Saturday , February 29 2020
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ୫୦ତମ ଅନ୍ଧବର ମହୋତ୍ସବ ଉଦଯାପିତ

୫୦ତମ ଅନ୍ଧବର ମହୋତ୍ସବ ଉଦଯାପିତ

ଗରଦପୁର, ୧୪/୦୨/୨୦୨୦ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାରୀସ୍ଥିତ ପର୍ଯ୍ୟଟନସ୍ଥଳ ଅନ୍ଧବର ପୀଠରେ ଗତ ସପ୍ତାହ ଧରି ଚାଲିଥିବା ଅନ୍ଧବର ମହୋତ୍ସବ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଉଦଯାପିତ ହୋଇଯାଇଛି । ଏହି ଉପଲକ୍ଷେ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ , ସାଂସ୍କୃତିକ କାର୍ଯ୍ୟକ୍ରମ , ମୀନା ବଜାର , ଅପେରା ପରିବେଷଣ ସହିତ ଲୋକମେଳା ଆଦି କାର୍ଯ୍ୟକ୍ରମ ହୋଇଥିଲା । ପ୍ରସିଦ୍ଧ ଅନ୍ଧବର ମୁନୀଙ୍କ ସମ୍ମୁଖରେ ୭ ଦିନ ଧରି ଚାଲିଥିବା ମହାଯଜ୍ଞର ବ୍ରାହ୍ମଣ ପଣ୍ଡିତ ମାନଙ୍କ ଦ୍ୱାରା ପୂର୍ଣ୍ଣହୂତୀ ସମ୍ପନ୍ନ ହୋଇଥିଲା । ଅନ୍ଧବର ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଆୟୋଜିତ ଉତ୍ସବରେ ଦେବବ୍ରତ ସ୍ୱାଇଁ ସଭାପତିତ୍ୱ କରିଥିଲେ । ଉତ୍ସବରେ ମୁଖ୍ୟ ଅତିଥି ଭାବେ ପ୍ରାଧ୍ୟାପକ ଅଜୟ ରାଉତ ଯୋଗଦେଇ ଉଦଘାଟନ କରିଥିଲେ । ସେହିପରି ଊଦଯାପନୀ ଦିବସରେ ସରପଂଚ ମମତା ନାୟକ ସଭାପତିତ୍ୱ କରିଥିବାବେଳେ ସ୍ୱେଛାସେବୀ ମହେନ୍ଦ୍ର ଦାସ , ପୂର୍ବତନ ସରପଂଚ ଅଶୋକ ଜେନା, ପୂର୍ବତନ ସମିତି ସଭ୍ୟ ପ୍ରହଲାଦ ସାହୁ ପ୍ରମୁଖ ଯୋଗଦେଇଥି ଲେ । ଉତ୍ସବର ବିଭିନ୍ନ ଦିନ ମାନଙ୍କରେ ବିଡ଼ିଓ ଧରଣୀଧର ବେହେରା , ସମାଜସେବୀ ଅରୁଣ କୁମାର ପଣ୍ଡା, ରଂଜିତ ଆଚାର୍ଯ୍ୟ, ଆର୍ତବନ୍ଧୁ ଜେନା, ବିଜେଡ଼ି ନେତା ନାରାୟଣ ସ୍ୱାଇଁ , ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ପ୍ରମୁଖ ଯୋଗଦେଇ ଅନ୍ଧବର ପୀଠର ବିଭିନ୍ନ ଆଧ୍ୟାତ୍ମକ ମଣ୍ଡପରେ ଦର୍ଶନ କରିବା ସହିତ ଲୋକମେଳା ବୁଲି ଦେ୍‌ଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ଶଶିଭୁଷଣ ଜେନା, ଗୋଲଖ ଚନ୍ଦ୍ର ସ୍ୱାଇଁ, ଗୌରାଙ୍ଗ ପରିଜା, ଜ୍ୟୋତିଶଚନ୍ଦ୍ର ପରିଜା, ଗଣେଷ ଚନ୍ଦ୍ର ସାହୁ, ସନ୍ତୋଷ ସାମଲ, ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଉତ୍ସବର ବିଭିନ୍ନ ଦନ ମାନଙ୍କରେ ହଜାର ହଜାର ସଂଖ୍ୟାରେ ଲୋକ ସମାଇଲ ହୋଇଥିଲେ । ଉତ୍ସବରେ ୩ ଟି ଯାତ୍ରାଦଳ ୫ ଦିନ ବ୍ୟାପୀ ମୁକ୍ତ ମଂଚ ନାଟକ ପରିବେଷଣ କରିଥିଲେ । ଜନସାଧାରଣଙ୍କୁ ମନୋରଂଜନ ଦେବା ପାଇଁ ମୀନା ବଜାର ପଡ଼ିବା ସହିତ ଅନୁଷ୍ଠିତ ଲୋକ ମେଳାରେ ୧୦୦ ରୁ ଅଧିକ ଦୋକାନ ଲାଗିଥିଲା । ସେହିପରି ଭଜନ କୀର୍ତନ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସମାଚାର

About admin

Check Also

୭ରୁ ଧଉଳି-କଳିଙ୍ଗ ମହୋତ୍ସବ

ଭୁବନେଶ୍ୱର ,୦୨/୦୨/୨୦୨୦ (ଓଡ଼ିଶା ସମାଚାର)-ରାଜ୍ୟ ପର୍ଯ୍ୟଟନ ବିଭାଗ, ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ଆର୍ଟ ଭିଜନ ସହଯୋଗରେ ଆସନ୍ତା ୭ …

Leave a Reply

Your email address will not be published. Required fields are marked *