Thursday , September 19 2019
Breaking News
Home / ବିଶେଷ / ୨୪ ଘଂଟା ପୁରିଲାମା,ଝିଅଙ୍କ ପତା ମିଳୁନିି

୨୪ ଘଂଟା ପୁରିଲାମା,ଝିଅଙ୍କ ପତା ମିଳୁନିି

ନାଉଗାଁ, ୧୧/୦୯/୨୦୧୯(ଓଡ଼ିଶା ସମାଚାର/ ଲିଲନପ୍ରଭା ପାଢ଼ୀ)- ନାଉଗାଁ ଥାନା ଅନ୍ତର୍ଗତ ବଛାଳୋ ପଂଚାୟତ ପୋକାମୂଳ ଗ୍ରାମର ଭାଗୁ ରାଉତଙ୍କବୋହୁ ଲିପିନା ରାଉତ ଗତ ବୁଧବାର ସଂଧ୍ୟାରେ ନିଜ ୪ ମାସର ଶିଶୁକନ୍ୟାକୁ ଧରି ଗ୍ରାମ ନିକଟରେ ପ୍ରବାହିତ ଦେବୀ ନଦୀକୁ ଡେଇଁ ପଡିଥିବା ଜଣାଯାଇଥିଲା । ଦୀର୍ଘ ୨୪ ଘଂଟା ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମା ଝିଅଙ୍କ ପତାମିଳି ନଥିବା ଜଣାଯାଇଛି । ଅନ୍ୟପଟରେ ଲିପିନାଙ୍କ ମୃତୁ୍ୟକୁ ନେଇ ଏହି ଥାନା ଅନ୍ତର୍ଗତ ରୋହିଆ ଗ୍ରାମର ତାଙ୍କ ବାପା ସୁଶାନ୍ତ ରାଉତ ଗୁରୁବାର ନାଉଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ମୁତାବକ ତାଙ୍କ ଝିଅ କୁଆଡେ ଚାଲିଯାଇଥିବା ସେ ଶୁଣିବାକୁ ପାଇଲେ । ସେଙ୍ଗସେଙ୍ଗ ଝିଅର ଶ୍ୱଶୁର ଘର ପୋକାମୁଳକୁ ଯାଇ ପହଂଚିବା ପରେ ଝିଅ କୁଆଡେଗଲା ପଚାରିବାରୁ ନଦୀକୂଳ ଆଡେ ଯାଇଥିବା କହିଥିଲେ । ମୁଁ ଓ ମୋ ସାଥୀରେ ଯାଇଥିବା କିଛିଲୋକ ନଦୀକୂଳରେ ଖୋଜାଖୋଜି କରି ଝିଅକୁ ପାଇନଥିଲୁ । ଝିଅକୁ ନପାଇବାରୁ ଥାନାକୁ ଫୋନ କରି ଖବର ଦେଇଥିବା ଅଭିଯୋଗରେ ଦର୍ଶାଇଛନ୍ତି । ସେ ଆହୁରି ମଧ୍ୟ ଦର୍ଶାଇଛନ୍ତି ଯେ ୨୦୧୩ ମସିହାରେ ଲିପିନା ର ଭାଗୁରାଉତଙ୍କ ପୁଅ ଅରକ୍ଷିତଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା । ବିବାହ ସମୟରେ ଦାବିମୁତାବକ ଟଙ୍କା ଓ ସୁନା ଅଳଙ୍କାର ପ୍ରଦାନ କରାଯାଇଥିଲା । ଅରକ୍ଷିତ ଚେନ୍ନାଇର ଏକ ଘରୋଇ କମ୍ପାନୀରେ କାମକରୁଥିବା ସମୟରେ ତାର ଦେହ ଅସୁସ୍ଥ ହୋଇଥିଲା ।ତାକୁ ଭଲ କରିବା ପାଇଁ ଆମେ ୭୦ହଜାର ଟଙ୍କା କଟକ ବଡମେଡିକାଲରେ ଖର୍ଚ୍ଚକରିଥିଲୁ ।ଗତ ୨ ବର୍ଷତଳେ ଲିପିନାର ମା ସଡକ ଦୁର୍ଘଟଣାରେ ମୃତୁ୍ୟ ବରଣ କରିଥିଲେ । ତାଙ୍କୁ କିଛି ବୀମାରାଶିମିଳିଥିଲା । ଉକ୍ତ ବୀମା ଟଙ୍କା ଆଣିବା ପାଇଁ ଶାଶୁ, ଶ୍ୱଶୁର, ସ୍ୱାମୀ ତାସହିତ ଝଗଡା କରୁଥିବା ଝିଅ ଫୋନ ଯୋଗେ ଆମକୁ କହୁଥିଲା । ଉକ୍ତ ଦିନ ତାଶାଶୁ ,ଶ୍ୱଶୁର ତାସହିତ ଝଗଡା କରିଥିବାବେଳେ ତାକୁ ଓ ତା ଶିଶୁକନ୍ୟାକୁ ମାରି ନଦୀରେ ଭସାଇ ଦେଇଛନ୍ତି ।ଏପରିକି ମୋ ଝିଅର ଆଗରୁ ୫ ବର୍ଷର ଶିଶୁ ପୁତ୍ର ମଧ୍ୟ ରହିଛି । ଉକ୍ତ ପୁତ୍ର କେଉଁଠି ଅଛି ତାହା ଆମେ ଜାଣିନାହୁଁ ।ତେଣୁ ମୋଝିଅ ଓ ଶିଶୁ କନ୍ୟା ର ଜୀବନ ନେଇଥିବା ପରିବାରକୁ ଆଇନାନୁଯାୟୀ ଦଣ୍ଡିତ କରି ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ୧୪୨/୧୯ ରେମାମଲା ରୁଜୁ କରାଯିବା ସହ ତଦନ୍ତଜାରୀ ରହିଥିବା ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ପ୍ରକାଶ କରିଛନ୍ତି । କିନ୍ତୁ ମାଝିଅଙ୍କର କୋଣସି ପତା ମିଳି ନଥିଲେ ମଧ୍ୟ ନଦୀର ଏଠି ଲାଗିଛି ସେଠିଲାଗିଛି ବୋଲି ପୋଲିସକୁ ଗୁଜବ ସୂଚନା ଦିଆଯାଉଥିଲା ।ସୂଚନା ପାଇଁ ପୋଲିସ ଯାଉଥିଲେ ମଧ୍ୟ କିଛି ନ ପାଇ ନିରାଶ ହୋଇ ଫେରୁଥିବା ଜଣାଯାଇଛି । ଅନ୍ୟପଟରେ ଖବର ପାଇ ଉଦ୍ଧାରକାରୀ ଦଳ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଁଚିଥିଲେ ମଧ୍ୟ ଦେବୀନଦୀର ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ସେମାନେ ନଦୀବନ୍ଧରେ ରହ ିଖୋଜାଖୋଜି କରୁଥିବା ଜଣାଯାଇଛି । ଓଡ଼ିଶା ସମାଚାର

About admin

Check Also

ସଂକ୍ଷେପରେ ତାଜା ଖବର : ଓସିଏ ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କଲା

କଟକ,୧୯/୦୯/୨୦୧୯(ଓଡ଼ିଶା ସମାଚାର)- ଓସିଏ ର ପୂର୍ବତନ ସମ୍ପାଦକ ଆଶିର୍ବାଦ ବେହେରାଙ୍କୁ ସିବିଆଇ ଗିରଫ କଲା । ଆଜି ବଢ଼ି ଭୋର …

Leave a Reply

Your email address will not be published. Required fields are marked *