Wednesday , January 29 2020
Breaking News
Home / ନିର୍ବାଚନ / ୯୭ ହଜାର ୯୯୦ ଭୋଟ ବ୍ୟବଧାନରେ ବିଜୟ ଲାଭ କରି ରୀତା ସାହୁ ରେକର୍ଡ଼ ଭ।ଙ୍ଗିଲେ

୯୭ ହଜାର ୯୯୦ ଭୋଟ ବ୍ୟବଧାନରେ ବିଜୟ ଲାଭ କରି ରୀତା ସାହୁ ରେକର୍ଡ଼ ଭ।ଙ୍ଗିଲେ

ଭୁବନେଶ୍ୱର,୨୪/୧୦/୨୦୧୯(ଓଡ଼ିଶା ସମାଚାର)- ବିଜେପୁର ନିର୍ବାଚନ ଭୋଟ ଗଣତି ଶେଷ ହୋଇଛି । ରେକର୍ଡ଼ ସଂଖ୍ୟକ ଭୋଟ ପାଇ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ରୀତା ସାହୁ ବିଜୟୀ ହୋଇଛନ୍ତି । ରୀତା ସାହୁ ଙ୍କୁ ୧ ଲକ୍ଷ ୩୫ ହଜାର ୯୫୭ ଟି ଭୋଟ ମିଳିଥିବାବେଳେ ତାଙ୍କ ନିକଟତମ ବିଜେପି ର ପ୍ରାର୍ଥୀ ସନତ ଗଡ଼ତିଆଙ୍କୁ ୩୭ ହଜାର ୯୬୭ ଟି ଭୋଟ୍ ମିଳିଥିବାବେଳେ କଂଗ୍ରେସ ଦଳର ପ୍ରାର୍ଥୀ ଦିଲିପ୍ ପଣ୍ଡାଙ୍କୁ ମିଳିଛି ମାତ୍ର ୫ ହଜାର ୮୭୩ ଟି ଭୋଟ । ସେହିପରି ହିନ୍ଦିମହାସଭାର ପ୍ରାର୍ଥୀ ଅଶୋକ ମିତଲ ପାଇଚନ୍ତି ମାତ୍ର ୧୨୧୯ ଖଣ୍ଡ ଭୋଟ୍ ଓ ସ୍ୱାଧୀନ ପ୍ରାର୍ଥୀ ବୃନ୍ଦାବନ ପୁରୋହିତ ପାଇଛନ୍ତି ମାତ୍ର ୧୦୫୩ ଖଣ୍ଡ ଭୋଟ୍ । ମୋଟ୍ ୫ ଜଣ ପ୍ରାର୍ଥୀ ଏହି ନିର୍ବାଚନ ମଇଦାନକୁ ଓହ୍ଳାଇଥିଲେ । ନିର୍ବାଚନ ଫଳାଫଳ ଜଣାପଡ଼ିବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରୀତା ସାହୁଙ୍କୁ ଟେଲିଫୋନ୍ ଯୋଗେ ଶୁଭେଛା ଜଣାଇବା ସହିତ ବିଜେପୁର ନିର୍ବାଚନ ମଣ୍ଡଳୀର ଭୋଟର ମାନଙ୍କୁ କୃତଜ୍ଞତା ଜଚ୍ଚାଇଛନ୍ତି । ଅନ୍ୟପକ୍ଷରେ ଫଳାଫଳ ଜଣାପଡ଼ିବା ପରେ ଭୁବନେଶ୍ୱର ଠାରେ ବିଜେଡ଼ି ର ରାଜ୍ୟ କାର୍ଯ୍ୟାଳୟରେ ବିଜୟ ପାଇଁ ଉତ୍ସବ ପାଳନ କରିଛନ୍ତି ଓ ବିଜେପୁର କିଛି ଜନସାଧାରଣ ଓ ଦଳିୟ କର୍ମୀ ଏକ ଶୋଭାଯାତ୍ରାରେ ଆସି ମୁଖ୍ୟମନ୍ତ୍ରୀ ଙ୍କୁ ଭେଟି ଅଭିନନ୍ଦନ ଜ୍ଞାପନ କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ପ୍ରବାସୀ ଓଡିଆଙ୍କ ଦ୍ୱାରା ମୁମ୍ବାଇରେ “ଅଷ୍ଟପ୍ରହରୀ” ଅନୁଷ୍ଠିତ

ଯାଜପୁର,୨୮/୦୧/୨୦୨୦ (ଓଡ଼ିଶା ସମାଚାର)- ସୁଦୁର ମୁମ୍ବାଇରେ ବସବାସ କରୁଥିବା ପ୍ରବାସୀ ଓଡିଆ ମାନଙ୍କ ଦ୍ୱାରା ପତିତପାବନ ଉତ୍କଳ ସେବା ସଂସ୍ଥା …

Leave a Reply

Your email address will not be published. Required fields are marked *