Friday , February 28 2020
Breaking News
Home / ବ୍ୟବସାୟ ବାଣିଜ୍ୟ / ୫-ଟି’ରେ ଉଠାଦୋକାନୀମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉ

୫-ଟି’ରେ ଉଠାଦୋକାନୀମାନଙ୍କୁ ଅନ୍ତର୍ଭୁକ୍ତ କରାଯାଉ

ଭୁବନେଶ୍ୱର ,୧୭/୦୧/୨୦୨୦ (ଓଡ଼ିଶା ସମାଚାର)- ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଂ ଜୋନ୍ ସୁରକ୍ଷା ଟ୍ରଷ୍ଟର ଏକ ଜରୁରୀକାଳୀନ ବୈଠକ ନୟାପଲ୍ଲୀ ଦୁର୍ଗାପୂଜା ସମିତିଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭୁବନେଶ୍ୱରର ୮୦ଟି ସଂଘର କର୍ମକର୍ତା ଯୋଗଦେବା ସହ ଉଠାଦୋକାନୀ ଉଚ୍ଛେଦ, ମାନ୍ୟବର ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ, ଉଠାଦୋକାନୀ ଆଇନ ୨୦୧୪, ଭୁବନେଶ୍ୱରରେ ଥିବା ଭେଣ୍ଡିଂ ଜୋନ୍‌ଗୁଡ଼ିକର ବିଭିନ୍ନ ସମସ୍ୟା ଉପରେ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁ ଆଲୋକପାତ କରିବା ସହ ଫନିରେ କ୍ଷତିଗ୍ରସ୍ତ ଉଠାଦୋକାନୀମାନଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ମିଳିଥିବା ବେଳେ କିଛି ଉଠାଦୋକାନୀମାନଙ୍କୁ ମଧ୍ୟ ଫନି ଟଙ୍କା ମିଳିନାହିଁ । କେଉଁଭଳି ଭାବରେ କ୍ଷତିଗ୍ରସ୍ତ ଦୋକାନୀମାନଙ୍କୁ ଫନି ଟଙ୍କା ମିଳିପାରିବ, ବି.ଏମ୍‌.ସି. ସହ ଆଲୋଚନା କରାଯିବା ପାଇଁ ପ୍ରସ୍ତାବ ଦେଇଥିଲେ । ସଭାପତି ଆହୁରି କହିଲେ ଯେ, ଉଠାଦୋକାନୀ ବା କ୍ଷୁଦ୍ର ବ୍ୟବସାୟୀମାନଙ୍କ ସମସ୍ୟା କେବଳ ‘୫ ଟି’ ହିଁ ସମାଧାନ କରିପାରିବ । ଏହି ପରିପ୍ରେକ୍ଷୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ‘୫ ଟି’ର ସଚିବଙ୍କୁ ଅବଗତ କରାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଉପସଭାପତି ବିପିନ ବିହାରୀ ଦାସ ସୁରମଣି ସାହୁ, ବାସୁଦେବ ପଣ୍ଡା, ପ୍ରବୋଧ କୁମାର ପଣ୍ଡା, ନିରଞ୍ଜନ ପାଣ୍ଡେ, ସାଧାରଣ ସମ୍ପାଦକ ଅନୁଜ କୁମାର ପ୍ରଧାନ, ସମ୍ପାଦକ ହେମନ୍ତ କୁମାର ନାୟକ, ଭରତ ସାହୁ, କୈଳାସ ଚନ୍ଦ୍ର ସ୍ୱାଇଁ, ବିପିନ ବିହାରୀ ଜେନା, ସତ୍ୟନାରାୟଣ ମହାପାତ୍ର ଏବଂ କୋଷାଧ୍ୟକ୍ଷ ସୁଦର୍ଶନ ପୃଷ୍ଟି, ସଭ୍ୟ ମନୋଜ କୁମାର ସାହୁ, ସୁରେଶ ପଟ୍ଟନାୟକ, ବସନ୍ତ କୁମାର ରାଉତ, ସଙ୍ଗୀତା କିଷାନ, ଅନୁ ମିଶ୍ର, ଦୀପାଞ୍ଜଳି ରାଉତ, ବିରଂଚି ନାରାୟଣ ଗାଣ୍ଠିଆଙ୍କ ସମେତ ଚନ୍ଦ୍ରଶେଖରପୁର, ଡମଣା, କିଟ୍‌, ନୀଳାଦ୍ରିବିହାର, ଖଣ୍ଡଗିରି, ୟୁନିଟ୍‌-୧, ୨, ବରମୁଣ୍ଡା, ବାଣୀବିହାର, ବୀରସୁରେନ୍ଦ୍ର ସାଏ ନଗର ଅଂଚଳର ବହୁ ସଂଗଠନର ସଭାପତି, ସମ୍ପାଦକ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ପଟିଆ ବିଗ୍ ବଜାର ସିଲ

ଭୁବନେଶ୍ୱର ,୨୦/୦୨/୨୦୨୦ (ଓଡ଼ିଶା ସମାଚାର)- ଆଜି ପଟିଆ ଠାରେ ଥିବା ବିଗ୍ ବଜାର ସିଲ କରିଛି ଭୁବନେଶ୍ୱର ମୁନିସପାଲ କର୍ପୋରେସନ୍ …

Leave a Reply

Your email address will not be published. Required fields are marked *