Wednesday , December 11 2019
Breaking News
Home / ବିଶେଷ / ୫ଟି ସଚିବଙ୍କ ସାଲେପୁର ଆଦର୍ଶଥାନା ପରିଦର୍ଶନ

୫ଟି ସଚିବଙ୍କ ସାଲେପୁର ଆଦର୍ଶଥାନା ପରିଦର୍ଶନ

ସାଲେପୁର,୧୬/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ): ରାଜ୍ୟ ସରକାରଙ୍କ ୫ଟି ସଚିବ ଭି କେ ପାଣ୍ଡିଆନ୍ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର କେନ୍ଦ୍ରାପଡ଼ା ଗସ୍ତ କାର୍ଯ୍ୟସାରି ପ୍ରତ୍ୟାବର୍ତନ କରୁଥିବା ସମୟରେ ସାଲେପୁର ଆଦର୍ଶ ଥାନାକୁ ଅଚାନକ ପରିଦର୍ଶନ କରିଥିଲେ । ୫ଟି ସଚିବ ଭି କେ ପାଣ୍ଡିଆନ୍ ଥାନାର କମ୍ପ୍ୟୁଟର ଖୋଲି କମ୍ପ୍ୟୁଟରରେ ଥିବା ବିଭିନ୍ନ ବିଷୟ ତଦାରଖ କରିଥିଲେ । ଏକାଧିକ ଲୋକଙ୍କ ସହିତ ଫୋନ୍ ରେ କଥାବର୍ତା କରି ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ । ମୋ ସରକାର ଯୋଜନା କିପରି ଚାଲିଛି ବୋଲି ସେହି ବିଷୟରେ ସାଲେପୁର ଥାନାଅଧିକାରୀ ଦେବେନ୍ଦ୍ର କୁମାର ମଲ୍ଲିକଙ୍କ ସହ ଆଲୋଚନା କରିଥିଲେ । ଥାନାର ବିଭିନ୍ନ ବିଭାଗ ବୁଲି ଦେଖିଥିଲେ । ଥାନାର କାର୍ଯ୍ୟକ୍ରମ ସଠିକ୍ ଥିବା ଜଣାପଡ଼ିଥିଲା । ତେବେ ଥାନାକୁ ଆସୁଥିବା ଜନସାଧାରଣଙ୍କୁ ମୋ ସରକାର ଯୋଜନାର ସଫଳତା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ । ସାଲେପୁର ଥାନାରେ ୫ଟି ସଚିବ ଶ୍ରୀଯୁକ୍ତ ଭିକେ ପାଣ୍ଡିଆନ୍ ଓ ଉନ୍ନୟନ କମିଶନର ଶ୍ରୀଯୁକ୍ତ ମହାପାତ୍ର ପ୍ରାୟ ୧୫ମିନିଟ୍ ରହିଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ପୈାରସଂସ୍ଥା ପକ୍ଷରୁ ଅଙ୍ଗିକାର କାର୍ଯ୍ୟକ୍ରମ ଅନୁଷ୍ଠିତ

କେନ୍ଦ୍ରାପଡା ୧୦/୧୨/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୈାରସଂସ୍ଥା ପକ୍ଷରୁ ଅଙ୍ଗିକାର କାର୍ଯ୍ୟକ୍ରମ ପୈାର ଟାଉନହଲ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । …

Leave a Reply

Your email address will not be published. Required fields are marked *