Tuesday , August 20 2019
Breaking News
Home / ତାଜା ଖବର / ୩ ଚେନ୍ ଲୁଟେରା ଗିରଫ, ୭ ସୁନାଚେନ୍ ଜବତ

୩ ଚେନ୍ ଲୁଟେରା ଗିରଫ, ୭ ସୁନାଚେନ୍ ଜବତ

କଟକ, ୧୬/୦୭/୨୦୧୯ (ଓଡ଼ିଶା ସମାଚାର / ପ୍ରଜ୍ଞା ରଥ)- ଚାଉଳିଆଗଞ୍ଜ ପୁଲିସ ଏକ ସୁନାଚେନ ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି । ଲୁଟେରାମାନେ ଚାଉଳିଆଗଞ୍ଜ, ମଧୁପାଟଣା, କଟକ ସଦର, ଚୌଦ୍ୱାର ଥାନା ଅଂଚଳରେ ଆତଙ୍କ ଖେଳାଇଥିଲେ । ଏହି ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସହ ଅନ୍ୟ ସହଯୋଗୀଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ପୁଲିସ ୭ଟି ସୁନାଚେନ ସହ ଲୁଟ୍ରେ ବ୍ୟବହୃତ ଏକ କଳାପଲସର ଜବତ କରିଛି । ଗିରଫ ଲୁଟେରାମାନେ ହେଲେ ଗୋପାଳପୁର ବାଳିକୁଦାରେ ଭଡ଼ାରେ ରହୁଥିବା ପୁରୀ ତାଳଚୁଆ ବାସିନ୍ଦା ଚିକୁ ଓରଫ ଅମୀୟ ପଟ୍ଟନାୟକ(୨୫), ଖାନନଗରର ହାପି ଓରଫ ପୂର୍ଣ୍ଣଚନ୍ଦ୍ର ବେହେରା(୨୧), ଶଙ୍କରପୁର ପରିଡାସାହିର କାଳିଆ ଓରଫ ମଧୁସୂଦନ ବଇତାଳ(୩୭) ଓ ସୁନା କିଣିବା ଅଭିଯୋଗରେ ବଣିଆସାହିର ଅନ୍ନପୂର୍ଣ୍ଣା ଅଳଙ୍କାର ଦୋକାନର ମାଲିକ ତଥା ଭୁବନେଶ୍ୱର ରାମନଗରର ବାବୁ ଓରଫ ସୁନୀଲ ସେନାପତି(୨୯) । ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲଣ କରାଯାଇଛି । ଗତ ଫେବୃୟାରୀ ୨୮ ତାରିଖରେ ବିଦ୍ୟାଧରପୁର ଅଂଚଳର ବାସିନ୍ଦା ପ୍ରଦୀପ କୁମାର ସାହୁ କଲ୍ୟାଣୀ ନଗର ଯାଉଥିଲେ । ଚାଉଳିଆଗଂଜ ପଡିଆ ନିକଟରେ ତାଙ୍କର କାର ପମ୍ପଚର ହୋଇଥିଲା । ସେ ଗାଡ଼ି ସଜାଡିବା ପାଇଁ ଏକ ଗ୍ୟାରେଜରେ ଠିଆ ହୋଇଥିବାବେଳେ ଅଚାନକ ଏକ କଳାପଲସରରେ ୩ ଜଣ ଯୁବକ ଆସି ତାଙ୍କ ବେକରୁ ଏକ ସୁନାଚେନ ଝାମ୍ପି ନେଇଥିଲେ । ଏ ସଂପର୍କରେ ପ୍ରଦୀପ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଲୁଟେରାମାନଙ୍କ ନାମରେ ଚାଉଳିଆଗଞ୍ଜ ଥାନାରେ ୩ଟି, କଟକ ସଦର ଥାନାରେ ୪ଟି ଓ ମଧୁପାଟଣା ଥାନାରେ ୪ଟି ମାମଲା ରହିଥିବା ପୁଲିସ କହିଛି । ଓଡ଼ିଶା ସମାଚାର

About admin

Check Also

ଅଲଟୋ କାର ମୋଟର ସାଇକେଲକୁ ପଛପଟୁ ଧକ୍କା ଦେବା ଫଳରେ ଜଣକର ମୃତ୍ୟୁ ଜଣେ ଗୁରୁତର

ସାଲେପୁର,୧୯/୦୮/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା)- କଟକ-ସାଲେପୁର ରାସ୍ତାର ନାନ୍ଦୋଳଗଡ଼ା ନିକଟରେ ଏକ ଅଲଟୋ କାର୍ ମୋଟରସାଇକେଲକୁ ପଛପଟୁ ଧକ୍କା ଦେବା …

Leave a Reply

Your email address will not be published. Required fields are marked *