Saturday , November 16 2019
Breaking News
Home / କ୍ରୀଡ଼ା / ୨୭ତମ ଜିଲ୍ଲା ବିଦ୍ୟାଳୟ ସମୂହ ଖୋ-ଖୋ ଓ ଦୈାଡକୁଦ ପ୍ରତିଯୋଗିତା-୨୦୧୯  ଉଦଘାଟିତ

୨୭ତମ ଜିଲ୍ଲା ବିଦ୍ୟାଳୟ ସମୂହ ଖୋ-ଖୋ ଓ ଦୈାଡକୁଦ ପ୍ରତିଯୋଗିତା-୨୦୧୯  ଉଦଘାଟିତ

ଜଗତସିଂହପୁର ୨୩/୧୦/୨୦୧୯(ଓଡ଼ିଶା ସମାଚାର)-ବୁଧବାର ପୂର୍ବାହ୍ନରେ ସ୍ଥାନୀୟ ନବକୃଷ୍ଣ ଚୈାଧୁରୀ ଷ୍ଟାଡିୟମ୍ ଠାରେ ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ,ଜଗତସିଂହପୁର ଆନୁକୂଲ୍ୟରେ ୨୭ତମ ଜିଲ୍ଲା  ବିଦ୍ୟାଳୟ ସମୂହ ଖୋ-ଖୋ ଓ ଦୈାଡକୁଦ ପ୍ରତିଯୋଗିତା-୨୦୧୯ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ୱାରା ଉଦଘାଟିତ  ହୋଇଯାଇଛି । ଜିଲ୍ଲାପାଳ ପତାକା ଉତୋଳନ କରି ଏହି ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଏହି ଅବସରରେ ଆୟୋଜିତ ଉଦଘାଟନୀ  ସଭାରେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର କହିଲେ ଖେଳ ହିଁ ଶୃଙ୍ଖଳିତ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରାଏ । ଜଣେ ସଫଳ କ୍ରୀଡାବିତ୍ ସର୍ବଦା ସଚ୍ଚୋଟ ବ୍ୟକ୍ତିତ୍ୱ  ସଂପନ୍ନା କ୍ରୀଡା ହିଁ ଜୀବନର ଅଣୁବିନ୍ଦୁ । କ୍ରୀଡାବିତ୍ ର ଅଂହ ମନୋଭାବ ଆସେ ନାହିଁ । କ୍ରୀଡାବିତ୍ କୁ ଦୁର୍ନିତୀ ସ୍ପର୍ଶ କରେ ନାହିଁ । କ୍ରୀଡା ଦଳଗତ ମନୋବୃତିରେ ବିଶ୍ୱାସ କରେ । ନବକୃଷ୍ଣ ଚୈାଧୁରୀ ଷ୍ଟାଡିୟମକୁ ସରସ ସୁନ୍ଦର କରି କ୍ରୀଡା ଉପଯୋଗୀ କରାଯାଇଛି । ଏଠାରେ ଇଲେକ୍ଟ୍ରିକ୍ ଟ୍ରାନ୍ସଫର୍ମର ସ୍ଥାପନ,ଶୈାଚ୍ଚାଳୟ ଓ ଗୃହ ଗୁଡିକୁ ପୁର୍ନ ଉଦ୍ଧାର, ପାନୀୟ ଜଳ ଯୋଗାଣ ଓ ବୃକ୍ଷ ରୋପଣ କରାଯାଇଛି । ଟେବୁଲ ଟେନିସ୍ ଓ ଫୁଟବଲ ଆଦି କ୍ରୀଡା ଉପକରଣ ଯୋଗାଇ ଦିଆଯାଇଛି । ଆସନ୍ତା ବର୍ଷ ଏକ ଜିମ୍‌ନାସିୟମ୍ ସ୍ଥାପନ କରାଯିବ । ସୁସ୍ଥ ବାତାବରଣ  ଦ୍ୱାରା କ୍ରୀଡା ମନୋଭାବ ବୃଦ୍ଧିପାଏ । ଏହି ସମାରୋହରେ ଅଧ୍ୟକ୍ଷତା କରି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ମଂଜରୀ ଦାସ କହିଲେ ଏହି ଖୋ-ଖୋ ପ୍ରତିଯୋଗିତାରେ ୮ଟି ବ୍ଲକରୁ ୩୨୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରଛନ୍ତି । ଆସନ୍ତା କାଲି ଦୈାଡକୁଦ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଯେଉଁମାନେ ସଫଳ ହେବେ ସେମାନେ ନଭେମ୍ବର ୨୮ ତାରିଖରେ କୋରାପୁଟ ଜିଲ୍ଲା ର କୋଟପାର୍ଡ ଠାରେ ରାଜ୍ୟ,ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ । ଦଳଗତ ମନୋଭାବ ନେଇ ଖେଳିବାକୁ ସେ ସମସ୍ତ ପ୍ରତିଯୋଗୀଙ୍କୁ ପରାମର୍ଶ ଦେଇଥିଲେ । ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ଶ୍ରୀ ସପନ କୁମାର ଜେନା ଯୋଗଦେଇ କହିଲେ ଶିକ୍ଷା ସହିତ  କ୍ରୀଡା ହେଉଛି ସହ ଶିକ୍ଷଣ କାର୍ଯ୍ୟକ୍ରମ । ଜଗତସିଂହପୁର ଜିଲ୍ଲା ର କ୍ରୀଡାବିତ୍ ମାନେ ଜିଲ୍ଲା,ରାଜ୍ୟ ଓ ଜାତୀୟ ସ୍ତରରେ ଶ୍ରେଷ୍ଠ ହୋଇ ଜିଲ୍ଲା ପାଇଁ ଗୈାରବ ଆଣିଛନ୍ତି । ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ସୁଭାଷ ଚନ୍ଦ୍ର ରାଉତ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କହିଲେ କ୍ରୀଡା ଶୃଙ୍ଖଳିତ,ଦଳଗତ ମନୋଭାବ,ସୁସ୍ଥ,ଧାର୍ଯ୍ୟ ଲକ୍ଷ୍ୟରେ ପହଚାଂଇବା ପାଇଁ ପ୍ରେରଣା ଯୋଗାଏ । ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ଛବିନ୍ଦ୍ର କୁମାର ବେହେରା ଗତ ବର୍ଷର ବିବରଣୀ ପାଠ କରିବା ସହିତ,ବାର୍ଷିକ ଆୟବ୍ୟୟ ଅଟକଳ,କ୍ରୀଡା କ୍ୟାଲେଣ୍ଡର ଓ ରାଜ୍ୟ ସ୍ତରୀୟ କ୍ରୀଡାରେ ଗୈାରବ ଅର୍ଜନ କରିଥିବା କୃତି କ୍ରୀଡାବିତ୍‌ଙ୍କ ନାମ ଘୋଷଣା  କରିଥିଲେ । ପୂର୍ବତନ ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ରାମଚନ୍ଦ୍ର ସ୍ୱାଇଁ ଯୋଗଦେଇ କହିଲେ ୨୦୧୭-୧୮ ବର୍ଷରେ ଜିଲ୍ଲାର ସିଦ୍ଧଳ ଏବଂ କଟରା ହାଇସ୍ଖୁଲ ରାଜ୍ୟ ସ୍ତରରେ ଉତମ କ୍ରୀଡା ପ୍ରଦର୍ଶନ କରି ପ୍ରତ୍ୟେକ ଦଶ ହଜାର ଟଙ୍କା ପ୍ରୋତ୍ସାହନ ପାଇଥିଲେ । ପ୍ରାରମ୍ଭରେ କୁତାମଚଣ୍ଡୀ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ଶ୍ରୀ ଶରତ ଚନ୍ଦ୍ର ବାରିକ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ସମସ୍ତ କ୍ରୀଡାବିତ୍ ମାନେ ଆନୁଷ୍ଠାନିକ ପ୍ୟାରେଡ  ରେ ଅଂଶ ଗ୍ରହଣ କରିଥିଲେ ଏବଂ ଶପଥ ପାଠ କରିଥିଲେ । ଶେଷରେ ବଟ ବିହାରୀ ହାଇସ୍କୁଲ ପାଟେଣି ଗାଁର କ୍ରୀଡା ଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କ୍ରୀଡା ଶିକ୍ଷକ ଶ୍ରୀ କେଶବାନନ୍ଦ ସାହୁ,ଶିକ୍ଷକ ଶ୍ରୀ ତ୍ରିଲୋଚନ ସାହୁ,ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ରଥ,ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ରାଜ୍ୟସ୍ତରୀୟ ସ୍କୁଲ କ୍ରୀଡା ପ୍ରତିଯୋଗୀତାରେ ସରୋଜ ପ୍ରଥମ

କେନ୍ଦ୍ରାପଡ଼ା ୧୦/୧୧/୨୦୧୯(ଓଡ଼ିଶା ସମାଚାର)-୬୫ତମ ରାଜ୍ୟ ସ୍ତରୀୟ ସ୍କୁଲ କ୍ରୀଡା ପ୍ରତିଯୋଗୀତାର ହାଇଜମ୍ପ ଇଭେଂଟରେ କେନ୍ଦ୍ରାପଡା କଲେଜର ଛାତ୍ର ସରୋଜ କୁମାର …

Leave a Reply

Your email address will not be published. Required fields are marked *