Wednesday , November 20 2019
Breaking News
Home / ଶିକ୍ଷା / ୨୨ସ୍କୁଲକୁ ଗରିମା ବ୍ରୋଞ୍ଜ ପୁରସ୍କାର

୨୨ସ୍କୁଲକୁ ଗରିମା ବ୍ରୋଞ୍ଜ ପୁରସ୍କାର

କଣାସ, ୧୧/୧୧/୨୦୧୯(ଓଡ଼ିଶା ସମାଚାର)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସାରା ରାଜ୍ୟରେ ବଛା ବଛା ବିଦ୍ୟାଳୟରେ ଅନୁଷ୍ଠିତ ଗୁଣାତ୍ମକ ଶିକ୍ଷା ମାପକ ଆକଳନରେ ପୁରୀ ଜିଲ୍ଲା ଅନ୍ତର୍ଗତ କଣାସ ବ୍ଲକ୍ ର ୨୨ଟି ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ କୃତକାର୍ଯ୍ୟ ହୋଇଛନ୍ତି । ସେହି ସ୍କୁଲଗୁଡ଼ିକୁ ଗାରିମା ବ୍ରୋଞ୍ଜ ପୁରସ୍କାର ପ୍ରଦାନ କରାଯାଇଛି । ପୁରୀ ମୁ୍ୟନିସିପାଲିଟିର ପୌର ସଦନଠାରେ ଆଯୋଜିତ ସୁରଭି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଧେଶିକା ସୌ÷ନ୍ଦର୍ଯ୍ୟ ମଞ୍ଜରୀ ଦାସ ଓ କଣାସ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିରଞ୍ଜନ ପାତ୍ରଙ୍କଠାରୁ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ କଣାସ ବ୍ଲକର ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୯୦ଟି ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ମଧ୍ୟରୁ ୩୪ଟି ବିଦ୍ୟାଳୟର ଛାତ୍ର ଛାତ୍ରୀ ସ୍ୱତନ୍ତ୍ର ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ତରାପୁର ଜାଗୁଳେଇ ବିଦ୍ୟାପୀଠ ପରିଦର୍ଶନ

କେନ୍ଦ୍ରାପଡ.୧୮/୧୧/୨୦୧୯(ଓଡ଼ିଶା ସମାଚାର)- ଜିଲ୍ଲାପାଳ ସମର୍ଥ ବର୍ମା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଂଚାୟତର ତରାପୁରସ୍ଥିତ ଜାଗୁଳେଇ ବିଦ୍ୟାପୀଠକୁ ପରିଦର୍ଶନ କରି …

Leave a Reply

Your email address will not be published. Required fields are marked *