Friday , October 18 2019
Breaking News
Home / ଶିକ୍ଷା (page 2)

ଶିକ୍ଷା

ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ଜନସଚେତନତା ଓ ସଫେଇ କାର୍ଯ୍ୟକ୍ରମ

କେନ୍ଦ୍ରାପଡା ୦୩/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗରାପୁରସ୍ଥିତ ଡିଏଭି ପବ୍ଲିକ ସ୍କୁଲ ପକ୍ଷରୁ ପବିତ୍ର ଗାନ୍ଧଜୀଙ୍କ ୧୫୦ତମ   ଜୟନ୍ତୀ ପାଳନ ଅବସରରେ ବାପୁଜୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ କରାଯିବା ନିମନ୍ତେ ଏକ ଜନସଚେତନତା ପଦଯାତ୍ରାର  ଆୟୋଜନ କରାଯାଇଥିଲା । ଏହି ପଦଯାତ୍ରା ଗରାପୁର ଡାକବଙ୍ଗଳା ଛକରୁ ବାହାରି କାଳି ମନ୍ଦିର ଛକ ପର୍ଯ୍ୟନ୍ତ ଯାଇ ଜନସଚେତନତା ସୃଷ୍ଟି କରିଥିଲା । …

Read More »

ନାଉଗାଁରେ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତି

ନାଉଗାଁ ୦୩/୧୦/୨୦୧୯ (ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)- ନାଉଗାଁ ବ୍ଲକର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଜାତିର ପିତା ମହାତ୍ମା ଗାନ୍ଧି ଓ ପୁର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତି ମହା ସମାରୋହରେ ପାଳିତ କରାଯାଇଛି । ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଜୟନ୍ତି ଅବସରରେ ନାଉଗାଁସ୍ଥିତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୁର୍ତି ଉନମୋଚିତ ହୋଇଯାଇଛି । ଏହି ପ୍ରତି ମୁର୍ତିକୁ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର …

Read More »

ସରସ୍ୱତୀ  ଶିଶୁ ବିଦ୍ୟା ମନ୍ଦିରେ ଗାନ୍ଧିଜୟନ୍ତି ପାଳିତ 

ଗରଦପୁର,୦୩/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ ଅନ୍ତର୍ଗତ ବେଡାରୀ ପଂଚାୟତର ହରିଦାସପୁରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତି ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ସୁନ୍ଦର ହସ୍ତାକ୍ଷର ଓ ବକୃତି ପ୍ରତିଯୋଗୀତା କରାଯାଇଥିଲା । ବକ୍ତୃତା ପ୍ରତିଯୋଗୀତାରେ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଶାନ୍ତନୁ ଦାସ ପ୍ରଥମ ହୋଇ ଥିବାବେଳେ, ନିତିଶ କୁମାର୨ୟ,ଦେବସ୍ମିତା ସାହୁ ତୃତୀୟ ହୋଇଛନ୍ତି । ସେହିପରି …

Read More »

ସ୍ୱାମୀ ଅରୂପାନନ୍ଦ ଜୁନିଅର କଲେଜ ପକ୍ଷରୁ  ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ

ତାରପୁର,୦୨/୧୦/୨୦୧୯ (ଓଡ଼ିଶା ସମାଚାର)-ଆଜି ଗାନ୍ଧି ଜୟନ୍ତୀ ଅବସରରେ ରଘୁନାଥପୁର ବ୍ଲକ୍ କୁର୍ତାଙ୍ଗସ୍ଥିତ ସ୍ୱାମୀ ଅରୂପାନନ୍ଦ ଜୁନିଅର କଲେଜ ପକ୍ଷରୁ ସ୍ୱଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।  ଅଧ୍ୟକ୍ଷ ସୁକାନ୍ତ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ  ଆୟୋଜିତ କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀମାନେ ଗାନ୍ଧିଜିଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କଲେଜ ପରିସରରୁ ଏକ ପଦଯାତ୍ରାରେ ତାରପୁର ବାଇପାସ ପର୍ଯ୍ୟନ୍ତ ଯାଇଥିଲେ । ଯାତ୍ରା ସମୟରେ ରାଜପଥର …

Read More »

ଓଷ୍ଟା-ଗରଦପୁର ବ୍ଲକ୍ ର ସାମ୍ବିଧାନିକ ସଭା

ଗରଦପୁର,୦୨/୧୦/୨୦୧୯ (ଓଡ଼ିଶା ସମାଚାର)- ପାଟକୁରା ସରକାରୀ ଉଚ ବିଦ୍ୟାଳୟ ପରିସରରେ ଆଜି ଶିକ୍ଷକ ସଂଘ ଓଷ୍ଟା-ଗରଦପୁର ବ୍ଲକ୍ ର ସାମ୍ବିଧାନିକ ସଭା ଅନୁଷ୍ଠିତ ହୋଇ ଯାଇଛି । ବ୍ଲକ୍ ଓଷ୍ଟା ର ସଭାପତି ମନୋଜ ରଂଜନ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ  ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଓଷ୍ଟା ପ୍ରେମୀ ପ୍ରଧାନ ଶିକ୍ଷକ, ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସମ୍ପାଦକ ମଳୟ କୁମାର ପାଣି ସମ୍ପାଦକୀୟ ବିବରଣୀ …

Read More »

ଜପକୁଦ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃସମ୍ମିଳନୀ- ମା’ ହିଁ ପିଲାମାନଙ୍କର ପ୍ରଥମ ଗୁରୁ

ସାଲେପୁର,୦୨/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)- ସାଲେପୁର ବ୍ଲକ୍ ଅନ୍ତର୍ଗତ କଟରପା ପଞ୍ଚାୟତ ଅଧିନସ୍ଥ ଜପକୁଦ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ମାତୃସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିନତା ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉସôବରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପିକା ମମତା ପଣ୍ଡା, ସମ୍ମାନୀତ ଅତିଥି ଭାବେ ଅନୁଷ୍ଠାନର ସଦସ୍ୟ ଜ୍ୟୋର୍ତିମୟୀ ସ୍ୱାଇଁ, ରବିନ୍ଦ୍ର ସେଠୀ, ଅଜୟ କୁମାର ସେନାପତି ପ୍ରମୁଖ ଯୋଗଦେଇ ମାଆ ହିଁ ପିଲାମାନଙ୍କର ପ୍ରଥମ …

Read More »

ଶିକ୍ଷକ ଦେଶର ଭବିଷ୍ୟତମାନଙ୍କୁ ନିର୍ମାଣ କରିଥାନ୍ତି

 ରଘୁନାଥପୁର, ୦୨/୧୦/୨୦୧୯ (ଓଡ଼ିଶା ସମାଚାର)- ସମାଜର ସବୁଠାରୁ ଅଧିକ ସମ୍ମାନର ଅଧିକାରୀ ଶିକ୍ଷକ ବୋଲି ରଘୁନାଥପୁର ବ୍ଲକ ବରାଗୋଳ ପଞ୍ଚାୟତ ସାନତିହଡା ଗ୍ରାମରେ ଥିବା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଭାନୁବତୀ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉସôବରେ ବ୍ଲକ ଅଧ୍ୟକ୍ଷା ସ୍ୱପ୍ନା ସରିତା ବଳ କହିଛନ୍ତି  । ସମ୍ମାନିତ ଅତିଥି ଭାବେ ପୂର୍ବତନ ଜିଲା ପରିଷଦ ସଭ୍ୟ ସରୋକକାନ୍ତ ସ୍ୱାଇଁ କହିଲେ, ସମାଜର ଦର୍ପଣ ଶିକ୍ଷକ ଏବଂ ଦେଶର ଶ୍ରେଷ୍ଠ …

Read More »

ସାଲେପୁର ହାଇସ୍କୁଲର ହିନ୍ଦୀ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ସାଲେପୁର, ୦୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)– ସାଲେପୁର ହାଇସ୍କୁଲ ପରିସରରେ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଶିକ୍ଷୟିତ୍ରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ସୁଜୟ କୁମାର ବିଶ୍ୱାଳ ଅବସର ଗ୍ରହଣ କରିବା ଅବସରରେ ଏହି ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷୟିତ୍ରୀ ସରଳା ନାୟକ, ବରିଷ୍ଠ ଶିକ୍ଷକ ଦତ୍ତକୃଷ୍ଣ ବେହେରା, ବନ୍ଦନା ଜେନା, ଚିନ୍ମୟୀ …

Read More »

ଛାଣିପୁର ହାଇସ୍କୁଲରେ ବ୍ୟାପକ ଅବ୍ୟବସ୍ଥା ପ୍ରତିବାଦରେ ଗଣଧାରଣା

ସାଲେପୁର, ୦୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା)– ଛାଣିପୁର ଉଚ୍ଚ ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା ନେଇ ଆଜି ସ୍କୁଲ ପରିଚାଳନା କମିଟି, ଅଭିଭାବକ ଓ ପୁରାତନ ଛାତ୍ରଛାତ୍ରୀମାନେ ଗଣଧାରଣାରେ ବସିଛନ୍ତି । ଖବରରୁ ପ୍ରକାଶ ଯେ ଛାଣିପୁର ହାଇସ୍କୁଲର ପରିଚାଳନା କମିଟିର ସଭାପତି ଓ ସଭ୍ୟମାନେ ଏହି ବିଦ୍ୟାଳୟରେ ବ୍ୟାପକ ଅବ୍ୟବସ୍ଥା, ଶିକ୍ଷାଦାନରେ ଅବହେଳା, ଦୀର୍ଘଦିନ ଧରି ପ୍ରଧାନଶିକ୍ଷକ ତଥା ୩ଗୋଟି ଶିକ୍ଷକ ପଦବୀ ୪/୫ବର୍ଷଧରି ଖାଲିପଡିବା ନେଇ ବିଭାଗୀୟ …

Read More »

ଜାଗୁଳେଇ ବିଦ୍ୟାପୀଠର ଅସୁରକ୍ଷିତ ଶ୍ରେଣୀ ଓ ଅଫିସ ଗୃହ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଗ୍ରାମବାସୀଙ୍କ ନିବେଦନ

କେନ୍ଦ୍ରାପଡା ୦୧/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ତରାପୁରସ୍ଥିତ ଜାଗୁଳେଇ ବିଦ୍ୟାପୀଠର ଶ୍ରେଣୀଗୃହ ଅଫିସ ଗୃହ ଅତ୍ୟନ୍ତ ଅସୁରକ୍ଷିତ ହୋଇପଡିଥିବା ସମ୍ପର୍କରେ ମଙ୍ଗଳବାର ଅପରାହ୍ନରେ ଗ୍ରାମବାସୀ,ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପକ୍ଷରୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିକଟରେ ଅଭିଯୋଗ କରାଯିବା ସହ ଏହାର ପ୍ରତିକାର କରାଯିବାକୁ ନିବେଦନ କରାଯାଇଛି । ୧୯୮୪ମସିହାରେ ପ୍ରତିଷ୍ଠା କରାଯାଇଥିବା ଏହି ବିଦ୍ୟାପୀଠ ୧୯୮୬ମସିହାରେ ଅନୁମତି ଏବଂ ୧୯୮୭ମସିହାରେ ସରକାରୀ ସ୍ୱିକୃତୀ ପ୍ରାପ୍ତ ଶିକ୍ଷାନୁଷ୍ଠାନ …

Read More »