Sunday , December 8 2019
Breaking News
Home / ଶିକ୍ଷା (page 3)

ଶିକ୍ଷା

ଶିକ୍ଷା ବିଭାଗର ଡେମୋନଷ୍ଟ୍ରେଟରଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ସାଲେପୁର, ୦୧/୧୨/୨୦୧୯ (ଓଡ଼ିଶା ସମାଚାର/ଅଭୟ ଜେନା) – ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷା ବିଭାଗର ଡେମୋନଷ୍ଟ୍ରେଟର ଜଗନ୍ନାଥ ସାହୁଙ୍କ ଅବସରକାଳୀନ ସଭା ଅନୁଷ୍ଠାନର ଅଧ୍ୟକ୍ଷ ଡଃ ଉମେଶ ଚନ୍ଦ୍ର ପତିଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇ ଜଗନ୍ନାଥ ସାହୁଙ୍କ ବ୍ୟକ୍ତିତ୍ୱରେ ଭିନ୍ନ ଭିନ୍ନ ଦିଗ ସଂପର୍କରେ ଆଲୋଚନା କରିଥିଲେ । ଶିକ୍ଷକ ସଂଘର ସଭାପତି …

Read More »

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଲିଙ୍ଗତ ସଚେତନତା ଓ ସମ୍ବେଦନଶୀଳତା କର୍ମଶାଳା

ସୁନାବେଡ଼ା, ୦୧/୧୨/୨୦୧୯(ଓଡ଼ିଶା ସମାଚାର)- ସୁନାବେଡ଼ାସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଏହାର ଆଭ୍ୟନ୍ତରୀଣ ଅଭିଯୋଗ ସମିତି ପକ୍ଷରୁ ଲିଙ୍ଗତ ସଚେତନତା ଓ ସମ୍ବେଦନଶୀଳତା ସଂକ୍ରାନ୍ତ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି କର୍ମଶାଳାକୁ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରତକୁମାର ପାଲିତ ଉଦଘାଟନ କରିଥିବା ବେଳେ ବିଶିଷ୍ଟ ସମାଜସେବୀ ତଥା ପୂର୍ବତନ ଓଡ଼ିଶା ରାଜ୍ୟ ମହିଳା କମିଶନ ସଦସ୍ୟା ନମ୍ରତା ଚଢ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । କୁଳପତି …

Read More »

ବିଭାଗୀୟ ସଚିବଙ୍କ ସହିତ ଆଲୋଚନା ପରେ ପ୍ରାଥମିକ ଶିକ୍ଷକମାନଙ୍କର ଧାରଣା ସ୍ଥଗିତ

ଭୁବନେଶ୍ୱର ,୩୦/୧୧/୨୦୧୯(ଓଡ଼ିଶା ସମାଚାର)-ନୂତନ ପେନସନ ଯୋଜନାଭୁକ୍ତ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ବିଭିନ୍ନ ଦାବିରେ ବିକ୍ଷୋଭ ପ୍ରଦର୍ଶନ ସହ ଧାରଣା କାର୍ଯ୍ୟକ୍ରମ ଚାଲିଥିଲା । ସଂଘ ସହିତ ଆଲୋଚନା ପାଇଁ ବିଭାଗୀୟ ଗଣଶିକ୍ଷା ସଚିବଙ୍କ ଡ଼ାକରା ଆସିବାରୁ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବ୍ରହ୍ମାନନ୍ଦ ମହାରଣାଙ୍କ ନେତୃତ୍ୱରେ ୭ ଜଣିଆ ପ୍ରତିନିଧି ଦଳ ବିଭାଗୀୟ ସଚିବଙ୍କୁ ଭେଟି ଦାବିପତ୍ର ଦେଇ ଆଲୋଚନା କରିଥିଲେ । ସମସ୍ତ ସରକାରୀ କର୍ମଚାରୀ …

Read More »

ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ

ତାରପୁର, ୩୦/୧୧/୨୦୧୯(ଓଡ଼ିଶା ସମାଚାର)-ଜଗତସିଂହପୁର ଶିକ୍ଷା ଜିଲା ରଘୁନାଥପୁର ବ୍ଲକ୍ ଅଧିନସ୍ଥ ମହମ୍ମଦପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରମତୀ ମାୟାରାଣୀ ଦାଶଙ୍କ ଉଦେଶ୍ୟରେ ଅବସରକାଳିନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ସରପଂଚ ସରୋଜ କୁମାର ବେହେରାଙ୍କ ତତ୍ୱାବଧାନରେ ମହା ଆଡ଼ମ୍ବରରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା । ପ୍ରଥମେ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ପ୍ରଦାନ ସହ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ …

Read More »

ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ (ନୂତନ ପେନସନ ଯୋଜନାଭୁକ୍ତ) ସଂଘର ଗଣଶିକ୍ଷାମନ୍ତ୍ରୀ ଓ ପ୍ରଣବ ପ୍ରକାଶ ଦାସଙ୍କ ସହିତ ସୌଜନ୍ୟମୂଳକ ଆଲୋଚନା

ଭୁବନେଶ୍ୱର ,୩୦/୧୧/୨୦୧୯(ଓଡ଼ିଶା ସମାଚାର)-ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଓ ଦାୟିତ୍ୱରେ ଥିବା ଯାଜପୁର ବିଧାୟକ ମାନ୍ୟବର ପ୍ରଣବ ପ୍ରକାଶ ଦାଶଙ୍କ ସହିତ ପୃଥକ୍ ପୃଥକ୍ ଭାବେ ସ୍ୱବାସଗୃହରେ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘର (ନୂତନ ପେନ୍ସନ ଯୋଜନାଭୁକ୍ତ)ର ଏକ ପ୍ରତିନିଧି ଦଳ ଶିକ୍ଷକଙ୍କର ଦାବିଗୁଡ଼ିକ ପୂଣର ଦିଗରେ ସକରାତ୍ମକ ଆଲୋଚନା କରିଥିଲେ । ପ୍ରକାଶଥାଉ କି, ୨୮୦୦ ଗ୍ରେଡ୍ ପେ ପ୍ରଦାନ, ନୂତନ ପେନସନ ଯୋଜନା ଉଚ୍ଛେଦ …

Read More »

ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା

କେନ୍ଦ୍ରାପଡା,୨୯/୧୧/୨୦୧୯(ଓଡ଼ିଶା ସମାଚାର)-ଡେରାବିଶ ବ୍ଲକ ଅନ୍ତର୍ଗତ ଛୋଟୀର ରାମଚଣ୍ଡୀ ଶିକ୍ଷା ନିକେତନରେ ବିଦ୍ୟାଳୟ ସ୍ତରିୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବିଜ୍ଞାନ ମେଳାକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟରାମ ବାରିକ ଉଦଘାଟନ କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ  ଭାଗବତ ରାଉତଙ୍କ ତତ୍ୱାବଧାନରେ ଗଣିତ ବିଜ୍ଞାନ ପ୍ରକଳ୍ପ ଗୁଡିକ ପ୍ରଦର୍ଶିତ ହୋଇଥିଲା । ମଙ୍ଗଳେଶ୍ୱର ବିଦ୍ୟାପୀଠର ଶିକ୍ଷକ ଗୈାରାଙ୍ଗ ସାହୁ ଏବଂ  ଫକିରାବାଦ ରାମଚନ୍ଦ୍ର ବିଦ୍ୟାପୀଠର ଶିକ୍ଷକ ମନୋରଞ୍ଜନ …

Read More »

ପଟ୍ଟାମୁଣ୍ଡାଇ ମହିଳା କଲେଜରେ ନିଯୁକ୍ତିରେ ଜାଲିଆତି ସମ୍ପର୍କରେ ତଦନ୍ତ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏ.ଡି.ଏମ.ଙ୍କୁ ଦାବିପତ୍ର ପ୍ରଦାନ

କେନ୍ଦ୍ରାପଡା ୨୯/୧୧/୨୦୧୯(ଓଡ଼ିଶା ସମାଚାର)-ପଟ୍ଟାମୁଣ୍ଡାଇ ମହିଳା ମହାବିଦ୍ୟାଳୟରେ ନିଯୁକ୍ତିରେ ହୋଇଥିବା ଜାଲିଆତି ସମ୍ପର୍କରେ ତଦନ୍ତ ଦାବିକରି କଲେଜର ପୂର୍ବତନ କନିଷ୍ଠ କିରାଣୀ ସଞ୍ଜୟ କୁମାର ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତି ବସନ୍ତ କୁମାର ରାଉତଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସେହି ଦାବିପତ୍ରରେ ଉଲ୍ଲେଖ ରହିଛି ଯେ ପୂର୍ବତନ କଲେଜ ଅଧ୍ୟକ୍ଷ ବିପିନ ବିହାରୀ ରାଉତ ଗତ ୨୦୧୨ମସିହା ଜୁନ ମାସ …

Read More »

କେନ୍ଦ୍ରାପଡା କଲେଜ ଓ ତୁଳସୀ ମହିଳା କଲେଜର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକଙ୍କ ସହ ଆଲୋଚନା

କେନ୍ଦ୍ରାପଡା,୨୯/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ଓ ତୁଳସୀ ମହିଳା ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଉଦୟନଗରସ୍ଥିତ ପୈାର କଲ୍ୟାଣ ମଣ୍ଡପ ପରିସରରେ ଶୁକ୍ରବାର ଅପରାହ୍ନରେ ଏକ ବୈଠକ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଦୀପ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ତୁଳସୀ ମହିଳା କଲେଜ ଅଧ୍ୟକ୍ଷ ଡଃ.ସ୍ମୃତିରଞ୍ଜନ ବେହେରା, …

Read More »

୨୯ତମ ମଣ୍ଡଳୀସ୍ତରୀୟ ବିଜ୍ଞାନ ମେଳା

ମାଲକାନଗିରି,୨୯/୧୧/୨୦୧୯(ଓଡ଼ିଶା ସମାଚାର)-ମାଲକାନଗିରି ଜିଲା ଖଇରପୁଟ ବ୍ଲକ ର ବଡ଼ବେଲ ଏଜୁକେସନ ଠାରେ ୨୯ତମ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ଉତ୍ସବରେ ବିଡିଓ ବିଶ୍ୱଜିତ ବର୍ମନ ଯୋଗଦେଇ ବିଜ୍ଞାନ ମେଳାର ଶୁଭ ଉଦଘାଟନ କରିଥିଲେ । ସମୁଦାୟ ୯୭ଟି ପ୍ରକଳ୍ପ କୁନିକୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା । ଅପରାହ୍ନରେ ଉଦଯାପନୀ ଉତ୍ସବରେ ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଯୋଗ ଦେଇଥିଲେ । ଏଥିରେ ସମୁଦାୟ ୧୮ ଜଣ …

Read More »

ପ୍ରତିଭା ଅନ୍ୱେଷଣ ରାଜ୍ୟପାଳ ଟ୍ରଫିରେ ଜିଲ୍ଲାରୁ ୨  ପୁରସ୍କୃତ

କେନ୍ଦ୍ରାପଡା ୨୮/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସରସ୍ୱତୀ ଶିଶୁ ମନ୍ଦିର ଛାତ୍ର ଯଯାତି କେଶରୀ ଷଡଙ୍ଗୀ ରାଜ୍ୟ ସ୍ତରୀୟ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତାରେ ରାଜ୍ୟରେ ପ୍ରଥମ ହୋଇ ରାଜ୍ୟପାଳଙ୍କ  ଟ୍ରଫି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।   ବିଶିଷ୍ଟ ଚିତ୍ରଗୁରୁ ହିମାଂଶୁ ଶେଖର ଦାସଙ୍କ ପ୍ରେରଣାରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଲବଣ ସତ୍ୟାଗ୍ରହ ସଂପର୍କରେ ଯଯାତି କେଶରୀ  ଚିତ୍ର ଆଙ୍କି ଏହି ସଫଳତା ହାସଲ କରିଛନ୍ତି । ସେହିପରି ଭାରତୀ ବିଦ୍ୟା ମନ୍ଦିରର …

Read More »