Thursday , September 19 2019
Breaking News
Home / ବିଶେଷ / ୭ମ ଅର୍ଥନୈତିକ ଗଣନା ପ୍ରଶିକ୍ଷଣ ଶିବିର  

୭ମ ଅର୍ଥନୈତିକ ଗଣନା ପ୍ରଶିକ୍ଷଣ ଶିବିର  

 

ଗରଦପୁର, ୧୩/୦୮/୨୦୧୯(ଓଡ଼ିଶା ସମାଚାର)-ଆଜି ଗରଦପୁର ବ୍ଲକ୍ ସଭା ଗୃହରେ ୭ମ ଅର୍ଥନୈତିକ ଗଣନା ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ବିଭାଗ ଦ୍ୱାରା ଆୟୋଜିତ ଏହି ଶିବିରକୁ ଗରଦପୁର ମଣ୍ଡଳ ଉନ୍ନୟନ ଅଧିକାରୀ ଧରଣୀଧର ବେହେରା ଉଦଘାଟନ କରିଥିଲେ ଏବଂ ତଥ୍ୟ ସଂଗ୍ରହକାରୀଙ୍କୁ ସଠିକ ତଥ୍ୟ ସଂଗ୍ରହ କରିବା ପାଇଁ ପରାମର୍ଶ ଦେଇଥିଲେ । ଅର୍ଥନୈତକ ତଥ୍ୟ ଯେତେ ସଠିକ ହେବ ଦେଶର ମାନଦଣ୍ଡ ଠିକ ହେବ ବୋଲି ସେ କହିଥିଲେ । ପ୍ରଶିକ୍ଷକ ଭାବରେ ଅତିରିକ୍ତ ପରିସଂଖ୍ୟାନ ଅଧିକାରୀ ସନ୍ତୋଷ କୁମାର ପରିଡ଼ା , ଅବସରପ୍ରାପ୍ତ କ୍ଷେତ୍ରାଧିକାରୀ ପ୍ରମୋଦ କୁମାର ପଟ୍ଟନାୟକ , କମନ ସର୍ଭିସ ସେଂଟର ଜିଲା ପରିଚାଳକ ହାମଦା କୁମାର ପାତ୍ର ପ୍ରମୁଖ ଉପସ୍ଥିତ ରହି ଗଣନାକାରୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ପ୍ରଶିକ୍ଷଣ ଶିବିରରେ ତଥ୍ୟ ସଂଗ୍ରହକାରୀଙ୍କ ସମେତ  ସୁପରଭାଇଜରମାନେ ମଧ୍ୟ ସାମିଲ ହୋଇଥିଲେ । ତଥ୍ୟ ସଂଗ୍ରହ ସମୟରେ ତଥ୍ୟ ସଂଗ୍ରହକାରୀମାନେ  ସମସ୍ତ ପରିବାରକୁ ଯାଇ ଟିକିନିଖି ତଥ୍ୟ ମୋବାଇଲ ଆପ ମାଧ୍ୟମରେ ସଂଗ୍ରହ କରିବା ପାଇଁ ପ୍ରଶିକ୍ଷକମାନେ ପରାମର୍ଶ ଦେଇଥିଲେ ।  ଓଡ଼ିଶା ସମାଚାର

About admin

Check Also

ବହୁ ଚର୍ଚ୍ଚିତ ଜଗନ୍ନାଥପୁର ନାବାଳିକା ବଳାକ୍ରାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ମହମ୍ମଦ ମୁସ୍ତାକ୍  କୁ  ଫାସି ଦଣ୍ଡାଦେଶ

ସାଲେପୁର,୧୯/୦୯/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା) -ଜଣେ ନାବାଳିକାକୁ ବଳାକ୍ରାର କରି ହତ୍ୟା କରିଥିବା ଅଭିଯୋଗର ବିଚାର କରି ଅଭିଯୁକ୍ତକୁ ସ୍ୱତନ୍ତ୍ର ପୋସ୍କୋ …

Leave a Reply

Your email address will not be published. Required fields are marked *