Friday , November 22 2019
Breaking News
Home / କୃଷି

କୃଷି

ସଂକ୍ଷେପରେ ତାଜା ଖବର : ବିଧାୟକ ଓ ମନ୍ତ୍ରୀ ଙ୍କ ଆଲୋଚନା ପରେ ସମ୍ବଲପୁର ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର ,୨୧/୧୧/୨୦୧୯(ଓଡ଼ିଶା ସମାଚାର)- ଟୋକନ ବ୍ୟବସ୍ଥାକୁ ବିରୋଧ କରି ସମ୍ବଲପୁର ଠାରେ ଚାଲିଥିବା ଚାଷୀ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିବା ସୂଚନା ମିଳିଛି । ମିଳିଥିବା ତାଜା ସୂଚନା ଅନୁସାରେ ଟୋକନ ବ୍ୟବସ୍ତାକୁ ବିରୋଧ କରି ହଜାର ହଜାର ଚାଷୀ ଟ୍ରାକ୍ଟରରେ ଧାନ ଲୋଡ଼ କରି ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିଲେ । ବିଧାୟକ ରୋହିତ ପୁଜାରୀ ଓ ମନ୍ତ୍ରୀ ଶାସାନ୍ତ ସିଂ ପହଂଚି ଦୀର୍ଘ ସମୟ ଧରି …

Read More »

ବାତ୍ୟା ବୁଲବୁଲ୍ ପ୍ରଭାବରେ  ବିରି ଫସଲର ଅଭିବୃଦ୍ଧି ଘଟୁନି, ଚିନ୍ତାରେ ଚାଷୀ 

ଗରଦପୁର ୨୦/୧୧/୨୦୧୯ (ଓଡ଼ିଶା ସମାଚାର)-  କ୍ରମାଗତ ଭାବରେ ଲଘୁଚାପ ଜନିତ ବର୍ଷା ଓ ବାତ୍ୟା ବୁଲବୁଲ ପ୍ରଭାବରେ ବର୍ଷା ହୋଇଥିବା କାରଣରୁ ପାଟକୁରା ଅଂଚଳର ବିରି ଚାଷୀମାନେ ଚଳିତ ବର୍ଷ ଜମିରୁ ବିରି ବିହନ ପଚିଯିବା କାରଣରୁ ଜମିରେ କ୍ରମାଗତ ଭାବରେ ଦୁଇ ଥର ବିରି ବିହନ ବୁଣିଥିଲେ ମଧ୍ୟ ବିରି ଗଛ ଗୁଡିକର ଅଭିବୃଦ୍ଧି ହେଉ ନ ଥିବା ଚାଷୀମାନେ ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ପଦ୍ମପୁର,ବେଡାରୀ …

Read More »

ଚାଷ ପ୍ରଣାଳୀ ଶିଖିଲେ ଛାତ୍ରଛାତ୍ରୀ

ରାମନାଗୁଡ଼ା, ୨୦/୧୧/୨୦୧୯(ଓଡ଼ିଶା ସମାଚାର)- ଦେଶରେ ଚାଷ ଓ ଚାଷୀଙ୍କ ସ୍ଥିତି ଠିକ୍ ନାହିଁ । ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ, ଫସଲରେ ରୋଗ ପୋକ ଜନିତ କ୍ଷତି ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଉଛି । ଫଳରେ ସମଗ୍ର ଦେଶରେ ଚାଷ ପ୍ରତି ଆଗ୍ରହ କମିବାରେ ଲାଗିଛି । ଦେଶରେ ପାରମ୍ପରିକ ଚାଷକାର୍ଯ୍ୟ ବଦଳରେ ବ୍ୟାପକ ପରିମାଣରେ ସାର ଓ କୀଟନାଶକ ପ୍ରୟୋଗ ଯୋଗୁଁ ଲୋକ ବିଷଯୁକ୍ତ ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି …

Read More »

ଆଇଏଫଏଫଡିସି ପକ୍ଷରୁ  ଗୋ – ଚିକିତ୍ସା ଶିବିର

ମହାକାଳପଡା, ୧୮/୧୧/୨୦୧୯(ଓଡ଼ିଶା ସମାଚାର)- ଇଫକୋ-ଆଇଏଫଏଫଡିସି ମିଳିତ ସହଯୋଗରେ କେନ୍ଦ୍ରାପଡା ଜିଲାର ମହାକାଳପଡା ବ୍ଲକ ଅନ୍ତର୍ଗତ ବଉଳକଣୀ ପଂଚାୟତର ବେତ ବେଲାରୀ ଗ୍ରାମରେ ଏକ ମାଗଣାରେ ଗୋ-ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଚିକିତ୍ସା ଶବିରରେ ଗ୍ରାମର ଶତାଧିକ ଗାଈ, ବାଛୁରୀ, ବଳଦ, ଛେଳି, ମେଣ୍ଢା ଆଦି ଗୃହପାଳିତ ପ୍ରାଣୀମାନଙ୍କୁ ଚିକିତ୍ସା କରାଯାଇ ଆବଶ୍ୟକ ଔଷଧପତ୍ର ମାଗଣାରେ ବନ କରାଯାଇଥିଲା । ଗୃହ ପାଳିତ ପ୍ରାଣୀମାନଙ୍କୁ ପ୍ରତିଷେଧକ ଟୀକା ପ୍ରଦାନ …

Read More »

‘ଇଫକୋ’ ପକ୍ଷରୁ ଅଗ୍ରଣୀ କୃଷକମାନଙ୍କୁ ପ୍ରଶିକ୍ଷଣ ଓ ପରିଦର୍ଶନ –

 ଚାଷ ଓ ଚାଷୀର ବିକାଶ ହୋଇ ପାରିଲେ ଦେଶ ସମୃଦ୍ଧିଶାଳି ହୋଇ ପାରିବ – – ପାରାଦ୍ୱୀପ ୧୬/୧୧/୨୦୧୯(ଓଡ଼ିଶା ସମାଚାର)- ଚାଷୀମାନଙ୍କ ମତାମତକୁ ନେଇ କୃଷି ଭିତିିକ ଯୋଜନା ପ୍ରସ୍ତୁତି କରାଗଲେ ସେହି ଯୋଜନାଗୁଡିକ ସଫଳ ହେବ ବୋଲି ଆଜି ପାରାଦ୍ୱୀପସ୍ଥିତ ‘ଇଫକୋ’ପରିସର ମଧ୍ୟରେ ଥିବା ‘କୋର୍ଡଟ-ଇଫ୍କୋ’ ସଭାଗୃହରେ ଅନୁଷ୍ଠିତ ଅଗ୍ରଣୀ କୃଷକ ପ୍ରଶିକ୍ଷଣ ଶିବିରରେ ‘ଇଫକୋ’ ଅଧିକାରୀ ଓ ବରିଷ୍ଠ ସମବାୟବିତ୍ମାନେ ମତ ପ୍ରକାଶ କରିଛନ୍ତି । ରାଜ୍ୟରେ …

Read More »

ବେଡାରୀ ସେବା ସମବାୟ ସମିତିରେ ସମବାୟ ସପ୍ତାହ ପାଳନ  

ଗରଦପୁର ୧୬/୧୧/୨୦୧୯(ଓଡ଼ିଶା ସମାଚାର)-ସମବାୟ ସପ୍ତାହ ପାଳନ ଅବସରରେ ଆଜି ବେଡାରୀ ପ୍ରଥମିକ ସେବା ସମବାୟ ସମିତରେ ସମବାୟ ସପ୍ତାହ ପାଳନ କରାଯାଇଛି । ଏହି ଅବସରରେ ସେବା ସମବାୟ ସମିତିର ସଭାପତି ଚିତରଞ୍ଜନ ଚୌଧୁରୀ ସମବାୟ ପତାକା ଉତୋଳନ କରିଥିଲେ । ଆୟୋଜିତ ଉତ୍ସବରେ ସେବା ସମବାୟ ସମିତିର ସଭାପତି ଶ୍ରୀ ଚୌଧୁରୀ ଉପସ୍ଥିତ ରହି, ସେବା ସମବାୟ ସମିତି ଗଠନ ହେବା ଫଳରେ ଏହାର ସଦସ୍ୟ/ସଦସ୍ୟାମାନେ କିପରି ସରକାରୀ …

Read More »

ବୁଲବୁଲ ବାତ୍ୟା ପ୍ରଭାବ  ରେ ଧାନ ଓ ପରିବା ଫସଲ ରେ କ୍ଷତି, ଚାଷୀଙ୍କୁ ଘାରିଛି ରୁଣ ପରିଶୋଧ ଚିନ୍ତା    

ଗରଦପୁର ୧୪/୧୧/୨୦୧୯(ଓଡ଼ିଶା ସମାଚାର)-ଗତ ୮ଓ ୯ ତାରିଖ ବାତ୍ୟା ବୁଲବୁଲ ପ୍ରଭାବରେ ପାଟକୁରା ଅଂଚଳରେ ଫସଲ ହାନି ହୋଇ ଥିବାବେଳେ,ସେଥିମଧ୍ୟରୁ ଖରିଫ ଧାନ ଫସଲରେ କ୍ଷତି ଘଟିଛି । ସଅଳ ଅମଳକ୍ଷମ ଧାନପୂଜା,ସ୍ୱର୍ଣ୍ଣ,ଶାରଳା,ସ୍ୱର୍ଣ୍ଣ ସବ୍-୧,ଆଦି କିସମର ଧାନଗଛ ପାଣିରେ ଶୋଇଛି ।କେତେକ ଜମିରେ ଧାନ ଥୋଡ ବହାରୁଥିବାବେଳେ, ଅଧିକାଂଶ ଜମିରେ ଧାନ ସବୁ ଅଧା ପାଚିଲା ହୋଇଯାଇଥିଲା । ଏବେ ଚାଷ ଜମିରୁ ବର୍ଷା ପାଣି କମୁ ନ ଥିବାରୁ …

Read More »

ପଂଚାୟତ ପୋଖରୀ ନିଲାମରେ ବ୍ୟାପକ ଅନୀୟମିତତା ଅଭିଯୋଗ

କେନ୍ଦ୍ରାପଡା ୧୧/୧୧/୨୦୧୯(ଓଡ଼ିଶା ସମାଚାର)-ଏକ ପଂଚାୟତ ପୋଖରୀ ନିଲାମରେ ବ୍ୟାପକ ଅନୀୟମିତତା ହୋଇଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠିର ସଦସ୍ୟାମାନେ ସୋମବାର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ଡେରାବିଶ ବ୍ଲକ ଅନ୍ତର୍ଗତ ନରସିଂହପୁର ପଂଚାୟତର ବଘାଳୋ ଗ୍ରାମର ଭିନ୍ନ ଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ବଘାଳୋ ଗ୍ରାମରେ ଥିବା ଏକ ପଂଚାୟତ ପୋଖରୀ ନିଲାମରେ …

Read More »

ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ

କେନ୍ଦ୍ରାପଡା ୧୧/୧୧/୨୦୧୯(ଓଡ଼ିଶା ସମାଚାର)-ଜିଲ୍ଲାପାଳଙ୍କ ସଦଭାବନା ସଭା ଗୃହରେ ସୋମବାର ଅପରାହ୍ନରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହ ପାଇଁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଗତ ୨୦୧୮-୧୯ ବର୍ଷରେ ୧୮ହଜାର ୫୫୦ଜଣ ଚାଷୀଙ୍କ ଠାରୁ ୧୧୫ଟି ପ୍ୟାକ୍ସ ମାଧ୍ୟମରେ ୭୮୭୧୦.୩୮୫ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଥିଲା । ଜିଲ୍ଲାର ୨୫ଜଣ ମିଲରଙ୍କ ସମେତ ବାହାର ଜିଲ୍ଲାର ୬ଜଣ ମିଲର …

Read More »

ତିତଲି ପ୍ରଭାବରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲବୀମା ପ୍ରଦାନ ଦାବିରେ  ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣା  

କେନ୍ଦ୍ରାପଡା,୧୧/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଂଚାୟତର ଜଜାଙ୍ଗ ଗ୍ରାମର ଚାଷୀମାନେ ପ୍ରାଥମିକ କୃଷି ସମବାୟ ସମିତିରୁ ଋଣ ଆଣି ଚାଷ କରିଥିବା ବେଳେ ସେମାନଙ୍କ  ଫସଲ  ଗତ ତିତଲିରେ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ ସେମାନଙ୍କୁ ଫସଲ ବୀମା ପ୍ରଦାନ କରାଯାଇନଥିଲା । ସେମାନଙ୍କ ଚାଷଜମି ଉପରେ ପ୍ରାୟ ୫ଫୁଟରୁ ୧୫ ଫୁଟ ପର୍ଯ୍ୟନ୍ତ ପାଣି ଜଳମଗ୍ନ ହୋଇ ରହିଥିଲା । ଫଳରେ ସେମାନଙ୍କର ୭୦ରୁ ୮୦ ଭାଗ  ଫସଲ …

Read More »