Friday , October 18 2019
Breaking News
Home / ବିଶେଷ / ୫ଟି’ ସଚିବଙ୍କ ନବରଙ୍ଗପୁର ଗସ୍ତ

୫ଟି’ ସଚିବଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର,୧୦/୧୦/୨୦୧୯ (ଓଡ଼ିଶା ସମାଚାର)-ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି’ର ସଚିବ ଭି. କାର୍ତିକେୟନ ପାଣ୍ଡିଆନଙ୍କର ନେତୃତ୍ୱରେ ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମିନା, ଜାତୀୟ ସ୍ୱାସ୍ଥ୍ୟ ମିଶନ(ଓଡିଶା)ପରିଚାଳନା ନିର୍ଦେଶକ ଶାଳିନୀ ପଣ୍ଡିତ ବୁଧବାର ନବରଙ୍ଗପୁର ଜିଲା ଗସ୍ତରେ ଆସିଥିଲେ । ହେଲିକପ୍ଟରରେ ପହଂଚିବା ବେଳେ ଜିଲାପାଳ ଡ. ଅଜିତ କୁମାର ମିଶ୍ର ଓ ଏସପି ନୀତିନ କୁଶଲକର ପୁଷ୍ପଗୁଚ୍ଛଦେଇ ସ୍ୱାଗତ କରିଥିଲେ । ପରେ ଜିଲା ଡାକ୍ତରଖାନା ପରିସରରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ସେବା ବିଭାଗ (ଏମସିଏଚ) ପରିଦର୍ଶନ କରିଥିଲେ । ଏସଏନସିୟୁରେ ଶିଶୁମାନଙ୍କୁ କିଭଳି ସ୍ୱାସ୍ଥ୍ୟ ସେବା ମିଳୁଛି ତାହା ପଚାରିବୁଝିଥିଲେ । ପରେ ଡାକ୍ତରଖାନାର ପୁରଷ ଓ ମହିଳା ୱାର୍ଡରେ ରୋଗୀଙ୍କ ସହ ସିଧାସଳଖ କଥା ହେବା ସହ ଚିକିତ୍ସାବ୍ୟବସ୍ଥା ଓ ମାଗଣା ଔଷଧ ମିଳୁଛକି ନାହିଁ ପଚାରିଥିଲେ । ଡାକ୍ତରଖାନାର ପରିସ୍କାର ପରିଛନ୍ନତା ଦେଖିଥିଲେ । କର୍କଟ ରୋଗୀଙ୍କୁ ମାଗଣା କେମୋ ଥେରୋପି କିଭଳି ଦିଆଯାଉଛି ତାହା ଦେଖିବା ପରେ ଡାଲୋସିସ ୟୁନିଟ ପରିଦର୍ଶନ କରିଥିଲେ । ଡାକ୍ତରଖାନା ପରିସରରେ ଥିବା ବୈଠକ ଗୃହରେ ମୋ ସରକାରଯୋଜନାର ୫ଟି କାର୍ଯ୍ୟକ୍ରମର କାର୍ଯ୍ୟକାରିତା ନେଇ ଆଲୋଚନା କରିଥିଲେ । ରୋଗୀଙ୍କୁ ମାଗଣା ଔଷଧ ଯୋଗାଇବା, ନିଦାନରେ ରୋଗୀଙ୍କୁ ତୁରନ୍ତ ସେବା ଯୋଗାଇ ଦେବାକୁ କହିଥିଲେ । ଡାକ୍ତରଖାନା ଦଲାଲ ମୁକ୍ତ ରହିବ । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଡିରୁ ୩ଟି ଆମ୍ବୁଲାନ୍ସ ଓ ଦୁଇଟି ମହାପ୍ରୟାଣ ଗାଡି ଯୋଗାଇ ଦିଆଯିବ । ରୋଗୀଙ୍କ ପାଇଁ ବେଡ ସମସ୍ୟା ଉପୁଜୁଇଥିବାରୁ ଅଧିକ ବେଡ ଯୋଗାଇ ଦେବା ପାଇଁ ଏକ ଶହେଶଯ୍ୟା ବିଶିଷ୍ଠ ନୂତନ କୋଠା ନିର୍ମାଣ କରାଯିବ ବୋଲି କହିଥିଲେ । ଏହା ପରେ ଅଚାନକ ଭାବେ ଆଂଚଳିକ ପରିବହନ କାର୍ଯ୍ୟାଳୟକୁ ପରିଦର୍ଶନ କରିଥିଲେ । କୌଣସି ଲୋକ ମଧ୍ୟ କାହା ମାଧ୍ୟମରେ ନିଜ କାଗଜପତ୍ର ବା ଲାଇସେନ୍ସ ପାଇଁ ଆସିଥିବା କହି ନ ଥିଲେ । ଏହି ଗସ୍ତ ସମୟରେ ଜିଲାପାଳ ଡ. ମିଶ୍ର, ଏସପି ଶ୍ରୀ କୁଶଲକର, ସିଡିଏମଓ ଡ.ସନ୍ତୋଷ କୁମାର ସ୍ୱାଇଁ, ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ରମାକାନ୍ତ ନାୟକ, ଉପଜିଲାପାଳ ଭାସ୍କର ରଇତ, ସହାୟକ ଜିଲାପାଳ ଚଇନୁ ଗଣ୍ଡ ପ୍ରମୁଖ ଉପସ୍ଥିତି ଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ ଜିଲା କାର୍ଯ୍ୟକ୍ରମ ପରିଚାଳକ ସୁଶାନ୍ତ କୁମାର ପ୍ରହରାଜ ପ୍ରମୁଖ ଉପସ୍ଥିତ ଥିଲେ । କୌଣସି କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ଡକାଯାଇନଥିଲା । ବିଜେପି ନେତା ଗୌରୀଶଙ୍କର ମାଝୀଙ୍କର ନେତୃତ୍ୱରେ ଏକ ଟିମ ଜିଲାର ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କରେ ପାଣ୍ଡିଆନଙ୍କୁ ଭେଟି ଅବଗତ କରାଇଥିଲେ । ଖାଲି ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ପାଇଁ ଦାବି କରିଥିଲେ । ଏହି ସମସ୍ୟା ସମ୍ପର୍କରେ ସେ ଅବଗତ ରହିଥିବା ଓ ପଦକ୍ଷେପ ନିଆଯିବ ବୋଲି କହିଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ର କର୍ମଚାରୀ ଓ ଶ୍ରମିକ ମହାସଂଘର ଧାରଣା

କଟକ,୧୮/୧୦/୨୦୧୯(ଓଡ଼ିଶା ସମାଚାର)- ବିଭିନ୍ନ ଦାବି ନେଇ କେନ୍ଦ୍ର ସରକାରୀ କର୍ମଚାରୀ ମହାସଂଘ ଏବଂ ଡାକ, ରେଳ ଡାକସେବା ଅବସରପ୍ରାପ୍ତ କର୍ମଚାରୀ …

Leave a Reply

Your email address will not be published. Required fields are marked *