Wednesday , December 11 2019
Home / ତାଜା ଖବର (page 10)

ତାଜା ଖବର

ସାପ ନେଲା ନାବାଳକର ଜୀବନ

ମାଲକାନଗିରି, ୦୬/୧୧/୨୦୧୯(ଓଡ଼ିଶା ସମାଚାର)- ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଚିତ୍ରାଙ୍ଗପାଲ୍ଲୀ ପଂଚାୟତର ଦୁର୍ଗମ ତୁମଗୁଡା ଗ୍ରାମରେ ଏକ ବିଷଧର ସାପ କମୁଡାରେ ଜଣେ ୪ ବର୍ଷର ନାବାଳକର ମୃତ୍ୟୁ ଘଟିଛି । ପୋଟେରୁ ଫାଣ୍ଡି ପୁଲିସ ନାବାଳକର ମୃତଦେହକୁ ଜବତ କରି କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତୁମଗୁଡା ଗ୍ରାମର ପାଣ୍ଡୁ ମାଡକାମି ତାଙ୍କ ସ୍ତ୍ରୀ ଉରେ ଏବଂ ୨ …

Read More »

ଏଟି ଚିଟଫଣ୍ଡ ଏଜେକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ

ପାରାଦ୍ୱୀପ ୦୫/୧୧/୨୦୧୯(ଓଡ଼ିଶା ସମାଚାର)-ଏଟି ଚିଟଫଣ୍ଡରେ ଜଣେ ଗିରଫ । ଦୀର୍ଘଦିନ ହେବ ଫେରାର ଥିବା ପାରାଦ୍ୱୀପ ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗିଆଗଡର ଏହି ଚିଟଫଣ୍ଡଏଜେ ପବିତ୍ର ଦାସକୁ ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି । ସୂଚନା ମୁତାବକ ୨୦୧୪ ମସିହାରେ ପ୍ଳାଷ୍ଟିକ୍ ପାର୍କ ନିର୍ମାଣ ପାଇଁ ଇଡକୋ ଜମି ହରାଇ ଥିବା ୧୧ଜଣ ବ୍ୟକ୍ତି ପାଇଥିବା ଅର୍ଥକୁ ଚକତା କରି ସେହି ଗ୍ରାମର ଯୁବକର ପବିତ୍ର ଦାସ …

Read More »

ସମୁଦ୍ର ଭିତରରେ ବୁଡିଲା ମାଛଧରା ଟ୍ରଲର – ଅଳ୍ପକେ ବର୍ତିଲେ ୬ ମତ୍ସ୍ୟଜୀବୀ

ପାରାଦ୍ୱୀପ ୦୫/୧୧/୨୦୧୯(ଓଡ଼ିଶା ସମାଚାର)-ପାରାଦ୍ୱୀପ ସମୁଦ୍ର ଭିତରେ ବୁଡିଲା ମାଛଧରା ଟ୍ରଲର । ବ୍ଳାକରୋଜ ଜାହାଜରେ ପିଟି ହୋଇ ଦୁର୍ଘଟଣା ଘଟିଥିବା ସୂଚନା । ସ୍ଥାନୀୟ ମତ୍ସ୍ୟଜୀବୀ ମାଙ୍କ ଦ୍ୱାରା ବୁଡି ଥିବା ଟ୍ରଲରର ସମସ୍ତ ମତ୍ସ୍ୟଜୀବୀ ଉଦ୍ଧାର । ଅଳ୍ପକେ ବର୍ତିଲେ ୬ଜଣ ମତ୍ସ୍ୟଜୀବୀ । ସୂଚାନ ମୁତାବକ ଗତକିଛି ବର୍ଷ ତଳେ ବ୍ଳାକରୋଜ ନାମକ ଏକ ଜାହାଜ ସମୁଦ୍ରରେ ବୁଡି ଯାଇଥିଲା । ତବେ ସେହି ଜାହାଜରେ ମାଛଧରା …

Read More »

ମହାନଦୀକୁ ଡ଼େଇଁ ନିଖୋଜ

ତାରପୁର, ୦୫/୧୧/୨୦୧୯(ଓଡ଼ିଶା ସମାଚାର)-ଆଜି ସକାଳେ ଜଣେ ବ୍ୟକ୍ତି ମହାନଦୀକୁ ଡ଼େଇଁ ନିଖୋଜ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ପ୍ରାୟ ୯ ଟା ବେଳେ ତାରପୁର ନିକଟସ୍ଥ ମହାନଦୀ ପୋଲ ଉପରେ ସାଇକେଲ ରଖି ଜଣେ ବ୍ୟକ୍ତି ନଦୀକୁ ଡ଼େଇଁ ପଡ଼ିଲେ ବୋଲି ପ୍ରଚାର ହୋଇଗଲା । ଲୋକମାନେ ସେଙ୍ଗ ସେଙ୍ଗ ରଘୁନାଥପୁର ଦମକଳ କେନ୍ଦ୍ରକୁ ଫୋନ୍ କଲେ । ରଘୁନାଥପୁର ଦମକଳ କେନ୍ଦ୍ରର କର୍ମଚାରୀମାନେ ଆସି …

Read More »

ମୃତ୍ୟୁ ଏମିତି ବି ଆସେ

ଗରଦପୁର, ୦୪/୧୧/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ରେ ଆଲୋଚନାର ବିଷୟ ହୋଇଛି – ମୃତ୍ୟୁ ଏମିତି ବି ଆସେ । ଗରଦପୁର ବ୍ଲକ୍ ପନ୍ଦିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି , ସତେ ଯେମିତି ଶୂନ୍ୟରୁ ମୃତ୍ୟୁ ଖସିଲା । ପନ୍ଦିଆ ଗ୍ରାମବାସୀଙ୍କ ସୂଚନା ଅନୁସାରେ ଗ୍ରାମର ମମତା ମଲ୍ଲିକ(୩୬) ନିକଟସ୍ଥ ଚିତ୍ରୋତ୍ପଳା ନଦୀକୁ ଗାଧୋଇବାକୁ ଯାଉଥିଲେ । ହଠାତ୍ ରାସ୍ତା କଡରେ ଥିବା ଏକ ଚାକୁଣ୍ଡା ଗଛରୁ …

Read More »

ଶ୍ରମିକ ଚାଲାଣ ବେଳେ ୬ ଶିଶୁ ଶ୍ରମିକଙ୍କ ସହ ୧୧ ଉଦ୍ଧାର

କୋରାପୁଟ, ୦୪/୧୧/୨୦୧୯(ଓଡ଼ିଶା ସମାଚାର)-କୋରାପୁଟ ଜିଲାରୁ ରାୟଗଡ଼ା ଓ ବିଜୟନଗରମ ଆଦି ଅଂଚଳକୁ ଦାଦନ ଖଟିବାକୁ ଯାଉଥିବା ୬ ଶିଶୁ ଶ୍ରମିକ ସମେତ ୧୧ ଶ୍ରମିକଙ୍କୁ ଉଦ୍ଧାର କରିଛି ପୁଲିସ । ଟାଉନ ଥାନା ଅଧିକାରୀ ପୀତବାସ ଧାରୁଆଙ୍କ ସୂଚନା ଅନୁଯାୟୀ ଗତକାଲି ରାତିରେ କୋରାପୁଟରୁ ରାୟଗଡ଼ା ଏବଂ ବିଜୟନଗରମ ଅଭିମୁଖେ ୧୧ଜଣ ଦାଦନ ଶ୍ରମିକ ବେଆଇନ ଭାବେ ଚାଲାଣ ହେଉଥିବା ସୂଚନା ମିଳିଛି । ଖବର ପାଇବା ପରେ ସେମାନଙ୍କୁ …

Read More »

ଦୁଇ ଯୁବତୀ ପୋଖରୀକୁ ଡ଼େଇଁ  ଛାତ୍ରର ଜୀବନ ବଂଚାଇଲେ

କେନ୍ଦ୍ରାପଡା,୦୩/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ତୁଣୁପୁର(ପଟଣା) ଗ୍ରାମର ନୟନ ସାହୁଙ୍କ ଷଷ୍ଠ ଶ୍ରେଣୀରେ ପଢୁଥିବା ୧୧ବର୍ଷ ବୟସର ପୁଅ ଚନ୍ଦନ ସାହୁ(ଅପ) ରବିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଗ୍ରାମର ପୋଖରୀ ହୁଡାରେ ସାଥୀମାନଙ୍କ ସହ ଖେଳୁଥିବା ବେଳେ ଅସାବଧାନତା କାରଣରୁ ପୋଖରୀ ମଧ୍ୟକୟ ଖସି ପଡିଥିଲେ । ନୂତନ ଭାବେ ଖୋଳାଯାଇଥିବା ପୋଖରୀର ଅଥଳ ପାଣିରେ ଚନ୍ଦନ ବୁଡିଯାଉଥିବା ବେଳେ ସାଙ୍ଗ ପିଲାମାନଙ୍କର ବିକଳ ଚିତ୍କାର ଶୁଣି ପାଖ …

Read More »

ନଦୀରେ ବୁଡ଼ି ମହିଳା ମୃତ

କୋରାପୁଟ, ୦୩/୧୧/୨୦୧୯(ଓଡ଼ିଶା ସମାଚାର)-ପଟାଙ୍ଗି ବ୍ଲକ ଅନ୍ତର୍ଗତ ଚନ୍ଦକା ଗ୍ରାମର ଏକ ମହିଳା ନଦୀରେ ବୁଡି ପ୍ରାଣ ହରାଇଛି । ଚନ୍ଦକା ଗ୍ରାମର ଯୋଗେଶ୍ୱର ଗୁଣ୍ଠାଙ୍କ ସୂଚନା ଅନୁାୟୀ ତାଙ୍କ ସହ ସ୍ତ୍ରୀ ଜମୁନା ଗୁଣ୍ଠା(୨୭), ପୁତ୍ର ଭଗତ ଗୁଣ୍ଠା(୫) ଏବଂ ତିନିମାସର ପୁତ୍ର କୃଷ୍ଣ ଗୁଣ୍ଠା ମିଳିତ ଭାବେ ଶନିବାର ପରିବା କିଣିବା ନିମନ୍ତେ ପୁକାଲି ହାଟକୁ ଆସିଥିଲେ । ଦିନ ପ୍ରାୟ ୧୨ଟାରେ ହାଟପାଶ୍ୱର୍ର ନଦୀକୁ ଶୌଚ ହେବା …

Read More »

ଯୁବତୀ ନିଖୋଜ, ପାଣିରେ ବୁଜିଯାଇଥିବା ସନ୍ଦେହ

କେନ୍ଦ୍ରାପଡା ୦୨/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ  ଅନ୍ତର୍ଗତ ଆୟବା ପଞ୍ଚାୟତର ନରଣପୁର ଗ୍ରାମର ଅଲେଖ ସେଠୀଙ୍କ ଝିଅ ପ୍ରମିଳା ସେଠୀ (୨୨) ଶନିବାର ଭୋର ପ୍ରାୟ ୪ଟା ସମୟରେ ଶୌଚ ହେବାକୁ  କହି ଘରୁ ଆସିଥିଲେ ।  ଦିନ ୯ଟା ପର୍ଯ୍ୟନ୍ତ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜା ଖୋଜି ଆରମ୍ଭ କରିଥିଲେ  ମଧ୍ୟ ତାଙ୍କୁ ପାଇନଥିଲେ  ।  ସେ ଶୌଚ ହେବା ସମୟରେ ନିକଟସ୍ଥ ଗୋବରୀ ନଦୀରେ …

Read More »

ଅଗ୍ନିକାଣ୍ଡରେ ୨ ବଖରା ପୋଡି ପାଉଁଶ

କେନ୍ଦ୍ରାପଡା ୦୨/୧୧/୨୦୧୯(ଓଡ଼ିଶା ସମାଚାର)-ଆକସ୍ମିକ ଅଗ୍ନିକାଣ୍ଡରେ ୨ ବଖରା ଚାଳଘର ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିିଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ଗ୍ରାମ  ପଂଚାୟତର ଦେପୁର ଗ୍ରାମରେ ଶନିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଉମେଶ ମଲ୍ଲିକଙ୍କ ରୋଷେଇ ଚୁଲାରୁ  ନିଆଁ ଉଠି ଚାଳଘରେ ଲାଗିଯାଇଥିଲା । ଖବର ପାଇ କେନ୍ଦ୍ରାପଡା ଅଗ୍ନିଶମ ବାହିନିର କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି  ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ …

Read More »