Monday , December 16 2019
Breaking News
Home / ନିର୍ବାଚନ / ୨୭ରେ ଭୋଟ, ୨୮ରେ ଗଣତି

୨୭ରେ ଭୋଟ, ୨୮ରେ ଗଣତି

ଯାଜପୁରଟାଉନ,୨୨/୧୧/୨୦୧୯(ଓଡ଼ିଶା ସମାଚାର)-ଆସନ୍ତା ୨୭ ତାରିଖ ଦିନ ହେବାକୁ ଥିବା ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ପଂଚାୟତ ଓ ଜିଲ୍ଲାପରିଷଦ ଉପନିର୍ବାଚନ ନିମନ୍ତେ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଯେ, ଦାନଗଦୀ ବ୍ଲକର ୮ ନଂ ଜିଲ୍ଲାପରିଷଦ ଜୋନ ପାଇଁ ୯୭ଟି ବୁଥ୍ରେ ମତଦାନ ଅନୁଷ୍ଠିତ ହେବ । ସେହିପରି ଉପନିର୍ବାଚନ ହେବାକୁ ଥିବା ବଡ଼ଚଣା ବ୍ଲକ ବିକ୍ରମତିରଣ ପଂଚାୟତର ସରପଂଚ ପଦବୀ ପାଇଁ ୧୩ଟି ବୁଥ୍ରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଧର୍ମଶାଳା ବ୍ଲକ କ୍ଷେତ୍ରପାଳ ପଂଚାୟତର ସରପଂଚ ପଦବୀ ନିମନ୍ତେ ୧୧ଟି ବୁଥ୍ରେ ଭୋଟ ଗ୍ରହଣ ହେବ । ପୁନଶ୍ଚ ବରୀ ବ୍ଲକ ଅଙ୍ଗାଳୋ ପଂଚାୟତର ସମିତିସଭ୍ୟ ପଦବୀ ପାଇଁ ମଧ୍ୟ ଏହି ଦିନ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଏଠାରେ ୧୪ଟି ମତଦାନ କେନ୍ଦ୍ରରେ ଭୋଟ ଗ୍ରହଣ ହେବ । ରସୁଲପୁର ବ୍ଲକ ଅନ୍ତର୍ଗତ ଲକ୍ଷ୍ମୀନଗର ପଂଚାୟତର ୱାର୍ଡସଭ୍ୟ ଏବଂ କଲଣ ପଂଚାୟତର ୱାର୍ଡସଭ୍ୟ ପଦବୀ ପାଇଁ ମଧ୍ୟ ଭୋଟ ଗ୍ରହଣ କରାଯିବ । ଏହି ମତଦାନକୁ ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ ଭାବେ ସଂପାଦନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ମଙ୍ଗଳବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବହୁ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ଆସନ୍ତା ୨୭ ତାରିଖ ଦିନ ପୂର୍ବାହ୍ଣ ୭ ଘଟିକାରୁ ୧୨ ଘଟିକା ପର୍ଯ୍ୟନ୍ତ ମତଦାନ ଅନୁଷ୍ଠିତ ହେବାକୁ ଥିବାବେଳେ ତହିଁପରଦିନ ଅର୍ଥାତ ୨୮ ତାରିଖରେ ଭୋଟ ଗଣତି କାର୍ଯ୍ୟ ସଂପନ୍ନ ହେବ ବୋଲି ଭାରାପ୍ରାପ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବୈଠକରେ ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥା, ଆଦର୍ଶ ଆଚରଣବିଧି ପାଳନ, ବାଲାଟ୍ ପେପର ପ୍ରସ୍ତୁତି, କର୍ମଚାରୀ ନିୟୋଜନ, ଆବଶ୍ୟକ ଗାଡ଼ି ରିକ୍ୟୁଜିସନ, ରୁଟ୍ ଚାର୍ଟ ପ୍ରସ୍ତୁତି, ଦାୟିତ୍ୱରେ ଥିବା ନିର୍ବାଚନ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ, ଷ୍ଟ୍ରଙ୍ଗରୁମର ବ୍ୟବସ୍ଥା, ପ୍ରତ୍ୟେକ ଷ୍ଟ୍ରଙ୍ଗ ରୁମରେ ସିସିଟିଭି ସ୍ଥାପନ, ଉତେଜନା ଓ ଅତି ଉତେଜନା ପ୍ରବଣ ବୁଥକୁ ଚିହ୍ନଟ ସହ ସୁରକ୍ଷା ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଖୋର୍ଦ୍ଧା ଗୁଳିକାଣ୍ଡ ଘଟଣାରେ ଆହତ ଙ୍କ ମଧ୍ୟରୁ ଜଣେ ମୃତ

ଭୁବନେଶ୍ୱର ,୧୬/୧୨/୨୦୧୯(ଓଡ଼ିଶା ସମାଚାର)- ଗତକାଲି ଖୋର୍ଦ୍ଧାର ଏକ କ୍ଲିନିକ ରେ ପସି ଶିଶୁ ରୋଗ ବିଶେଷଜ୍ଞ ଡ଼ାକ୍ତର ମାନସ ଦାସ …

Leave a Reply

Your email address will not be published. Required fields are marked *