Monday , December 9 2019
Home / କ୍ରୀଡ଼ା / ୪ର୍ଥ ବିର୍ସାମୁଣ୍ଡା ଫୁଟବଲ ଟୁର୍ଣ୍ଣାମେଂଟ – ସେଭେନ ବ୍ରଦର୍ସ ଦଳ ଚାମ୍ପିିଅନ

୪ର୍ଥ ବିର୍ସାମୁଣ୍ଡା ଫୁଟବଲ ଟୁର୍ଣ୍ଣାମେଂଟ – ସେଭେନ ବ୍ରଦର୍ସ ଦଳ ଚାମ୍ପିିଅନ

ସୁନାବେଡ଼ା, ୧୪/୧୧/୨୦୧୯(ଓଡ଼ିଶା ସମାଚାର)- ସ୍ଥାନୀୟ ସୁନାବେଡ଼ା ହାଲରେ ଥିବା ଏସସିଏସଟି କର୍ମଚାରୀ ଏବଂ ଅଫିସର ଆସୋସିଏସନ ଆନୁକୂଲ୍ୟରେ ଏକଦିବସୀୟ ୪ର୍ଥ ବିର୍ସାମୁଣ୍ଡା ଫୁଟବଲ ଟୁର୍ଣ୍ଣାମେଂଟ ଆୟୋଜନ କରାଯାଇଥିଲା । ଉଦଘାଟନ ସମୟରେ ହାଲ ର ଡ଼ିଜିଏମ ଏଚଆର ତୁଷାର ରଞ୍ଜନ ବେହେରା ଯୋଗଦେଇ ବିର୍ସାମୁଣ୍ଡାଙ୍କ ଫଟୋରେ ଦୀପ ପ୍ରଜ୍ୱଳନ କରି ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ରୂପେ ହାଲ ଏସିଏସ ଟି କର୍ମଚାରୀ ଓ ଅଫିସର ଏସୋସିଏସନର ସଭାପତି ପି.ବି. ସୋରେନ, ସମ୍ପାଦକ ସୁବାସଚନ୍ଦ୍ର ସେଠୀ, ସ୍ପୋର୍ଟସ କ୍ଲବର ସମ୍ପାଦକ ଅଭୟ କୁମାର ବେହେରା, ସୁନାବେଡ଼ା ମୁ୍ୟନିସିପାଲଟିର ବିଜେଡ଼ି ସଭାପତି
ରବୀନ୍ଦ୍ର କୁମାର ପ୍ରଧାନ ଯୋଗ ଦେଇଥିଲେ । ଏହି ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଂଟରେ ମୋଟ ୧୦ ଗୋଟି ଦଳ ଅଂଶଗ୍ରହଣ କରିଥିଲେ । ଜୟ ଭୀମ, ଫାଉଣ୍ଡରୀ ଓ ଫର୍ବ ଏ ଏବଂ ବି ଦଳ, ହେଙ୍ଗର ୧୦୨, ହେଙ୍ଗର ୧୦୫, ହେଙ୍ଗର ୧୦୬, ବ୍ଲକ ୨, ସେଭେନ ବ୍ରଦର୍ସ, ଟେଷ୍ଟହାଉସ ଦବଙ୍ଗ, ହେଙ୍ଗର ୧୦୧ ଦଳ ଭାଗ ନେଇଥିଲେ । ପ୍ରଥମ ମ୍ୟାଚଟି ଜୟ ଭୀମ ଦଳ ସହ ଫର୍ଜ ଓ ଫାଉଣ୍ଡାରୀ ଦଳ ମଧ୍ୟରେ ଖେଳ ହୋଇଥିଲା । ଫାଇନାଲ ମ୍ୟାଚ ସେଭେନ ବ୍ରଦର୍ସ ଏବଂ ହେଙ୍ଗର ୧୦୬ ମଧ୍ୟରେ ଖେଳ ହୋଇଥିଲା । ଟ୍ରାଏବ୍ରେକର ଜରିଆରେ ସେଭେନ ବ୍ରଦର୍ସ ଦଳ ୬-୫ ଗୋଲ ବ୍ୟବଧାନରେ ଜିତି ଚମ୍ପିଅନ ହୋଇଥିଲା । ଶେଷରେ ସନ୍ଧ୍ୟା ସମୟରେ ପୁରସ୍କାର ବିତରଣ ପାଇଁ ମୁଖ୍ୟଅତିଥି ରୂପେ ହାଲ ର ଏଜିଏମ ନିରୋଦ ଚନ୍ଦ୍ର ବେହେରା, ସମ୍ମାନିତ ଅତିଥି ରୂପେ ଆଇଆରର ସିନିୟର ମ୍ୟାନେଜର ସୂର୍ଯ୍ୟକାନ୍ତ ରାଉତ, ଆଇଆର ଡ଼େପୁଟି ମ୍ୟାନେଜର ରାହୁଲ କୁମାର, ହାଲ ଏସିଏସଟି କର୍ମଚାରୀ ଓ ଅଫିସର ଆସୋସିଏସନର ସଭାପତି ପି.ବି. ସୋରେନ, ସମ୍ପାଦକ ସୁବାସଚନ୍ଦ୍ର ସେଠୀ, ନଗର ସଭାପତି ତଥା ପାରିଷଦ ରବୀନ୍ଦ୍ର କୁମାର ପ୍ରଧାନ ଯୋଗଦେଇ ଚମ୍ପିଅନ ସେଭେନ ବ୍ରଦର୍ସ ଦଳକୁ ଏକ ଟ୍ରଫି ଏବଂ ପରାଜିତ ଦଳ ଭାବେ ହେଙ୍ଗର ୧୦୬ ଦଳକୁ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଏହି ୪ର୍ଥ ବିର୍ସାମୁଣ୍ଡା ଫୁଟବଲ ଟୁର୍ଣ୍ଣାମେଂଟରେ ଶ୍ରେଷ୍ଠ ଗୋଲକିପରି ରୂପେ ମଧୁମୋହନ ମୁର୍ମୁ, ଶ୍ରେଷ୍ଠ ଡ଼ିଫେନସ ରୂପେ ସଞ୍ଜୟ ଲାକ୍ରା ଏବଂ ଶ୍ରେଷ୍ଠ ପ୍ଲେୟାର ଅଫ ଦି ଟୁର୍ଣ୍ଣାମେଂଟ ରୂପେ ବିରେନ୍ଦ୍ର ସମାରେଡ଼ିକୁ ମୁଖ୍ୟଅତିଥି ଏଜିଏମ ନିରୋଦ ଚନ୍ଦ୍ର ବେହେରା ପୁରସ୍କୃତ କରିଥିଲେ । ଏହି ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ ସମ୍ପାଦକ ମାର୍ଶଲ ହାସଂଦା । ସୁରଜ ଖାଡ଼ିଆ, ମନୋଜ ସିରକା, ଚନ୍ଦନ ସିଂ, ବିରିହା ହେମ୍ବରମ, ରାମଦାସ କିସକୁ, ବିଜୟ ସିଂ, ଦୁର୍ଗାପ୍ରସାଦ କୁମାରା ଏବଂ ବିଛା ଓରାମ ସଦସ୍ୟମାନେ ସହଯୋଗ କରିଥିଲେ । ଏହି ଖେଳକୁ ମ୍ୟାଚ ରେଫରୀ ରୂପେ ଉଧବ ବାଘ, ସୁରଜ ଖାଡ଼ିଆ, ରାମଦାସ କିସକୁ ଖେଳ ପରିଚାଳନା କରିଥିଲେ । ଚନ୍ଦନ ସିଂ ଧନ୍ୟବାଦ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ସେଂଟ ଜାଭିୟର୍ସ ପବ୍ଲିକ  ସ୍କୁଲରେ ବାର୍ଷିକ କ୍ରୀଡା ଉଦଘାଟିତ

ଭୁବନ,୦୬/୧୨/୨୦୧୯(ଓଡ଼ିଶା ସମାଚାର)-ଭୁବନ ସେଂଟ ଜାଭିୟର୍ସ ପବ୍ଲିକ ସ୍କୁଲରେ ତୃତୀୟ ବାର୍ଷିକ କ୍ରୀଡା ଆଜି ଉଦଘାଟିତ ହୋଇଯାଇଛି । ସ୍କୁଲ ର …

Leave a Reply

Your email address will not be published. Required fields are marked *