏକ …

Read More »