Wednesday , December 11 2019
Breaking News
Home / ତାଜା ଖବର / ୪ ଆନ୍ତଃରାଜ୍ୟ ଡକାୟତ ଗିରଫ – ୩ଟି କାର , ୫ଟି ମୋବାଇଲ ଫୋନ ଜବତ

୪ ଆନ୍ତଃରାଜ୍ୟ ଡକାୟତ ଗିରଫ – ୩ଟି କାର , ୫ଟି ମୋବାଇଲ ଫୋନ ଜବତ

କଟକ,୦୩/୦୭/୨୦୧୯ (ଓଡ଼ିଶା ସମାଚାର)- ଆନ୍ତଃରାଜ୍ୟ ୪ ଡକାୟତଙ୍କୁ ସଦର ଥାନା ପୁଲିସ ଗିରଫ କରିଛି । ଗିରଫ ଡକାୟତମାନେ କଟକ-ଭୁବନେଶ୍ୱର ରାଜରାସ୍ତାରୁ କାର ସହ ଟଙ୍କା ଓ ସୁନା ଅଳଙ୍କାର ଲୁଟ କରୁଥିଲେ । ସେମାନଙ୍କଠାରୁ ପୁଲିସ ୩ଟି କାର ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ବାହ୍ଲାରାର ମୂଳବାସିନ୍ଦା ତଥା ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଅପର୍ଣ୍ଣାନଗରରେ ରହୁଥିବା ସନ୍ନି ଓରଫ ଦେବାଶିଷ ବଳ (୨୯), ଉତରପ୍ରଦେଶ ପ୍ରତାପଗଡ଼ ଜିଲ୍ଲା କହ୍ନି ଥାନା ଅନ୍ତର୍ଗତ ୟାହିୟାପୁରର ଇସ୍ତିଆକ୍ ଅଲ୍ଲୀ ସେକ (୪୫), ଉତରପ୍ରଦେଶ ପ୍ରତାପଗଡ଼ ଜିଲ୍ଲା ହନୁମାନଗର୍ଜ ଥାନା ଅନ୍ତର୍ଗତ ପରଦାଗସ୍ପୁରର ମହମ୍ମଦ କଲିମ୍ (୪୨) ଓ କଣ୍ଢାଇ ଥାନା ଅନ୍ତର୍ଗତ ଜଗଦୀଶଗଡର ଅନୱର ଖାନ (୨୦) । ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲଣ କରାଯାଇଛି । ଡକାୟତଙ୍କ ନିକଟରୁ ହୁଣ୍ଡାଇ ଏମଏଚ-୦୪-ସିଡି-୧୬୫୬ ହୁଣ୍ଡା ସାଂଟ୍ରୋ, ଓଡି-୦୫-ଏସ-୭୬୯୫ ହୁଣ୍ଡା ଆମେଜି ଏବଂ ଓଡି-୦୨-୧୦୬୧ ନମ୍ବର ବିଶିଷ୍ଟ ଇଣ୍ଡିଗୋ କାର ସହ ୫ଟି ମୋବାଇଲ ଫୋନ ଜବତ ହୋଇଛିି । ପୁଲିସ ସୂତ୍ରରୁ ପ୍ରକାଶ େ, ସଦର ଥାନା ଅନ୍ତର୍ଗତ ବାଲିକୁଦାର ସୁବାସ ଚନ୍ଦ୍ର ବେହେରା ଗତ ୨୮ ତାରିଖ ରାତି ୧୧ଟା ୪୫ରେ ଭୁବନେଶ୍ୱରରୁ ବାଲିକୁଦାକୁ କାର୍ରେ ଫେରୁଥିବା ସମୟରେ ବମ୍ଫକୁଦ ନିକଟରେ ଏମଏଚ-୦୪-ସିଡି-୧୬୫୬ ନମ୍ବର ବିଶିଷ୍ଟ ଏକ ହୁଣ୍ଡାଇ ସାଂଟ୍ରୋକାର୍ରେ ୬ ରୁ ୭ ଜଣ ବ୍ୟକ୍ତି ଆସି ଲୁହା ରଡ୍ ଓ ପାଇପରେ ତାଙ୍କୁ ଆକ୍ରମଣ କରି ତାଙ୍କ କାର୍ ଲୁଟି ନେଇ କଟକ ଆଡକୁ ପଳାଇଥିଲେ । ସୁବାସଙ୍କ ଅଭିଯୋଗ ଆଧାରରେ ସଦର ଥାନାରେ ୨୮୨/୧୯ରେ ଆଇପିସି ୩୯୫ ଅନୁଯାୟୀ ମାମଲା ରୁଜୁ କରାଯାଇ ଥିଲା । ଏସଆଇ ବବିତା ସାହୁ ଏହାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ସମୟରେ ୪ ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାଲେଶ୍ୱରରୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୩ଟି ଚୋରି କାର, ମୋବାଇଲ ଫୋନ ଏବଂ ଡକାୟତିରେ ବ୍ୟବହୃତ ଯନ୍ତ୍ରପାତି ଜବତ କରାଯାଇଥିଲା । ଅଭିଯୁକ୍ତମାନେ କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଅଂଚଳର ବହୁ ଦାମୀ କାର୍ ଲୁଟ ଘଟଣାରେ ସଂପୃକ୍ତ ଥିବା ସ୍ୱୀକାର କରିଥିଲେ । ସେମାନଙ୍କ ସହଯୋଗୀମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍ ଚଢ଼ଉ ଜାରି ରହିଛି । ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କଟକ ସଦର, ଭୁବନେଶ୍ୱର ସହିଦନଗର ଓ ଲକ୍ଷ୍ମୀସାଗର ଥାନାରେ ମାମଲା ରହିଛି । ସେମାନଙ୍କ ଅପରାଧିକ କାର୍ଯ୍ୟକଳାପର ଛାନ୍ଭିନ ଜାରି ରହିଥିବା ଥାନାଧିକାରୀ ସୁଧାଂଶୁ ଭୁଷଣ ଜେନା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ବିଧାୟକଙ୍କ ଗାଡ଼ି ପୋଡ଼ି

ଭୁବନେଶ୍ୱର ,୦୮/୧୨/୨୦୧୯(ଓଡ଼ିଶା ସମାଚାର)- ବିଧାୟକଙ୍କ ଗାଡ଼ି ପୋଡ଼ିଲେ ଦୁର୍ବୃତ । ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ଭରତପୁର କ୍ୟାମ୍ପରେ ଏକ …

Leave a Reply

Your email address will not be published. Required fields are marked *