Friday , February 28 2020
Breaking News
Home / ତାଜା ଖବର / ୪୦୦ କେଜି ଗଞ୍ଜେଇ ସହିତ ପିକଅପ୍ ଭ୍ୟାନ୍‌, ବୋଲେରୋ ଜବତ : ତିନି ଗିରଫ

୪୦୦ କେଜି ଗଞ୍ଜେଇ ସହିତ ପିକଅପ୍ ଭ୍ୟାନ୍‌, ବୋଲେରୋ ଜବତ : ତିନି ଗିରଫ

କୋରାପୁଟ, ୧୯/୦୧/୨୦୨୦ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ମାଛକୁଣ୍ଡ ଓ ଲମତାପୁଟ ପୋଲିସର ମିଳିତ ପାଟ୍ରୋଲିଂ ବେଳେ ବଡ଼ସଗର ଅଂଚଳରୁ ଗୋଟିଏ ଗଞ୍ଜେଇ ବୋଝେଇ ପିକଅପ୍ ଭ୍ୟାନ୍ କୁ ଜବତ କରାଯାଇଛି । ଗାଡ଼ିରେ ଚାଲାଣ କରାଯାଉଥିବା ୪୦୦ କେଜି ଗଞ୍ଜେଇକୁ ପୋଲିସ ଜବତ କରିଛି । ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ପରିଚୟ ମିଳିପାରିନାହିଁ । ଗତକାଲି ରାତିରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ସଗର ଅଂଚଳରେ ଗାଡି ଯାଂଚ୍ କରୁଥିଲା । ଏହି ସମୟରେ ଗୋଟିଏ ପିକଭ୍ୟାନକୁ ଯାଂଚ୍ ବେଳେ ସେଥିରେ ଗଞ୍ଜେଇ ଚାଲାଣ କରାଯାଉଥିବା ଜଣାପଡିଥିଲା । ଓଡ଼ିଶା ସମାଚାର

About admin

Check Also

ପୁଲିସ ଇନଫର୍ମର ସନ୍ଦେହରେ ବ୍ୟବସାୟୀ ଙ୍କୁ ହତ୍ୟା

ମାଲକାନଗିରି,୨୫/୦୨/୨୦୨୦(ଓଡ଼ିଶା ସମାଚାର)- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ ମାଓବାଦୀ ପୁଲିସ ଇନଫର୍ମର ସନ୍ଦେହରେ ଜଣେ ବ୍ୟବସାୟୀ ଙ୍କୁ …

Leave a Reply

Your email address will not be published. Required fields are marked *