Saturday , November 16 2019
Breaking News
Home / ନିର୍ବାଚନ / ୨୮୫ ଟି ମତଦାନ କେନ୍ଦ୍ରରେ ବିଜେପୁର ବିଧାନସଭା ନିର୍ବାଚନ ଚାଲିଛି – ସକାଳ ୯ ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ

୨୮୫ ଟି ମତଦାନ କେନ୍ଦ୍ରରେ ବିଜେପୁର ବିଧାନସଭା ନିର୍ବାଚନ ଚାଲିଛି – ସକାଳ ୯ ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୧/୧୦/୨୦୧୯(ଓଡ଼ିଶା ସମାଚାର / ଦୀପ୍ତିରଂଜନ କାନୁନଗୋ)- ଆଜି ସକାଳ ୭ ଟାରୁ ୨୮୫ ଟି ମତଦାନ କେନ୍ଦ୍ରରେ ବିଜେପୁର ବିଧାନସଭା ନିର୍ବାଚନ ଚାଲିଛି । ସକାଳ ୯ ଟା ସୁଦ୍ଧା ୧୧ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ରୁ ସୂଚନା ମିଳିଛି । ଏହି ଉପ ନିର୍ବାଚନରେ ମୋଟ ୫ ଜଣ ପ୍ରାର୍ଥୀ ଥିଲେ ମଧ୍ୟ ପ୍ରକୃତ ପକ୍ଷେ ଶାସକ ବିଜେଡ଼ି, ବିଜେପି ଓ କଂଗ୍ରେସ ମଧ୍ୟରେ ମୁକାବିଲା ହେବ । ଶାସକ ବିଜେଡ଼ି ର ରୀତା ସାହୁ, ବିଜେପି ର ଦନତ ଗଡ଼ତିଆ ଓ କଂଗ୍ରେସ ର ଦିଲିପ ପଣ୍ଡା ନିର୍ବାଚନ ମଇଦାନ ରେ ଅବତୀର୍ଣ୍ଣ ହୋଇଛନ୍ତି । ମୋଟ୍ ୨୮୫ ଟି ବୁଥ ମଧ୍ୟରୁ ୧୨୯ ଟି ସମ୍ବେଦନଶିଳ, ୬ ଟି ଅତି ସମ୍ବେଦନଶିଳ ବୁଥ ଭାବେ ଚିହ୍ନଟ କରାଯାଇଛି ଓ ୧୧ ଟି ଆଦର୍ଶ ବୁଥ ଖୋଲିଛି । ଗାଇସିଲଟ ବ୍ଲକ୍ ର ୬ ଟି ବୁଥ୍ ନକ୍ସଲ ପ୍ରବଣ ଭାବେ ଚିହ୍ନଟ କରାଯାଇଛି । ମୋଟ ୩୩ ପ୍ଲାଟୁନ୍ ପୋଲିସ୍ ଫୋର୍ସ ଓ ୫ କମ୍ପାନୀ ସିଆରପିଏଫ ନିୟୋଜିତ କରାଯାଇଛି । ମୋଟ ୨ ଲକ୍ଷ ୩୨ ହଜାର ୫୫ ଜଣ ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୧୯ ହଜାର ୯୩୯ ଜଣ ପୁରୁଷ, ୧ ଲକ୍ଷ ୧୨ ହଜାର ୧୦୧ ଜଣ ମହିଳା ଓ ୧୫ ଜଣ ତୃତୀୟ ଲିଙ୍ଗି ଅଟନ୍ତି । ଏହାଛଡ଼ା ୨ ହଜାର ୭୫୦ ଜଣ ଦିବ୍ୟାଙ୍ଗ ଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପ୍ରତି ଦିବ୍ୟାଙ୍ଗ ଙ୍କୁ ସାହାଯ୍ୟ କରିବା ପାଇଁ ୨ ଜଣ ସ୍ୱେଛାସେବୀ ନିୟାଜିତ କରାଯାଇଥିବାବେଳେ ସେମାନଙ୍କୁ ଘରୁ ଆଣି ପୁଣି ଘରେ ଛାଡ଼ିବା ପାଇଁ ୨୩୨୧ ଟି ଗାଡ଼ି ବ୍ୟବସ୍ଥା କରାଯାଇଥିବାବେଳେ ୨୮୫ ଟି ହୁଇଲ ଚେୟାର ଓ ୧୪୮ ଟି ଡ଼ମି ବ୍ରେଲି ବାଲଟ ପେପର ବ୍ୟବସ୍ଥା କରାଯାଇଛି । ୨୮ ଟି ବୁଥ ର ୱେବ କାଷ୍ଟିଂ, ୧୪ ଟି ବୁଥ ରେ ସିସିଟିଭି ବ୍ୟବସ୍ଥା କରାଯାଇଥିବାବେଳେ ୧୬ ଟି ବୁଥ ର ଭିଡ଼ିଓଗ୍ରାଫି ର ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଜାରି ରହିଛି । ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡା ବାଲିଯାତ୍ରାରେ ମନମୋହିଲା ଭାଇଚାରାର ସମ୍ପର୍କ

କେନ୍ଦ୍ରାପଡା ୧୫/୧୧/୨୦୧୯(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବାଲିଯାତ୍ରା ମହୋତ୍ସବ ୨୦୧୯ର ତୃତୀୟ ସନ୍ଧ୍ୟାରେ ମନମୋହିଲା ଭାଇଚାରାର ସମ୍ପର୍କ । ଜାତି,ଧର୍ମ,ବର୍ଣ୍ଣ ନିର୍ବିଶେଷରେ ଏକାଠିହେଲେ …

Leave a Reply

Your email address will not be published. Required fields are marked *