Thursday , November 14 2019
Breaking News
Home / ସ୍ୱାସ୍ଥ୍ୟ / ୩୦୦ ନର୍ସିଂହୋମରେ ମିଳିବନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସେବା

୩୦୦ ନର୍ସିଂହୋମରେ ମିଳିବନି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସେବା

ଭୁବନେଶ୍ୱର,୧୭/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନାକୁ ଚାଲେଞ୍ଜ କରି ତରବରିଆ ଭାବେ ରାଜ୍ୟ ସରକାର ଆରମ୍ଭ କରିଥିବା ନିଜସ୍ୱ ସ୍ୱାସ୍ଥ୍ୟ ବୀମା ଯୋଜନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବଡ ଝଟକା ଲାଗିଛି । ଏହି ଯୋଜନାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ପୂର୍ବରୁ ସମ୍ମତି ପ୍ରକାଶ କରିଥିବା ୩୦୦ଟି ଘରୋଇ ନର୍ସିଂହୋମ ଏହି ଯୋଜନାରେ ଆଉ ରୋଗୀମାନଙ୍କୁ ସେବା ଦେବେ ନାହିଁ ବୋଲି ଜଣାଇଦେଇଛନ୍ତି । ଅଲ ଓଡିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଂଟ ଫୋରମ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି । ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଦେବା ପାଇଁ ଏହି ଘରୋଇ ନର୍ସିଂ ହୋମ ଓ ହସପିଟାଲଗୁଡିକ ଅନୁବନ୍ଧିତ ହୋଇଥିଲେ । କିନ୍ତୁ ୨୦୧୭ରୁ ସେମାନଙ୍କୁ ବକେୟା ଅର୍ଥ ମିଳିନାହିଁ । ପ୍ରାୟ ୨୫ରୁ ୩୦କୋଟି ଟଙ୍କା ବକେୟା ରହିଛି । ଏନେଇ ଗତବର୍ଷ ଅନେକଥର ବୈଠକ ହୋଇଛି । ସ୍ୱାସ୍ଥ୍ୟମନ୍ତ୍ରୀ ଓ ସଚିବଙ୍କ ସହ ଆଲୋଚନା ମଧ୍ୟ ହୋଇଛି । କିନ୍ତୁ କୌଣସି ସମାଧାନ ନହେବାରୁ ଏଭଳି ଚରମ ନିଷ୍ପତି ସଂଘ ନେଇଥିବା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିସମେଂଟ ଫୋରମର ସମ୍ପାଦକ ଇନ୍ଦ୍ରମଣି ଜେନା ସୂଚନା ଦେଇଛନ୍ତି ।
ଏହା ବ୍ୟତୀତ ବିଭିନ୍ନ ରୋଗର ଚିକିସôା ଓ ଅସ୍ତ୍ରୋପଚାର ପାଇଁ ସରକାର ଯେଉଁ ପ୍ୟାକେଜ୍ ନିର୍ଦ୍ଧାରଣ କରିଥିଲେ, ସେଥିରେ କୌଣସି ପରିବର୍ତନ ଆସିନାହିଁ । ତେଣୁ ହସପିଟାଲ ମାଲିକମାନଙ୍କୁ ପ୍ରଭୂତ କ୍ଷତିର ସାମ୍ନା କରିବାକୁ ପଡିଛି ବୋଲି ସଂଘ କହିଛି । ଓଡ଼ିଶା ସମାଚାର

About admin

Check Also

ଅସ୍ତ୍ରୋପଚାର ସମୟରେ ଡାକ୍ତର ଖାଦ୍ୟନଳୀ କାଟିଦେବାରୁ ମହିଳାଙ୍କ ମୃତ୍ୟୁ ଅଭିଯୋଗ

କେନ୍ଦ୍ରାପଡା,୦୯/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନୈକ ମହିଳାଙ୍କର ଅସ୍ତ୍ରୋପଚାର କରାଯାଇ ଏକ ଶିଶୁକନ୍ୟା ଜନ୍ମ ହେବା ସମୟରେ ଡାକ୍ତରଙ୍କ …

Leave a Reply

Your email address will not be published. Required fields are marked *