Friday , October 18 2019
Breaking News
Home / ଶିକ୍ଷା (page 20)

ଶିକ୍ଷା

ଜିଲ୍ଲା ସ୍ତରୀୟ ଶିକ୍ଷା ବିଭାଗର ସମୀକ୍ଷା ବୈଠକ

କେନ୍ଦ୍ରାପଡା ୧୨/୦୭/୨୦୧୯ (ଓଡ଼ିଶା ସମାଚାର)-ଜିଲ୍ଲା ସ୍ତରୀୟ ଶିକ୍ଷା ବିଭାଗର ସମୀକ୍ଷା ବୈଠକ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।  ଏହି ଉପଲକ୍ଷେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ  ଗୁଣାତ୍ମକ ଶିକ୍ଷା ପ୍ରଦାନ, ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି, ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଦୈନିକ ଉପସ୍ଥାନ ଯାଂଚ ହେବା, ଶିକ୍ଷା ପ୍ରଦାନ ପ୍ରଣାଳିରେ ଉନ୍ନତି ଏବଂ ବିଦ୍ୟାଳୟର ପାରିପାଶ୍ୱର୍ିକ ବ୍ୟବସ୍ଥାର ଉନ୍ନତି …

Read More »

ଗୋପୀନାଥପୁର ଉଚ୍ଚ ବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ ପାଳିତ

ସାଲେପୁର,୧୨/୦୭/୨୦୧୯ (ଓଡ଼ିଶା ସମାଚାର /ଅଭୟ ଜେନା)-ସାଲେପୁର ବ୍ଲକ୍ ଅଧିନସ୍ଥ ଗୋପୀନାଥପୁର ଉଚ୍ଚ ବିଦ୍ୟାଳୟର ୫୩ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଚିତ୍ର ନାରାୟଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବରେ ସାଲେପୁରର ମାନ୍ୟବର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନେ କଠିନ ପରିଶ୍ରମ କରି ପାଠ ପଢିଲେ ଫଳ କେବେ ବେକାର ଯାଏ ନାହିଁ । ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀମାନଙ୍କୁ ନିଜର ସନ୍ତାନ …

Read More »

ସମସ୍ୟାରେ ଗିରିଗାଁ ଅନ୍ନପୂର୍ଣ୍ଣା ଉଚ୍ଚ ବାଳିକା ବିଦ୍ୟାଳୟ

କେନ୍ଦୁଝର, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)- ସରକାର ଶିକ୍ଷାଦାନ କ୍ଷେତ୍ରରେ ବିପ୍ଳବ ସୃଷ୍ଟି କରି ଉନ୍ନତ ମାନର ଶିକ୍ଷା ଦେବା ପାଇଁ ପ୍ରୟାସ କରିବା ସହିତ ଶିକ୍ଷାଦାନ ପାଇଁ ଆବଶ୍ରକୀୟ ସମସ୍ତ ସାମଗ୍ରୀ ଓ ଗୃହ ଯୋଗାଇ ଦିଆଯାଉଛି । ଛାତ୍ରୀ ମାନଙ୍କୁ ଶିକ୍ଷାଦାନ ଦେଇ ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ମୁଖ୍ୟ ଭାବେ ଗ୍ରହଣ କରାଯାଇଥିବା ବେଳେ କେନ୍ଦୁଝର ଜିଲା ହାଟଡିହି ବ୍ଳକର ଏକ ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ …

Read More »

ଡିଏମଏଫ ସ୍କଲାରଶିପ ପାଇଁ ପ୍ରଧାନଶିକ୍ଷକଙ୍କ ସମ୍ମିଳନୀ

କେନ୍ଦୁଝର, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦୁଝର ଜିଲା ହାଟଡିହି ବ୍ଳକ ହାଟଡିହି ହାଇସ୍କୁଲରେ ବ୍ଲକର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବିଇଓ କପିଳେନ୍ଦ୍ର ମିଶ୍ର, ଡିପିସି ପୂର୍ଣ୍ଣଚନ୍ଦ୍ର ସେଠୀ, ତହସିଲଦାର ଗାୟତ୍ରୀ ସୋରେନ, ବିଇଓ ଶରତ କୁମାର ରାଉତ, ଏବିଇଓ ବିନୋଦ କୁମାର ରାଉତ, ଏବିଇଓ ସୁରଥ ଚନ୍ଦ୍ର ସାହୁ ଓ ସୁରେଶ ଜେନା, ଜନଜାତି ସଂଯୋଜକ ଦୁର୍ଗା …

Read More »

ଖୁଂଟୁଣୀ କଲେଜରେ ଶିକ୍ଷାଜ୍ୟୋତି ସମ୍ମାନ ସମାରୋହ

ଗୁରୁଡିଝାଟିଆ, ୧୨/୦୭/୨୦୧୯ (ଓଡ଼ିଶା ସମାଚାର)- ଯୁବସମାଜ ଅମାପ ଶକ୍ତି, ସାମର୍ଥ୍ୟ ଓ ଜ୍ଞାନର ଉତ୍ସ । ନିଜକୁ ଉତମ ରୂପେ ଗଢିତୋଳି ପିତାମାତା, ଶିକ୍ଷକ ଓ ରାଜନେତାଙ୍କଠାରୁ ଅଧିକ ପାରଦର୍ଶିତା ପ୍ରଦର୍ଶନ କରିବା ଆବଶ୍ୟକ । ଏହାଦ୍ୱାରା ମାନବ ସମାଜର ବିକାଶ ସମ୍ଭବ ହେବ । ବିଜ୍ଞାନ ଆଗକୁ ବଢିବା ପାଇଁ ବାଟ ଦେଖାଇଥାଏ । ଅନିସନ୍ଧିତ୍ସୁ ଭାବନା ନେଇ ଦେଶ ଓ ଜାତିର କଲ୍ୟାଣରେ ନିଜକୁ ସମର୍ପିବା ଆବଶ୍ୟକ …

Read More »

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନ୍ୟ କର୍ମଚାରୀଙ୍କ ନିମନ୍ତେ ପେନ୍ସନ୍ ଅଦାଲତ

ଜଗତସିଂହପୁର, ୧୧/୦୭/୨୦୧୯ (ଓଡ଼ିଶା ସମାଚାର/ ଲିଲନପ୍ରଭା ପାଢ଼ୀ)- ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହ ଠାରେ ଜଗତସିଂହପୁର ଜିଲ୍ଲା ଶିକ୍ଷା ବିଭାଗର ଅବସର ପ୍ରାପ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଓ ଅଣଶିକ୍ଷକ କର୍ମଚାରୀଙ୍କ ନିମନ୍ତେ ଏକ ପେନ୍ସନ୍ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ପେନ୍ସନ୍ ଅଦାଲତରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଏହି ପେନ୍ସନ୍ ଅଦାଲତ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କ ପାଇଁ ଏକ ସୁଯୋଗ ଆଣିଦେଇଛି …

Read More »

ପାରାଦ୍ୱୀପ ମହାବିଦ୍ୟାଳୟରେ ବନମହୋତ୍ସବ ଉଦ୍ଯାପିତ

ପାରାଦ୍ୱୀପ ୧୧/୦୭/୨୦୧୯ (ଓଡ଼ିଶା ସମାଚାର)- ପାରାଦ୍ୱୀପ ମହାବିଦ୍ୟାଳୟ ପକ୍ଷରୁ ପାଳନ କରାଯାଉଥିବା ବନମହୋତ୍ସବ ଉଦ୍ଯାପିତ ହୋଇଯାଇଛି । ପବିତ୍ର ରଥଯାତ୍ରା ଅବସରରେ ପାରାଦ୍ୱୀପ ମହାବିଦ୍ୟାଳୟ ପ୍ରାଙ୍ଗଣରେ ବନମହୋତ୍ସବକୁ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ. ସୁପ୍ରିମା କାନୁନ୍ଗୋ, ଏନ୍ସିସି ଅଫିସର ଲେପଟ୍ନାଂଟ କମାଣ୍ଡାର ଅକ୍ଷୟ ଚନ୍ଦ୍ର ମିଶ୍ର, ରୋଟାରୀ କ୍ଳବ୍ ପାରାଦ୍ୱୀପର ସଭାପତି ଡଃ ଦୁର୍ଗାପ୍ରସାଦ ସେଠୀ, ଡଃ.କୈଳାଶ ଚନ୍ଦ୍ର ମହାରଣା, ରେଡ୍କ୍ରସ ବିଭାଗର ଅଧିକାରୀ ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ବିଶ୍ୱାଳ, ପରିବେଶବିତ୍ ଇଂ …

Read More »

ସାଲେପୁର କଲେଜର ୫୬ତମ ପ୍ରତିଷ୍ଠା ଦିବସ ବାତିଲ , କଲେଜ ଫାଟକରେ ତାଲା

ସାଲେପୁର, ୧୦/୦୭/୨୦୧୯ (ଓଡ଼ିଶା ସମାଚାର / ଅଭୟ ଜେନା)- ରାଜନୈତିକ ଛକାପନଝା କରାଣରୁ ସାଲେପୁର ସ୍ୱୟଂଶାସିତ ମହାବିଦ୍ୟାଳୟର ୫୬ତମ ପ୍ରତିଷ୍ଠା ଦିବସ ହୋଇପାରିନାହିଁ । ଅନିର୍ଦ୍ଦିଷ୍ଟ କାଳ ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଛୁଟିରେ ଯାଇଥିବା ବେଳେ ସମଗ୍ର ଅଂଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଶିକ୍ଷାଅନୁଷ୍ଠାନ ଭଳି ପବିତ୍ର ଅନୁଷ୍ଠାନକୁ ନେଇ ରାଜନୀତି କରାଯାଉଥିବାରୁ ଏହି ଅଂଚଳର ବହୁ ଶିକ୍ଷାବିତ୍ ଏ ଘଟଣାକୁ ନାପସନ୍ଦ କରିଛନ୍ତି । ପ୍ରକାଶ …

Read More »

ଶିକ୍ଷକ ନିଯୁକ୍ତି ପାଇଁ ଜିଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲେ ମହିଳା

କେନ୍ଦ୍ରାପଡା, ୧୦/୦୭/୨୦୧୯ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ବ୍ଲକ କଳପଡା ପଂଚାୟତ ଟୁବିହୁଡା ଗ୍ରାମର ମହିଳାମାନେ ଜିଲାପାଳଙ୍କୁ ଭେଟି ଶିକ୍ଷକ ନିଯୁକ୍ତି ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି  । ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ୩୫ ଛାତ୍ରଛାତ୍ରୀ ପାଠପଢୁଥିବା ବେଳେ ୭ମାସହେବ ଜଣେ ଶିକ୍ଷୟିତ୍ରୀ ସେମାନଙ୍କୁ ପାଠ ପଢାଉଛନ୍ତି । ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ପାଠ ପଢିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହି ସ୍କୁଲରେ ଆଉ ଜଣେ ଶିକ୍ଷକ ନିଯୁକ୍ତିପାଇଁ …

Read More »

ହାଇସ୍କୁଲ ପାଚେରୀ ଭାଙ୍ଗିଲେ ଅସାମାଜୀକ ଦୁର୍ବୃତ

ଗରଦପୁର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ତେଣ୍ଡାକୁଡ଼ା ଠାରେ ଥିବା ଫଜଲହକ୍ ହାଇସ୍କୁଲ ଟି ଅଂଚଳର ଏକ ସର୍ବ ପୁରାତନ ଶିକ୍ଷାନୁଷ୍ଠାନ । ଏହାର ପ୍ରତିଷ୍ଠାର ୭୫ ବର୍ଷ ପୁର୍ତି ଉପଲକ୍ଷେ ଦୀର୍ଘ ଏକ ବର୍ଷ ଧରି ପ୍ଲଟିନମ ଜୁବୁଲି ପାଳନ କରାଯାଉଥିଲା । ନିକଟରେ ଏହାର ଉଦଯାପନ ଉତ୍ସବରେ ମହାମହିମ ରାଜ୍ୟପାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟ ର ପ୍ରାଚୀର ଠାରୁ ଆରମ୍ଭ କରି …

Read More »