Friday , September 20 2019
Breaking News
Home / ଶିକ୍ଷା

ଶିକ୍ଷା

ଜିଲାପାଳଙ୍କ ହସ୍ତକ୍ଷେପ ପରେ ବିଦ୍ୟାଳୟରୁ ଖୋଲିଲା ତାଲା

ରାଜନଗର, ୨୦/୦୯/୨୦୧୯(ଓଡ଼ିଶା ସମାଚାର)- ରାଜନଗର ବ୍ଲକ ରାଜପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ବିବାଦ ଯୋଗୁଁ ଅଭିଭାବକମାନେ ତାଲା ପକାଇଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଟଙ୍କା ନ ଉଠାଇବାରୁ ପୋଷାକ ଓ ଜୋତା ବଂଟନ ବନ୍ଦ ରହିଥିଲା । ମଧ୍ୟାହ୍ନ ଭୋଜନ ବନ୍ଦ ରହିଥିଲା । ଏହାର ପ୍ରତିବାଦ କରି ଅଭିଭାବକମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇଥିଲେ । ଖବରପାଇ ଜିଲାପାଳ ସମର୍ଥ ବର୍ମା ବ୍ଲକ ଶିକ୍ଷାଧିକାରୀ ରାଜେଶ କୁମାର …

Read More »

ଛାତ୍ରଛାତ୍ରୀଙ୍କୁ ୪ଶହ ଥର ବସ ଉଠ୍ କରିବା ଘଟଣା : ସାଲେପୁର ବି.ଇ.ଓ  ଓ ଏ.ବି.ଇ.ଓ ଘଟଣାର ତଦନ୍ତ କଲେ

ସାଲେପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) – ଜନୈକ ଶିକ୍ଷୟିତ୍ରୀ ୧୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀଙ୍କୁ ୪ଶହ ଥର କାନଧରି ଉଠ୍ ବସ୍ କରାଇବା ଘଟଣାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଶିକ୍ଷା ବିଭାଗ ପକ୍ଷରୁ ତତପରତା ପ୍ରକାଶ ପାଇଥିଲା । ସାଲେପୁର ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରେମଲତା ନାୟକ ଓ ଅତିରିକ୍ତ ଶିକ୍ଷାଜିଲ୍ଲା ଅଧିକାରୀ ଜଗବନ୍ଧୁ ଶତପଥୀ ଘଟଣା ଘଟିଥିବା ମହାସିଂହପୁର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ପହଂଚି ଛାତ୍ରଛାତ୍ରୀମାନଙ୍କ ଉପରେ ହୋଇଥିବା …

Read More »

ଶିକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ

ବାରିପଦା, ୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଇନ୍ଦିରା ଗାନ୍ଧି ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗନୋ) ତତ୍ୱାବଧାନରେ ଉନ୍ନତ ଭାରତ ଶିକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଚଳିତ ସେପ୍ଟେମ୍ବର ୧୨ ତାରିଖରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରେ କାର୍ଯ୍ୟକାରୀ କରାଯାଉଅଛି । ଆଂଚଳିକ ଇଗନୋ ଶିକ୍ଷା କେନ୍ଦ୍ର ଭୂବନେଶ୍ୱର ତତ୍ୱାବଧାନରେ ଏମପିସି ଅଟୋନମାସ୍ କଲେଜ ବାରିପଦା ଇଗନୋ ଶିକ୍ଷା କେନ୍ଦ୍ର ସଂଯୋଜନା ଏବଂ ସଂପୃକ୍ତ ସ୍ୱେଚ୍ଛାସେବୀ ସଂଗଠନ ସାଧନ, ଜୀବନଧାରା …

Read More »

ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ୪ଶହ ଥର ବସଉଠ କଲେ- ଜଣେ ବୋହୋସ୍ ୯ ଆହତ

ସାଲେପୁର, ୧୮/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ କୋମଳମତି ଶିଶୁମାନେ ବିଦ୍ୟାଳୟ ପ୍ରତି ଆକୃଷ୍ଟ ହୋଇ ଅଧିକ ସଂଖ୍ୟାରେ ଯେପରି ବିଦ୍ୟାଳୟକୁ ଆସନ୍ତି ସେ୍ôପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ଛାତ୍ରଛାତ୍ରୀମାନଙ୍କୁ ଡ଼୍ରେସ ଯୋତା ସମେତ ବହୁ ସରକାରୀ ପ୍ରୋସôାହନ ଯୋଗାଇ ଦେବା ସହ ସମସ୍ତ ଶିକ୍ଷାକେନ୍ଦ୍ର ଗୁଡ଼ିକୁ ଦଣ୍ଡମୁକ୍ତ ଅଂଚଳ ଘୋଷଣା କରିଥିବା ବେଳେ ସାଲେପୁର …

Read More »

ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇଲେ ଛାତ୍ରଛାତ୍ରୀ

ନିଶ୍ଚିନ୍ତକୋଇଲି, ୧୭/୦୯/୨୦୧୯( ଓଡ଼ିଶା ସମାଚାର/ ଅଭୟ ଜେନା): ନିଶ୍ଚିନ୍ତକୋଇଲି ବ୍ଲକ୍ ଅନ୍ତର୍ଗତ ଲେଣ୍ଡୁରା ଭଗବାନପୁର ଅନ୍ତେଶ୍ୱର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୋମବାର ଗେଟରେ ତାଲା ପକାଇ ସ୍କୁଲ ମଧ୍ୟକୁ ଶିକ୍ଷକ ଓ କର୍ମଚାରୀଙ୍କୁ ଭିତରକୁ ଛାଡ଼ି ନଥିଲେ । ସେମାନେ ସ୍କୁଲର ବିଭିନ୍ନ ସମସ୍ୟା ପ୍ରତି ପ୍ରଧାନ ଶିକ୍ଷକ ତଥା ସ୍କୁଲ ବିଭାଗ ଉଚ୍ଚ କର୍ତୃପକ୍ଷ ଦୃଷ୍ଟି ଦେଉନଥିବା ଅଭିଯୋଗ କରି ଭିକ୍ଷୋଭ ପ୍ରଦର୍ଶନ କରିଥିଲେ । ସ୍କୁଲରେ …

Read More »

ବିନାୟକ କଲେଜରେ ଆଲୋଚନାଚକ୍ର ଓ ବୃକ୍ଷରୋପଣ

ଭଦ୍ରକ,୧୭/୦୯/୨୦୧୯(ଓଡ଼ିଶା ସମାଚାର)-ଜଗତୀକରଣ ପ୍ରଭାବରେ ମାନବିକତା ହଜିଯିବାରେ ଲାଗିଛି । ମଣିଷ ଓ ମେସିନ ମଧ୍ୟରେ ଲଢ଼େଇରେ ସ୍ରଷ୍ଟାର ସୃଜନଶୀଳତା କ୍ରମେ କମିବାରେ ଲାଗିଛି । ବସ୍ତୁ ପଛରେ ଧାଉଁଧାଉଁ ଜୀବନର ଅନେକ କୋମଳପଣ ତା’ ନିକଟରୁ ଦୂରେଇବାରେ ଲାଗିଛି । ତେଣୁ ଏନେଇ ସାରସ୍ୱତ ସ୍ରଷ୍ଟାମାନଙ୍କୁ ସମୟର ନିଛକ ପ୍ରତିଛବି ଓ ତା’ର ହଜିଯାଉଥିବା ସ୍ୱପ୍ନକୁ ଫେରାଇ ଆଣିବା ଉଚିତ ବୋଲି ‘ଜଗତୀକରଣ ଓ ସାହିତ’ ଶୀର୍ଷକ ଆଲେଚନାଚକ୍ରରେ ମୁଖ୍ୟ …

Read More »

ସଂକ୍ଷେପରେ ଖବର : ୧୦ ଦଫା ଦାବି ନେଇ ବାଣୀବିହାର ରେ ଛାତ୍ର ଛାତ୍ରୀଙ୍କ ଧାରଣା- କୁଳପତିଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ

ଭୁବନେଶ୍ୱର ,୧୬/୦୯/୨୦୧୯(ଓଡ଼ିଶା ସମାଚାର)- କିଛି ଦିନର ନରବତା ପରେ ସୋମବାର ବାଣୀବିହାର ପୁଣି ଅଶାନ୍ତ ହୋଇଛି । ବାଣୀବିହାର ମୁଖ୍ୟ ଫାଟକ ସ୍ଥାନାନ୍ତର, କ୍ୟାମ୍ପସର ଅଚଳ ସିସିଟିଭିକୁ ସଚଳ କରିବା, ଫି କମାଇବା, ଏକ ସମୟରେ ପରୀକ୍ଷା ଆଦି ୧୦ ଦଫା ଦାବିନେଇ ଛାତ୍ର ଛାତ୍ରୀମାନେ ଧାରଣା ଦେବା ସହ କୁଳପତିଙ୍କ ଅଫିସ କୁ ଧସେଇ ପସିବାକୁ ଉଦ୍ୟମ କରିଥିଲେ । ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପୋଲିସ୍ ମୁତୟନ କରାଯାଇଥିଲା । …

Read More »

  ଶିକ୍ଷକ ନିଯୁକ୍ତି ଦାବିରେ ସ୍କୁଲରେତାଲା ପକାଇଲେ ଗ୍ରାମବାସୀ ଓ ଅଭିଭାବକ

କଳାହାଣ୍ଡି, ୧୬/୦୯/୨୦୧୯(ଓଡ଼ିଶା ସମାଚାର/ସଂଜୟ କୁମାର ସିଂହ)- କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଶାସ୍ତୁଗୁଡା ଠାରେ ଥିବା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲେ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ସୋମବାର ଅଭିଭାବକ ଓ ଗ୍ରାମବାସୀ ସ୍କୁଲଗେଟରେ ତାଲା ପକାଇ ପ୍ରତିବାଦ କରିବା ସହ ଶିକ୍ଷକ ନିଯୁକ୍ତି ଦାବିରେ ଧାରଣା ଦେଇଛନ୍ତି । ସୂଚନା ଅନୁସାରେ ଶାସ୍ତୁଗୁଡା ସ୍କୁଲରେ …

Read More »

ପୋଷାକ ବିତରଣ ଉତ୍ସବ

ଗରଦପୁର,୧୬/୦୯/୨୦୧୯(ଓଡ଼ିଶା ସମାଚାର)- ପଳସୁଧା ପଂଚାୟତ ଅନ୍ତର୍ଗତ ରାଏସର ଖରିସାଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ସୋମବାର ଦିନ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ୬ଷ୍ଠ ଶ୍ରେଣୀରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ୍ ୧୫୬ ଜଣ ଛାତ୍ର ଛାତ୍ରୀଙ୍କୁ ୨ ହଳ ପୋଷାକ ଓ ୧ ହଳ ଯୋତା ପ୍ରଦାନ କରାଯାଇଥିଲା । ପଳସୁଧା ପଂଚାୟତର ସରପଂଚ ଅନୁଜ କୁମାର ମହାନ୍ତି, ବିଦ୍ୟାଳୟର ସଭାପତି ସୁଧାଂଶୁ ଶେଖର ମହାନ୍ତି …

Read More »

ନିରାକାରପୁର କଲେଜ ସମସ୍ୟା ସମାଧାନ ଓ ହାରକ ଜୟନ୍ତୀ ପାଇଁ ଏକାଠି ହେଲେ ପୁରାତନ ଛାତ୍ରଛାତ୍ରୀ

ନିରାକାରପୁର,୧୫/୦୯/୨୦୧୯(ଓଡ଼ିଶା ସମାଚାର)-ଚଳିତ ବର୍ଷ ଖୋର୍ଦ୍ଧା ଜିଲ୍ଲା ନିରାକାରପୁରସ୍ଥିତ ସର୍ବପୁରାତନ କ୍ଷେତ୍ରବାସୀ ଡ଼ିଏଭି ମହାବିଦ୍ୟାଳୟ ହୀରକ ଜୟନ୍ତୀ ପାଳନ କରାଯିବା ପାଇଁ କଲେଜ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏ ନେଇ ଏକ ପ୍ରସ୍ତୁତି ବୈଠକ କଲେଜର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । କଲେଜ ଇତିହାସ ବିଭାଗ ଅଧ୍ୟାପିକା ପ୍ରତିଭାମୟୀ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟଅତିଥିଭାବେ ପୂର୍ବତନ ବିଧାୟକ ତଥା କଲେଜର ପୁରାତନ …

Read More »