Saturday , November 16 2019
Breaking News
Home / ପର୍ଯ୍ୟଟନ ଓ ସଂସ୍କୃତି / ୩ ରେ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ବୃନ୍ଦାବନ ମହୋତ୍ସବ – ଗୋଟିଏ ମଂଚରେ ହରିପ୍ରସାଦ, ରସିଦ ଓ ଶୁଭଙ୍କର

୩ ରେ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ବୃନ୍ଦାବନ ମହୋତ୍ସବ – ଗୋଟିଏ ମଂଚରେ ହରିପ୍ରସାଦ, ରସିଦ ଓ ଶୁଭଙ୍କର

ଭୁବନେଶ୍ୱର,୩୦/୧୦/୨୦୧୯(ଓଡ଼ିଶା ସମାଚାର)- ଆସନ୍ତା ୩ ତାରିଖ ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପରେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ସନ୍ଧ୍ୟା ବୃନ୍ଦାବନ ମହୋତ୍ସବର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବ । ସୌଭାଗ୍ୟର କଥା ଗୋଟିଏ ମଂଚରେ ଶାସ୍ତ୍ରୀୟ ସଙ୍ଗୀତ ଜଗତର ବିଶିଷ୍ଟ ପ୍ରତିଭା ଏକାଠି ନଜର ଆସିବେ । ସେମାନଙ୍କ ମଧ୍ୟରେ ରହିଛନ୍ତି, ବିଶିଷ୍ଟ ବଂଶୀ ବାଦକ ପଦ୍ମ୍ମବିଭୂଷଣ ପଣ୍ଡିତ ଡ. ହରି ପ୍ରସାଦ ଚୌରାସିଆ, ଯିଏ ସେହି ସନ୍ଧ୍ୟାରେ ଉପସ୍ଥିତ ରହି ବଂଶୀ ବାଦନ କରିବେ । ତାଙ୍କ ସହିତ ପ୍ରଖ୍ୟାତ ସଙ୍ଗୀତ ଶିଳ୍ପୀ ପଦ୍ମଶ୍ରୀ ଉସ୍ତାଦ ରସିଦ ଖାନ ଏବଂ ଖ୍ୟାତନାମା ତବଲା ବାଦକ ପଣ୍ଡିତ ଶୁଭଙ୍କର ବାନାର୍ଜୀ ଯୋଗ ଦେଇ ସେମାନଙ୍କ ପ୍ରତିଭାର ପ୍ରଦର୍ଶନ କରିବେ ବୋଲି ଆଜି ଅପରାହ୍ନରେ ଘାଟିକିଆ ବୃନ୍ଦାବନ ଗୁରୁକୁଳରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ନିଜେ ପଣ୍ଡିତ ଚୌରାସିଆ ସୂଚନା ଦେଇଛନ୍ତି । ସେଠାରେ ଉପସ୍ଥିତ ଗୁରୁକୁଳର ସମ୍ପାଦକ ତଥା ପଣ୍ଡିତ ଚୌରାସିଆଙ୍କ ଶିଷ୍ୟ ଦିଗବିଜୟ ସିଂହ ଚୌହାନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ସେ
କହିଥିଲେ, କାର୍ଯ୍ୟକ୍ରମ ଠିକ୍ ସନ୍ଧ୍ୟା ୬ ଟାରେ ଆରମ୍ଭ ହେବ । ସାଢ଼େ ୫ ଟାରୁ ପ୍ରେକ୍ଷାଳୟକୁ ଆସିବାକୁ ଌଡ଼ିବ । ସମସ୍ତଙ୍କ ପାଇଁ କାର୍ଯ୍ୟକ୍ରମକୁ ମୁକ୍ତ ରହିଛି । ସାଂସ୍କୃତିକ ସନ୍ଧ୍ୟାର ପ୍ରଥମ କାର୍ଯ୍ୟକ୍ରମ ଭାବେ ଗୁରୁକୁଳରେ ରହୁଥିବା ଦେଶ ବିଦେଶର ୧୫ ଜଣ ଛାତ୍ରଛାତ୍ରୀ ପ୍ରାରମ୍ଭିକ ବଂଶୀ ବାଦନ କରି ଉଦଘାଟନ କରିବେ । ଏହାପରେ ପଣ୍ଡିତ ଚୌରାସିଆ ବଂଶୀ ବାଦନ କରିବେ । ତାଙ୍କୁ ତବଲାରେ ସହଯୋଗିତା କରିବେ ପଣ୍ଡିତ ଶୁଭଙ୍କର ବାନାର୍ଜୀ । ଏହାପରେ ଉସ୍ତାଦ ରସିଦ ଖାନ ସଙ୍ଗୀତ ପରିବେଷଣ କରିବେ । ତାଙ୍କୁ କଂଠ ସଙ୍ଗୀତରେ ମୁରାଦ ଅଲ୍ଲୀଙ୍କ ପୁଅ ଅମନ ଅଲ୍ଲୀ ସହଯୋଗିତା କରିବେ । ଯନ୍ତ୍ର ସଙ୍ଗୀତ ସାରଙ୍ଗୀ ବାଦନ କରିବେ ମୁରାଦ ଅଲ୍ଲୀ, ହାରମୋନିୟମରେ ପଣ୍ଡିତ ବିଜୟ ମିଶ୍ର ଏବଂ ତବଲାରେ ପଣ୍ଡିତ ଶୁଭଙ୍କର ବାନାର୍ଜୀ ସହଯୋଗିତା କରିବେ । ସଙ୍ଗୀତର ପ୍ରଚାର, ପ୍ରସାର ପାଇଁ ଏହି ଉତ୍ସବର ଆୟୋଜନ କରାଯାଉଛି । ପ୍ରତିବର୍ଷ ଜନ୍ମାଷ୍ଟମୀ ଅବସରରେ ଗୁରୁକୁଳରେ ଦିବାରାତ୍ର ସଙ୍ଗୀତ କାର୍ଯ୍ୟକ୍ରମ ଚାଲିଥାଏ । ଏମିତିରେ ଗୁରୁକୁଳ ପ୍ରତିଷ୍ଠା ଦିନ ଠାରୁ ଆଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏଠାରେ ରହି ସକାଳ ୬ ରୁ ରାତି ୧୦ ପର୍ଯ୍ୟନ୍ତ ସଙ୍ଗୀତ ସାଧନା କରିଆସୁଛନ୍ତି ।
ବର୍ତମାନ ଦେଶବିଦେଶରୁ ୧୫ ଜଣ ଛାତ୍ରଛାତ୍ରୀ ସଙ୍ଗୀତ ଶିକ୍ଷା କରୁଛନ୍ତି । ଭୁବନେଶ୍ୱର ଭଳି ମୁମ୍ବାଇରେ ମଧ୍ୟ ଏକ ଗୁରୁକୁଳ ରହିଛି, ଯେଉଁଠି ଛାତ୍ରଛାତ୍ରୀଙ୍କୁ ବଂଶୀ ବାଦନ ଓ ସଙ୍ଗୀତ ଶିକ୍ଷା ଦିଆଯାଉଛି । ସଙ୍ଗୀତ ଓ ସଙ୍ଗୀତଶିଳ୍ପୀଙ୍କ ଉନ୍ନତିକଳ୍ପେ ଗୁରୁକୁଳ ନିରନ୍ତର ତା’ର କାର୍ଯ୍ୟ ଜାରି ରଖିଛି ବୋଲି ପଣ୍ଡିତ ହରିପ୍ରସାଦ ଚୌରାସିଆ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ବାଲିଯାତ୍ରାରେ ମନମୋହିଲା ଭାଇଚାରାର ସମ୍ପର୍କ

କେନ୍ଦ୍ରାପଡା ୧୫/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ୨୦୧୯ର ତୃତୀୟ ସନ୍ଧ୍ୟାରେ ମନମୋହିଲା ଭାଇଚାରାର ସମ୍ପର୍କ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏକାଠିହେଲେ …

Leave a Reply

Your email address will not be published. Required fields are marked *