Wednesday , November 20 2019
Breaking News
Home / ସ୍ୱାସ୍ଥ୍ୟ / ୨ରୁ ୬ଟି ଜିଲ୍ଲାରେ ହେବ ଟିକାକରଣ

୨ରୁ ୬ଟି ଜିଲ୍ଲାରେ ହେବ ଟିକାକରଣ

ଭୁବନେଶ୍ୱର ,୧୧/୧୧/୨୦୧୯(ଓଡ଼ିଶା ସମାଚାର)- ଶିଶୁମାନଙ୍କୁ ବିଭିନ୍ନ ମାରାତ୍ମକ ରୋଗ ଦାଉରୁ ରକ୍ଷା କରିବା ପାଇଁ ସରକାର ବ୍ୟାପକ ଟିକାକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି । ମସ୍ତିଷ୍କ ଜ୍ୱର ନିରାକରଣ ପାଇଁ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଇଂଟେସ୍ସିଫାଇଡ୍ ମିଶନ ଇନ୍ଦ୍ରଧନୁଷ ୨.୦ କାର୍ଯ୍ୟକ୍ରମରେ ରାଜ୍ୟର ୬ଟି ଜିଲ୍ଲାରେ ୧୧ଟି ବିଭିନ୍ନ ରୋଗ ପାଇଁ ଟିକାକରଣ ଡିସେମ୍ବର ୨ରୁ ଆରମ୍ଭ ହେବ । ଏଦିଗରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସମୂହ ଟିକାକରଣ କାର୍ଯ୍ୟକୁ ସଫଳତା ସହ ତ୍ୱରାନ୍ୱିତ କରିବା କରିବା ପାଇଁ ଉଦ୍ୟମ କରିବେ । ଓଡ଼ିଶାର ଅନୁସୂଚିତ ଜାତି ଓ ଜନଜାତି ବହୁଳ ଅଂଚଳରେ ଟିକାକରଣ କାର୍ଯ୍ୟରେ ଅନ୍ୟ ରାଜ୍ୟଠାରୁ ଆଗରେ ରହିଛି । ଟିକାକରଣ କାର୍ଯ୍ୟର ଧାର୍ଯ୍ୟ ଲକ୍ଷ୍ୟ ୯୦% ରହିଥିବାବେଳେ ରାଜ୍ୟରେ ୮୭% ସଫଳତା ମିଳିଛି । ଏଥିପାଇଁ ବ୍ୟାପକ ସଚେତନତା ସହ ସମ୍ପୃକ୍ତ ବିଭାଗ ଓ କର୍ମଚାରୀଙ୍କୁ ନେଇ ଓରିଏଂଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଯେଉଁଠାରେ ଆଶାକର୍ମୀ ନାହାନ୍ତି ସେଠାରେ ଅଙ୍ଗନବାଡ଼ି କର୍ମୀଙ୍କୁ ଏଥିରେ ନିୟୋଜିତ କରାଯିବ । ସରକାରୀ ସ୍କୁଲଗୁଡ଼ିକ ସହ ଘରୋଇ ଓ ମିଶନ ସ୍କୁଲଗୁଡ଼ିକୁ ଏଥିରେ ମଧ୍ୟ ସାମିଲ୍ କରାଯିବ । ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଧାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଟିକାକରଣ ଅଭିଯାନ ଓ ମିଶନ ଇନ୍ଦ୍ରଧନୁଷ ୨.୦କୁ ବ୍ୟାପକ କରିବା ଦିଗରେ ରାଜ୍ୟ ଟାସ୍କ ଫୋର୍ସର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡାକ୍ତର ମେହେର୍ଦ୍ଧା କହିଲେ ଯେ ସରକାର ସ୍ୱାସ୍ଥ୍ୟସେବାକୁ ସବୁବେଳେ ଅଗ୍ରାଧିକାର ଦେଇ ଆସୁଥିବାବେଳେ ଟିକାକରଣ କାର୍ଯ୍ୟକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଅବସରରେ ଏନଏଚଏମ୍ ନିର୍ଦ୍ଧେଶିକା ଶାଳିନୀ ପଣ୍ଡିତ, ଡାକ୍ତର ନିହାର ରଞ୍ଜନ ରାୟ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବିଶ୍ୱ ମଧୁମେହ ଦିବସ

ଭଦ୍ରକ, ୧୬/୧୧/୨୦୧୯(ଓଡ଼ିଶା ସମାଚାର)-ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଅଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ …

Leave a Reply

Your email address will not be published. Required fields are marked *