Tuesday , August 20 2019
Breaking News
Home / ରାଜନୀତି / ୫୦ରୁ ଉଦ୍ଧ୍ୱର୍ ବିଜେଡି କର୍ମୀ ବିଜେପିରେ ସାମିଲ

୫୦ରୁ ଉଦ୍ଧ୍ୱର୍ ବିଜେଡି କର୍ମୀ ବିଜେପିରେ ସାମିଲ

କେନ୍ଦ୍ରାପଡା ୧୫/୦୭/୨୦୧୯ (ଓଡ଼ିଶା ସମାଚାର)-ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ଜଳପୋକ ପଂଚାୟତର ୫୦ରୁ ଉଦ୍ଧ୍ୱର୍ ବିଜେଡି କର୍ମୀ ପୂର୍ବତନ ସମିତିସଭ୍ୟ ମୃତ୍ୟୁଞ୍ଜୟ ମହାନ୍ତିଙ୍କ ନେତୃତ୍ୱରେ ଭାରତୀୟ ଜକନତା ପାର୍ଟିରେ ସାମିଲ ହୋଇଛନ୍ତି । ଦଳର ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା ଏହି ବିଜେଡି କର୍ମୀମାନଙ୍କୁ ବିଜେପି ଦଳରେ ସାମିଲ କରିଥିଲେ । କେନ୍ଦ୍ରାପଡା ସହରର ମୀରପାଟଣାସ୍ଥିତ ସ୍ୱୟଂ ସେଲିବ୍ରେସନ ମଣ୍ଡପରେ ଅନୁଷ୍ଠିତ ଏହି ମିଶ୍ରଣ ସମାରୋହରେ ଜିଲ୍ଲା ସଭାପତି ଦୁର୍ଯ୍ୟୋଧନ ସାହୁ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ଗଗନବିହାରି ସାହୁ ସ୍ୱାଗତ ଭାଷଣ ଦେଇଥିଲେ । ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିବା କର୍ମୀଙ୍କ ମଧ୍ୟରେ ଶ୍ରୀ ମହାନ୍ତିଙ୍କ ସମେତ ପ୍ରମୋଦ ପଟ୍ଟନାୟକ,ମହେନ୍ଦ୍ର ନାୟକ,ବନୀତା ରାଉତ,ମଳୟ ପଟ୍ଟନାୟକ,ଅତ୍ରାହୀଭଞ୍ଜନ ପଟ୍ଟନାୟକ,ସୁଶିଲ ରାଉତ,ବିଶ୍ୱରଞ୍ଜନ ରାଉତ ପ୍ରମୁଖ କାର୍ଯ୍ୟକର୍ତ୍ତା ଥିବା ଜଣାଯାଇଛି । ଏହି ଅବସରରେ ଜଳପୋକ ପଂଚାୟତର ପୂର୍ବତନ ସରପଂଚ ବିଜୟ ପଟ୍ଟନାୟକ,ଅବକାଶ ଜେନା,ସମିତିସଭ୍ୟ ସନାତନ ନାୟକ,ବୀରବର ସାମଲ,କମଳାକାନ୍ତ ଦାସ,ଜଟେଶ୍ୱର ନାୟକ ପ୍ରମୁଖ ବରିଷ୍ଠ ନେତୃମଣ୍ଡଳି ଉପସ୍ଥିତ ଥିଲେ । ଜିଲ୍ଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ କାର୍ଯ୍ୟକ୍ରମ  ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଭୁବନ ବିଜେପି ତରଫରୁ ବାଜପେୟୀ ଙ୍କ ଶ୍ରାଦେ୍ଧାତ୍ସବ,ସ୍ମୃତିଚାରଣ ସଭା ଅନୁଷ୍ଠିତ

  ବାଜପେୟୀ ଙ୍କ ଶ୍ରାଦେ୍ଧାତ୍ସବ,ସ୍ମୃତିଚାରଣ ସଭା ଅନୁଷ୍ଠିତଭୁବନ,୧୬/୦୮/୨୦୧୯(ଓଡ଼ିଶା ସମାଚାର)-ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ପ୍ରାଣ ପ୍ରତିଷ୍ଠାତା ଅଟଳବିହାରୀ ବାଜପେୟୀ ଙ୍କ …

Leave a Reply

Your email address will not be published. Required fields are marked *