Tuesday , August 20 2019
Breaking News
Home / ବ୍ୟବସାୟ ବାଣିଜ୍ୟ (page 6)

ବ୍ୟବସାୟ ବାଣିଜ୍ୟ

ବେଦାନ୍ତ ଲାଞ୍ଜିଗଡ଼ ଦ୍ୱାରା “ଜାତୀୟ ଡ଼ାକ୍ତର ଦିବସ” ଉପଲକ୍ଷେ “ମ୍ୟାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ”ର ଶୁଭାରମ୍ଭ

ଲାଞ୍ଜିଗଡ଼, କଳାହାଣ୍ଡି ଜିଲ୍ଲା, ୦୪/୦୭/୨୦୧୯ (ଓଡ଼ିଶା ସମାଚାର)-ଉତ୍ସର୍ଗୀକୃତ ସେବାରେ ଅଳଂକୃତ ଡ଼ାକ୍ତରମାନଙ୍କ ପ୍ରତିଷ୍ଠିତତାକୁ ସମ୍ମାନ ଜଣାଇ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ହସ୍ପିଟାଲଠାରେ “ଜାତୀୟ ଡ଼ାକ୍ତର ଦିବସ” ପାଳନ କରାଯାଇଛି । ଚିକିତ୍ସା କ୍ଷେତ୍ରରେ ସାମିଲ ତଥା ଗୋଷ୍ଠୀ ବିଶେଷମାନଙ୍କ ସହଯୋଗିତାରେ ଏକ କୋଡ଼ିଏଜଣିଆ ବରିଷ୍ଠ ଡ଼ାକ୍ତରଙ୍କୁ ନେଇ ଗତ ସୋମବାର ଦିନ କଳାହାଣ୍ଡି ତଥା ରାୟଗଡ଼ା ଜିଲ୍ଲାରେ ବେଦାନ୍ତ କମ୍ପାନୀ ଦ୍ୱାରା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ …

Read More »

ଲୁଇସ୍ ରୋଡ୍୍ରେ ଖୋଲିବ ଏଲ୍.ଭି.ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ସିଟି ସେଂଟର୍

                କାର୍ଯ୍ୟରତ ଜନସାଧାରଣଙ୍କୁ ଯୋଗାଇବ ସେବା ଭୁବନେଶ୍ୱର,୦୩/୦୭/୨୦୧୯ (ଓଡ଼ିଶା ସମାଚାର)-ଏଲ୍.ଭି.ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନର ଏନ୍.ଏ.ବି.ଏଚ୍ ସ୍ୱୀକୃତିପ୍ରାପ୍ତ ମିଠୁ ତୁଲ୍୍ସୀ ଚନ୍୍ରାଇ ପରିସର ପକ୍ଷରୁ ଚିକିତ୍ସାର୍ଥୀମାନଙ୍କୁ ବ୍ୟାପକ ସେବା ଚିକିତ୍ସା ସମ୍ପର୍କିତ ଗବେଷଣା, ଦୃଷ୍ଟିଶକ୍ତି ଅଭିବୃଦ୍ଧି, ପୁନର୍ବାସ ସେବା, ଗୋଷ୍ଠୀଗତ ଚକ୍ଷୁ ସ୍ୱାସ୍ଥ୍ୟ ଯତ୍ନ ଓ ଚକ୍ଷୁଗତ ଶିକ୍ଷା କାର୍ଯ୍ୟକ୍ରମ ଆଦି ହାତକୁ ନିଆଯାଇଛି । ସହରରେ କାର୍ଯ୍ୟରତ ବୃତିିଧାରୀ ଜନସାଧାରଣଙ୍କ ପରିକଳ୍ପେ ଏଲ୍.ଭି.ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ପକ୍ଷରୁ ସିଟି ସେଂଟର …

Read More »

ବରପୁଟ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ସରିବ କେବେ?

ବାଙ୍କୀ, ୦୧/୦୭/୨୦୧୯ (ଓଡ଼ିଶା ସମାଚାର)- ବାଙ୍କୀ ବ୍ଲକ ଅଧିନସ୍ଥ ବରପୁଟ ହାଟଠାରେ ଆଜକୁ ୧୦ବର୍ଷ ହେଲା ଏକ ମାର୍କେଟ କମ୍ପେ୍ଲକ୍ସ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡିରହିଛି । ବର୍ଷ ବର୍ଷ ଧରି ଅର୍ଦ୍ଧନିର୍ମାଣ ଅବସ୍ଥାରେ ପଡିରହିବା ହେତୁ ଗତଦିନରେ ଯେଉଁ କାମ ହୋଇଥିଲା ତାହା ଏବେ ଭାଙ୍ଗିବା ଆରମ୍ଭ ହେଲାଣି । ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ପାଇଁ ଯେଉଁ ଅନୁଦାନ ମଞ୍ଜୁର ହୋଇଥିଲା ସେଥିରୁ ୮୦ ପ୍ରତିଶତ ଅର୍ଥ ଉଠାଇ ନିଆଯାଇଥିବା …

Read More »

ଶ୍ରୀଅଚ୍ୟୁତ ରୁରାଲ ମାର୍ଟ ଉଦଘାଟିତ

ନିଶ୍ଚିନ୍ତକୋଇଲି ,୦୧/୦୭/୨୦୧୯ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ସ୍ୱୟଂ ସହାୟକ ଗୋଷ୍ଠୀଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀର ବିକ୍ରୟ ପାଇଁ ନାବାର୍ଡ ସହାୟତାରେ ତିନିମୁହାଣି ବଜାରରେ ଶ୍ରୀଅଚ୍ୟୁତ ରୁରାଲ ମାର୍ଟର ଶୁଭ ଉଦଘାଟିତ ହୋଇଯାଇଛି । ନାବାର୍ଡ କଟକ ଜିଲା ଏଜିଏମ୍ ସିଦ୍ଧାର୍ଥଶଙ୍କର ପଣ୍ଡାଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ନାବାର୍ଡ ଡିଜିଏମ୍ ଶ୍ରୀମତୀ ପ୍ରତିମା ମିଶ୍ର ଯୋଗଦେଇ ଅନୁଷ୍ଠାନିକ ଭାବେ ମାର୍ଟର ଉଦ୍ଘାଟନ କରିଥିଲେ । ମା’ବାସୁଳେଇ ସ୍ୱୟଂ ସହାୟକ …

Read More »

ବେଦାନ୍ତ ଲାଞ୍ଜିଗଡ଼ ଏହାର ସ୍ୱଚ୍ଛତା ପ୍ରୋଜେକ୍ଟ ପାଇଁ “ସିଏସଆର ହେଲ୍ଥ ଇମ୍ପାକ୍ଟ ଆୱାର୍ଡ ୨୦୧୯” ଦ୍ୱାରା ସମ୍ମାନୀତ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ୬ଟି ଗ୍ରାମପଂଚାୟତ ବସନ୍ତପଡ଼ା, ବାତେଲିମା, ଜଗନ୍ନାଥପୁର, ଲାଞ୍ଜିଗଡ଼, ଛତ୍ରପୁର, ଚମ୍ପାଦେଈପୁର ଇତ୍ୟାଦିରେ ଏହି ପ୍ରୋଜେକ୍ଟ କାର୍ଯ୍ୟକାରୀ ହୋଇଛି  ଲାଞ୍ଜିଗଡ଼, କଳାହାଣ୍ଡି, ଓଡ଼ିଶା , ୨୯/୬/୨୦୧୯ ( ଓଡ଼ିଶା ସମାଚାର )-    ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଆଲୁମିନିୟମ ରିଫାଇନାରୀ ୟୁନିଟ୍ ଏହାର ସ୍ୱଚ୍ଛତା କାର୍ଯ୍ୟକ୍ରମ ପାଇଁ “ସିଏସ୍ଆର ହେଲ୍ଥ ଇମ୍ପାକ୍ଟ ଆୱାର୍ଡ଼ ୨୦୧୯” ଦ୍ୱାରା ସମ୍ମାନୀତ ଯାହାକି ନୂଆଦିଲ୍ଲୀସ୍ଥିତ ଆଇଏଚଡ଼ବ୍ଲୁ କାଉନସିଲଠାରେ ପ୍ରଦାନ କରାଯାଇଛି । ପ୍ରଫେସର …

Read More »

ଆଇଟିସି ମଙ୍ଗଳଦୀପ୍ ପକ୍ଷରୁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରିୟ ସୁଗନ୍ଧିତ ଅଗରବତୀ ପ୍ୟାକ୍ର ବଜାର ପ୍ରବେଶ

ଭୁବନେଶ୍ୱର,୨୯/୦୬/୨୦୧୯ (ଓଡ଼ିଶା ସମାଚାର )-ଚଳିତ ବର୍ଷ ପବିତ୍ର ରଥଯାତ୍ରା ଅବସରରେ ଆଇଟିସିର ଅଗରବତୀ ବ୍ରାଣ୍ଡ୍ ମଙ୍ଗଳଦୀପ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ଓରମାସ୍ ଏବଂ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ସହିତ ମିଳିତ ହୋଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରିୟ ସୁଗନ୍ଧିତ ଅଗରବତୀ ପ୍ୟାକ୍ର ବଜାର ପ୍ରବେଶ  କରାଯାଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ପୁରୀରେ ଏସମ୍ପର୍କିତ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି । …

Read More »

ଜନଡିଅର ଟ୍ରାକ୍ଟର କମ୍ପାନୀ ପକ୍ଷରୁ ମେଗା ଫ୍ରି ସର୍ଭିସିଂ କ୍ୟାମ୍ପ

କେନ୍ଦ୍ରାପଡା, ୨୮/୦୬/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ କନିକା ରାଜପ୍ୟାଲେସ ପଡିଆରେ ଜନଡିଅର ଟ୍ରାକ୍ଟର କମ୍ପାନୀ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲା ବିତରକ ସମୀର ଟ୍ରାକ୍ଟରର୍ସ ଆନୁକୁଲ୍ୟରେ ଏକ ମେଗା ଫ୍ରି ସର୍ଭିସିଂ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ଏହି ଫ୍ରି ସର୍ଭିସିଂ କ୍ୟାମ୍ପରେ ୪୦ରୁ ଉଦ୍ଧ୍ୱର୍ ଟ୍ରାକ୍ଟର ଗୁଡିକୁ ଫ୍ରି ସର୍ଭିସିଂ କରାଯାଇଥିଲା ।  ଜନଡିଅର ଟ୍ରାକ୍ଟର କମ୍ପାନୀର ସେଲସ ଅଫିସର ବୀରେନ ନାୟକ,ସର୍ଭିସ ଅଫିସର ଦୀପ୍ତି …

Read More »

ନନ୍ଦନକାନନରେ ପ୍ଲାଷ୍ଟିକ୍ ସଚେତନତା

ଭୁବନେଶ୍ୱର, ୨୫/୦୬/୨୦୧୯ (ଓଡ଼ିଶା ସମାଚାର)-ବିଜୁ ପଟ୍ଟନାୟକ କଲେଜ ଅଫ୍ ଏମ୍ଏ ଜେଏମ୍ସି ପୁରାତନ ଛାତ୍ର ସଂସଦ ପକ୍ଷରୁ ନନ୍ଦନକାନନଠାରେ ପ୍ଲାଷ୍ଟିକ୍ ବର୍ଜନ ପାଇଁ ସଚେତନା କରାଯାଇଥିଲା । ସଂସଦର ସଭାପତି ଲିଙ୍ଗରାଜ ସାହୁଙ୍କ ଅଧ୍ୟକ୍ଷତାରେ ପ୍ଲାଷ୍ଟିକ୍ ଭଳି ବର୍ଯ୍ୟବସ୍ତୁକୁ ଦୁରାଇ ରଖିବା ପାଇଁ ସ୍ଥାନୀୟ ଦୋକାନୀ ଓ ପର୍ଯ୍ୟଟକଙ୍କୁ ସଚେତନ କରାଯାଇଥିଲା । ମାନବ ସମାଜ ସହିତ ପଶୁପକ୍ଷୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି । ଏଥି ସହ ପ୍ଲାଷ୍ଟିକ୍ …

Read More »

ପୁଣୀଥରେ ଆନ୍ଦୋଳନକୁ ଓହ୍ଳାଇଲେ ଜମିହରା କୃଷକ ଏକତା ମଂଚ

ପାରାଦ୍ୱୀପ ୨୫/୦୬/୨୦୧୯ (ଓଡ଼ିଶା ସମାଚାର)-ପୁଣିଥରେ ଆନ୍ଦୋଳନକୁ ଓହ୍ଳାଇଲେ ଜମିହରା କୃଷକ ଏକତା ମଂଚ । ପାରାଦ୍ୱୀପ ତୈଳ ବିଶୋଧନାଗାର ନିର୍ମାଣ ପାଇଁ ସ୍ଥାନୀୟ ଅଂଚଳର ପ୍ରାୟ ୧୭୫୨ପରିବାର ନିଜର ଚାଷ ଜମି ହରାଇଥିବା ବେଳେ ନିଜ ଭିଟାମାଟି ମଧ୍ୟ ହରାଇଛନ୍ତି । ତେବେ ଜମି ହରାଇ ଥିବା ପରିବାର ମଧ୍ୟର ଜଣଙ୍କୁ କମ୍ପାନୀ ଆରମ୍ଭ ହେବା ପରେ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା ମଧ୍ୟ କମ୍ପାନୀ ଟାଳଟୁଳ ନିତି …

Read More »

ମାସ ମାସ ଧରି ଷ୍ଟେଟ ବ୍ୟାଙ୍କର ଏଟିଏମ ଅଚଳ – ବ୍ୟାଙ୍କ କର୍ତୃପକ୍ଷ ନିଦା ବିଷ୍ଣୁ

ଜଗତସିଂହପୁର,୨୪/୦୬/୨୦୧୯ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲା ଅଧିନସ୍ଥ ତିର୍ତୋଲ ବ୍ଲକ୍ ଅନ୍ତର୍ଗତ କୃଷ୍ଣାନନ୍ଦପୁର ଏକ ମୁସଲମାନ ବହୁଳ ଅଂଚଳ । କୃଷ୍ଣାନନ୍ଦପୁର ପଂଚାୟତ ଓ ଏହାର ପଡ଼ୋସି ପଂଚାୟତର ଲୋକେ ଏଠାରେ ଗଢ଼ି ଉଠିଥିବା ବ୍ୟବସାୟ ପ୍ରତିଷ୍ଠାନ ଗୁଡ଼ିକ ଉପରେ ନିର୍ଭର କରିଥାନ୍ତି । ଫଳରେ ଏଠାରେ ଥିବା ବଜାରରେ ବ୍ୟବସାୟିକ ପ୍ରତିଷ୍ଠାନ ବଢ଼ି ବଢ଼ି ଚାଲିଥିବାବେଳେ ଲୋକମାନଙ୍କର ଆବଶ୍ୟକତାକୁ ଆଖିଆଗରେ ରଖି କୃଷ୍ଣାନନ୍ଦପୁର ଠାରେ ଆଲାହାବାଦ ବ୍ୟାଙ୍କ ଓ …

Read More »