Friday , October 18 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ୪ ଟି ବ୍ୟାଙ୍କ ୟୁନିଅନ ପକ୍ଷରୁ ଧର୍ମଘଟ ଡ଼ାକରା

୪ ଟି ବ୍ୟାଙ୍କ ୟୁନିଅନ ପକ୍ଷରୁ ଧର୍ମଘଟ ଡ଼ାକରା

ଭୁବନେଶ୍ୱର ,୧୩/୦୯/୨୦୧୯(ଓଡ଼ିଶା ସମାଚାର)- ଆସନ୍ତା ୨୬ ଓ ୨୭ ତାରିଖ ଦୁଇ ଦିନ ପବ୍ଲିକ ସେକ୍ଟର ବ୍ୟାଙ୍କ ର ୪ ଟି ୟୁନିଅନ ପକ୍ଷରୁ ଧର୍ମଘଟ ଡ଼ାକରା ଦିଆଯାଇଛି ।  କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ମିଶ୍ରଣକୁ ବିରୋଧ କରି ବ୍ୟାଙ୍କ ଅଫିସର୍ସ ୟୁନିଅନ  ସାରା ଦେଶରେ ଏହି ଧର୍ମଘଟ ଡ଼ାକରା ଦେଇଛି । ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡ଼େରେସନ୍ (ଏଆଇବିଓସି) , ଅଲ ଇଣ୍ଡିଆ ଅଫିସର୍ସ ଆସୋସିଏସନ (ଏଆଇବିଓଏ) , ଇଣ୍ଡିଆନ୍ ନ୍ୟାସନାଲ ବ୍ୟାଙ୍କ ଅଫିସର୍ସ କଂଗ୍ରେସ(ଆଇଏନବିଓସି), ନ୍ୟାସନାଲ ଅରଗାନାଇଜେସନ୍ ଅଫ ବ୍ୟାଙ୍କ ଅଫିସର୍ସ (ଏନଓବିଓ) ପକ୍ଷରୁ ଏହି ବନ୍ଦ ଡ଼ାକରା ପାଇଁ ସରକାରଙ୍କୁ ଚେତାବନୀ ଦିଆଯାଇଛି । ସପ୍ତାହରେ ୫ ଦିନ କାର୍ଯ୍ୟ ଦିବସ,ବେତନର ତୁରନ୍ତ ସଂଶୋଧନ ଓ ଅନ୍ୟାନ୍ୟ ଦାବିର ଯଦି ସମାଧାନ ନକରାଯାଏ ତେବେ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆନ୍ଦୋଳନ ପାଇଁ ଅଫିସର୍ସ ୟୁନିଅନ ପକ୍ଷରୁ ଚେତାବନୀ ଦିଆଯାଇଛି ।

୧୦ ଟି ରାଷ୍ଟ୍ରାୟତ ବ୍ୟାଙ୍କ କୁ ମିଶାଇ ୪ ଟି ବଡ଼ ବ୍ୟାଙ୍କ ଗଠନ ନେଇ କେନ୍ଦ୍ର ସରକାର ଘୋଷଣା କରିବା ପରେ ଏହାକୁ ବିରୋଧ କରି ବ୍ୟାଙ୍କ ଅଫିସର୍ସ ୟୁନିଅନ ପକ୍ଷରୁ ଏଭଳି ବନ୍ଦ ଡ଼ାକରା ଦିଆଯାଇଛି । ଓଡ଼ିଶା ସମାଚାର

About admin

Check Also

ଏନଟିପିସି ମହିଳା କ୍ଲବ ଦ୍ୱାରା ସିଲେଇ ମେସିନ୍ ପ୍ରଦାନ

ଭୁବନେଶ୍ୱର,୧୫/୧୦/୨୦୧୯ (ଓଡ଼ିଶା ସମାଚାର)-ଶ୍ରୀମତୀ ମୋନିକା କିଶୋର ସଭାପତି ବସୁଧା ମହିଳା ମଣ୍ଡଳ, ଏନଟିପିସି ଭୁବନେଶ୍ୱରର ମହିଳା କ୍ଲବ ଦ୍ୱାରା ଭୁବନେଶ୍ୱରର …

Leave a Reply

Your email address will not be published. Required fields are marked *