Tuesday , July 16 2019
Home / admin

admin

କୁଖ୍ୟାତ ଲୁଟେରା ଗିରଫ, ସୁନାଗହଣା ଜବତ

ଭୁବନେଶ୍ୱର, ୧୬/୦୭/୨୦୧୯ (ଓଡ଼ିଶା ସମାଚାର)- ନୂଆପଲ୍ଲୀ ଥାନା ପାସ୍ପୋର୍ଟ ଅଫିସ ନିକଟରୁ ଏକ କାର ଭିତରୁ ହୋଇଥିବା ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି । ପୁଲିସ କୁଖ୍ୟାତ ଲୁଟେରା ନିରଞ୍ଜନ ନାୟକ ଓରଫ ଟିକିନାକୁ ଗିରଫ କରିଛ । ପୁଲିସ ତା’ଠାରୁ ଗୋଟିଏ ସୁନା ନେକଲେସ, ଦୁଇଟି ମଙ୍ଗଳସୂତ୍ର, ୬ ପଟ ଚୂଡ଼ି ସହ ଗୋଟିଏ ମୋବାଇଲ ଫୋନ ଜବତ କରିଛି । ନିରଞ୍ଜନ ନାଁରେ ରାଜଧାନୀର ବିଭିନ୍ନ ଥାନାରେ …

Read More »

କଟକ ଷ୍ଟେସନରୁ ନାବାଳିକା ଉଦ୍ଧାର

କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର / ଦେବାଶିଷ ରଥ)-ରେଳବାଇ ସୁରକ୍ଷା ବଳ ଷ୍ଟେସନରୁ ଜଣେ ନାବାଳିକାକୁ ଉଦ୍ଧାର କରିଛି । ସୋମବାର ଉଦ୍ଧାର ସମ୍ପୃକ୍ତ ନାବାଳିକାକୁ ବସୁନ୍ଧରାରେ ଥଇଥାନ କରାଯାଇଛି ବୋଲି ଆରପିଏଫ ଥାନାଧିକାରୀ ସୂଚନା ଦେଇଛନ୍ତି । କଟକ ଷ୍ଟେସନରେ ଏସ୍ଆଇ ଆର ସି ବିଶ୍ୱାଳ କାର୍ଯ୍ୟରତ ଥିବାବେଳେ ଜଣେ ୧୭ ବର୍ଷର ଜଣେ ନାବାଳିକା ଏକାକୀ ଅସହାୟ ଭାବେ ଏକ୍ସପ୍ରେସରେ ଆସୁଥିବା ସୂଚନା ପାଇଥିଲେ । ଏସ୍ଆଇ …

Read More »

ଯୁକ୍ତଦୁଇ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ

ସମ୍ବଲପୁର, ୧୬/୦୭/୨୦୧୯ (ଓଡ଼ିଶା ସମାଚାର)- ସମ୍ବଲପୁର ଜିଲ୍ଲା କତରବଗା ଥାନା ଅନ୍ତର୍ଗତ ବାସୁପାଲି ଗ୍ରାମରେ ଜଣେ ଯୁକ୍ତ ଦୁଇ ଦ୍ୱିତୀୟବର୍ଷ ଛାତ୍ରୀଙ୍କ ସହିତ ଦୁଷ୍କର୍ମ ପରେ ବିଭତ୍ସ ଭାବେ ହତ୍ୟା କରିବାକୁ ଉଦ୍ୟମ ହୋଇଥିବା ଅଭିଯୋଗ ହୋଇଛି । ବର୍ତମାନ ଛାତ୍ରୀଜଣକ ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଓ ତାଙ୍କର ଅବସ୍ଥା ଗୁରୁତର ରହିଛି । ଛାତ୍ରୀଙ୍କ ସହିତ ଦୁଷ୍କର୍ମ ପରେ ଅଭିଯୁକ୍ତ ପୀଡିତାଙ୍କ ମୁଣ୍ଡ ଓ ମୁହଁରେ ପଥର …

Read More »

ମଦ ପାଇଁ ଟଙ୍କା ନଦେବାରୁ ମାଆକୁ ହାଣିଲା ପୁଅ

  ଆଠଗଡ଼, ୧୬/୦୭/୨୦୧୯ (ଓଡ଼ିଶା ସମାଚାର)- ଆଠଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କଖଡ଼ି ଗ୍ରାମପଂଚାୟତର ଗୋପୀନାଥପଡ଼ା ଗ୍ରାମରେ ରବିବାର ମଧ୍ୟରାତ୍ରିରେ ଏକ ଅଭାବନୀୟ ଘଟଣା ଘଟିଛି । ଗୋପୀନାଥପଡ଼ାର ପ୍ରକାଶ ପ୍ରଧାନ ନିଜ ଭାଇର ବାହାଘର ଭୋଜି ଚାଲିଥିବା ବେଳେ ତାଙ୍କ ମାଆ ସାବି ପ୍ରଧାନକୁ ମଦ ପିଇବା ପାଇଁ ଟଙ୍କା ମାଗିଥିଲା  । ଟଙ୍କା ନ ଦେବାରୁ ପୁଅ ପ୍ରକାଶ ମାଆକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି । ପୁଅର …

Read More »

ପୁରୁଣା ଭୁବନେଶ୍ୱରରେ ଛୋଟ ପିଲାଙ୍କ ନିଳାଦ୍ରୀବିଜେ

ଭୁବନେଶ୍ୱର, ୧୬/୦୭/୨୦୧୯ (ଓଡ଼ିଶା ସମାଚାର)- ଶ୍ରୀଗୁଣ୍ଡିଚା ଠାରୁ ବାହୁଡ଼ା ଯାତ୍ରା, ସୁନାବେଶ, ଅଧରପଣା ନୀତିପରେ ଯାତ୍ରା ଶେଷ କରି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ମା ସୁଭଦ୍ରାଙ୍କ ନିଳାଦ୍ରୀବିଜେ ଅନୁଷ୍ଠିତ ହୋଇଯାଇଛି । ଏନେଇ ଏକ ବିଶ୍ୱାଳ ଶୋଭାଯାତ୍ରା ପୁରୁଣା ଭୁବନେଶ୍ୱର ଜମେଶ୍ୱର ପାଟଣାରୁ ବାହାରି ତିନିମୁଣ୍ଡିଆ ଛକ ଭ୍ରମଣ କରି, ଲିଙ୍ଗରାଜ ମନ୍ଦିର ନିକଟ ପରିଭ୍ରମଣ କରି ନାରାୟଣୀ ମନ୍ଦିର ପାଟଣାସାହି ଓ ପରକରଣସାହି ନିକଟ ନାରାୟଣୀ ମନ୍ଦିର …

Read More »

ଉକ୍ରଳ ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧନା ସଭା

  ନକ୍ସଲ ଦମନ କ୍ଷେତ୍ରରେ ଦୃଷ୍ଟି ଦେଉଛନ୍ତି ସରକାର: କେନ୍ଦ୍ରମନ୍ତ୍ରୀ କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର / ପ୍ରଜ୍ଞା ରଥ)- ବହୁ ନକ୍ସଲପନ୍ଥୀ ଅତୀତରେ ସଂଗଠନ ଛାଡ଼ି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇଛନ୍ତି ଏବଂ ଏବେ ମଧ୍ୟ ହେଉଛନ୍ତି । ସରକାରଙ୍କଠାରୁ ସେମାନଙ୍କୁ ଏଥିପାଇଁ ବହୁ ସହାୟତା ମିଳୁଛି । ନକ୍ସଲ ପାଲଟିଥିବା ଲୋକଙ୍କ ହୃଦୟ ପରିବର୍ତନ କରି ସାଧାରଣ ମଣିଷ ଭାବେ ସେମାନଙ୍କୁ ଛିଡ଼ା କରାଇବା କେନ୍ଦ୍ର ସରକାରଙ୍କର …

Read More »

ଟେବୁଲ୍ ଟେନିସ୍ ଚମ୍ପିଅନ୍ଶିପ୍ ପାଇଁ ସଜେଇହେଉଛି କଟକ ସହର

              ସ୍ଥିତି ଅନୁଧ୍ୟାନ କଲେ କ୍ରୀଡ଼ାମନ୍ତ୍ରୀ – ଜିଲାପାଳ କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର / ଦେବାଶିଷ ରଥ)- ଟେବୁଲ୍ ଟେନିସ୍ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ହେବାକୁ ଥିବା ୨୧ତମ କମନ୍ ୱେଲଥ୍ ଟେବୁଲ୍ ଟେନିସ୍ ଚମ୍ପିଅନସିପ୍ ମ୍ୟାଚ ପାଇଁ ସଜେଇ ହେଉଛି କଟକ ସହର । ଚଳଚଂଚଳ ହୋଇଉଠିଛି ପ୍ରଶାସନ । ଆସନ୍ତା ଜୁଲାଇ ୧୭ରୁ ୨୨ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଜବାହରଲାଲ ନେହରୁ ଇଣ୍ଡୋରଷ୍ଟାଡ଼ିୟମରେ ହେବାକୁ ଥିବା …

Read More »

ରୋଟାରୀ କ୍ଲବ୍ ପକ୍ଷରୁ ବୃକ୍ଷରୋପଣ

କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର / ପ୍ରଜ୍ଞା ରଥ)-ମର୍କତ ନଗର ସିଡିଏ ୬ ନମ୍ବର ସେକ୍ଟରରେ ଥିବା କାଠଯୋଡି ବିହାରରେ ରୋଟାରୀ କ୍ଲବ ପକ୍ଷରୁ ବୃକ୍ଷରୋପଣ କରାଯାଇଛି । ଶାଗୁଆନ, ଶିଶୁ, ରାଧାଚୂଡା, ଆକାଶିଆ, ଓଉ, ବେଲ, ଜାମୁକୋଳି, ଡାଳିମ୍ବ, ଫାଶୀ ପ୍ରଭୃତି ଗଛ ରୋପଣ କରାଯାଇଥିଲା । କାଠଯୋଡି ବିହାର ଅଭିରାମ ପରମହଂସ ଆଶ୍ରମରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଭିନେତା ସବ୍ୟସାଚୀ ମହାପାତ୍ର, କ୍ଲବର ସଭାପତି ବିଦୁ୍ୟତ୍ କୁମାରୀ ଲାଲ୍, …

Read More »

୩ ଚେନ୍ ଲୁଟେରା ଗିରଫ, ୭ ସୁନାଚେନ୍ ଜବତ

କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର / ପ୍ରଜ୍ଞା ରଥ)- ଚାଉଳିଆଗଞ୍ଜ ପୁଲିସ ଏକ ସୁନାଚେନ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି । ଲୁଟେରାମାନେ ଚାଉଳିଆଗଞ୍ଜ, ମଧୁପାଟଣା, କଟକ ସଦର, ଚୌଦ୍ୱାର ଥାନା ଅଂଚଳରେ ଆତଙ୍କ ଖେଳାଇଥିଲେ । ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସହ ଅନ୍ୟ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ପୁଲିସ ୭ଟି ସୁନାଚେନ ସହ ଲୁଟ୍ରେ ବ୍ୟବହୃତ ଏକ କଳାପଲସର ଜବତ କରିଛି …

Read More »

ସାଲେପୁରରେ ପରିବାଦର ଆକାଶଛୁଆଁ

                                                ହାଣ୍ଡିଶାଳକୁ ମହଙ୍ଗାମାଡ଼ ସାଲେପୁର,୧୫/୦୭/୨୦୧୯ ଓଡ଼ିଶା ସମାଚାର /ଅଭୟ ଜେନା) : ସାମୁଦ୍ରିକ ଝଡ଼ ଫନିର ପ୍ରଭାବରେ ପରିବା ଫସଲର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଅଧୁନା ଜନସାଧାରଣଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । କଂଚା ପନିପରିବାର ଦାମ୍ ଅହେତୁକ ମୂଲ୍ୟବୃଦ୍ଧି ହୋଇଥିବାରୁ ଖାଉଟିମାନେ ପରିବା କିଣିବାକୁ ସକ୍ଷମ ହୋଇପାରୁନାହାନ୍ତି । ବର୍ଷା ଦିନେ ପନିପରିବା ଶସ୍ତା ହୋଇଥାଏ । ମାତ୍ର ଚଳିତ ବର୍ଷ ଏହାର ବିପରୀତ ଅବସ୍ଥା …

Read More »