Wednesday , November 20 2019
Breaking News
Home / ଶିକ୍ଷା / +୨ ଫର୍ମ ପୂରଣ ତାରିଖ ଘୁଂଚିଲା

+୨ ଫର୍ମ ପୂରଣ ତାରିଖ ଘୁଂଚିଲା

ଭୁବନେଶ୍ୱର ,୧୧/୧୧/୨୦୧୯(ଓଡ଼ିଶା ସମାଚାର)- ସାମୁଦ୍ରିକ ବାତ୍ୟା ବୁଲବୁଲ ଯୋଗୁ ଯୁକ୍ତ୨ ପରିଷଦ ପକ୍ଷରୁ ଆସନ୍ତା ଯୁକ୍ତ୨ ପରୀକ୍ଷା (ରେଗୁଲାର) ଫର୍ମ ପୂରଣ ତାରିଖକୁ ଘୁଂଚାଇ ଦିଆଯାଇଛି । ଏ ସମ୍ପର୍କରେ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି ଯେ, ବାତ୍ୟା ଲାଗି ଫର୍ମ ପୂରଣ ତାରିଖରେ ସାମାନ୍ୟ ପରିବର୍ତନ କରାଯିବ । ପୂର୍ବରୁ ନଭେମ୍ବର ୧ରୁ ୯ତାରିଖ ପର୍ଯ୍ୟନ୍ତ ବିନା ଫାଇନ୍ରେ ଫର୍ମ ପୂରଣ ତାରିଖ ଧାର୍ଯ୍ୟ କରାଯାଇଥିବାବେଳେ ଏହାକୁ ଏବେ ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଘୁଂଚାଇ ଦିଆଯାଇଛି । ସେହିପରି ଯେଉଁମାନେ ୧୧ରୁ ୧୬ତାରିଖ ମଧ୍ୟରେ ଫର୍ମପୂରଣ କରିବେ ସେମାନଙ୍କ ଲାଗି ୫୦ଟଙ୍କା ଫାଇନ୍, ୧୮ରୁ ୨୧ତାରିଖ ମଧ୍ୟରେ ଫର୍ମପୂରଣ କଲେ ୩୫୦ଟଙ୍କା ଫାଇନ୍ ପୈଠ କରିବାକୁ ପଡ଼ିବ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ତରାପୁର ଜାଗୁଳେଇ ବିଦ୍ୟାପୀଠ ପରିଦର୍ଶନ

କେନ୍ଦ୍ରାପଡ.୧୮/୧୧/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ତରାପୁରସ୍ଥିତ ଜାଗୁଳେଇ ବିଦ୍ୟାପୀଠକୁ ପରିଦର୍ଶନ କରି …

Leave a Reply

Your email address will not be published. Required fields are marked *