Tuesday , February 25 2020
Breaking News
Home / ରାଜନୀତି / ୧୫ରୁ ସିପିଏମ ର ଜନସଚେନତା କାର୍ଯ୍ୟକ୍ରମ

୧୫ରୁ ସିପିଏମ ର ଜନସଚେନତା କାର୍ଯ୍ୟକ୍ରମ

ବାଲେଶ୍ୱର, ୦୮/୦୨/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ର ସରକାରଙ୍କ ସାଧାରଣ ବଜେଟ୍ ସମେତ ରେଳ ବଜେଟରେ ଓଡ଼ିଶାକୁ ଉପେକ୍ଷା କରାଯାଇଥିବା ନେଇ ଅଭିଯୋଗ ଉଠାଇଛି ମାର୍କ୍ସବାଦୀ କମୁ୍ୟନିଷ୍ଟ ପାର୍ଟି । କେବଳ ବଜେଟ ପ୍ରସଙ୍ଗ ନୁହେଁ ବରଂ କେନ୍ଦ୍ର ସରକାରଙ୍କ ଅସମ୍ବିଧାନିକ ସିଏଏ ଆଇନ୍ ସମେତ ଏନଆରସି ଓ ଏନପିଆର ବିରୁଦ୍ଧରେ ଆସନ୍ତା ୧୫ ତାରିଖରୁ ଜନସଚେନତା ଆରମ୍ଭ କରାଯିବ ବୋଲି ସିପିଏମର ବରିଷ୍ଟ ରାଜ୍ୟନେତା ଜନାର୍ଦ୍ଧନ ପତି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଚନ୍ତି । ସ୍ଥାନୀୟ ମୋଟର ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ଆୟୋଜିତ ଏହି ସମ୍ବାଦିକ ସମ୍ମିଳନୀରେ ଶ୍ରୀ ପତି ଯୋଗଦେଇ ଚଳିତ ସାଧାରଣ ବଜେଟ୍ ଓ ରେଳ ବଜେଟ୍ର ଓଡ଼ିଶା ପ୍ରତି ହୋଇଥିବା ଉପେକ୍ଷା ସମେତ ଏପ୍ରିଲ ମାସରୁ ଆରମ୍ଭ ହେଉଥିବା ଏନପିଆରର ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ୭ ଲକ୍ଷ ୯୬ ହଜାର ଟଙ୍କାର ନିଅନ୍ଟିଆ ବଜେଟ ଯୋଗୁଁ ଟିକସ ବୃଦ୍ଧି ସହ ଦରଦାମ ମଧ୍ୟ ବୃଦ୍ଧି ପାଇବ ବୋଲି ଶ୍ରୀ ପତି କହିଥିଲେ । ଆମ୍ବାନୀ ଓ ଆଦାନୀ ଭଳି କମ୍ପାନିକୁ ଟ୍ୟାକ୍ସ ଛାଡ଼ କରାଯାଉଥିବା ବେଳେ ଏହି ବଜେଟ୍ର ନିଅନ୍ଟି ଅର୍ଥ ଜନସାଧାରଣଙ୍କ ଉପରୁ ଉଠାଇବାକୁ ସରକାର ଟିକେ ବି ଦ୍ୱିଧା କରିବେ ନାହିଁ ବୋଲି ଶ୍ରୀ ପତି ଆରୋପ କରିଛନ୍ତି । ଅନ୍ୟପକ୍ଷରେ ଶ୍ରମଜୀବୀ ଓ ବେକାରୀ ପ୍ରତି ଏହି ବଜେଟରେ ବିଶେଷ ଯୋଜନା ନଥିବା ବେଳେ ବିଭିନ୍ନ ଜନମଙ୍ଗଳ ଯୋଜନାରେ ବ୍ୟୟବରାଦ ହ୍ରାସ କରାଯାଇଛି । ଅନ୍ୟପକ୍ଷରେ ଓଡିଶାରୁ ରେଳ ବିଭାଗ ଆଶାତୀତ ରାଜସ୍ୱ ଆଦାୟ କରୁଥିବା ବେଳେ ଚଳିତ ରେଳ ବଜେଟରେ ଓଡିଶା ପାଇଁ ଅନୁଦାନରେ ୧୬ଶହ କୋଟି ଟଙ୍କା ହ୍ରାସ କରାଯାଇଥିବା ସେ ପ୍ରକାଶ କରିଥିଲେ । ଏଥି ସହିତ କେନ୍ଦ୍ର ସରକାରଙ୍କ ସମ୍ବିଧାନ ବିରୋଧୀ ସିଏଏ ଆଇନ ସାଙ୍ଗକୁ ଏନପିଆର ଓ ଏନଆରସି ବିରୁଦ୍ଧରେ ଆସନ୍ତା ୧୩ ତାରିଖରେ ଭୁବନେଶ୍ୱରେ ଏକ ବିଶାଳ ଜନସମାବେଶ କରାଯିବ ବୋଲି ସେ ସୂଚନା ଦେଇଥିଲେ । ଏଥିରେ ସିପିଆଇଏମର ସର୍ବଭାରତୀୟ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଯୋଗଦେଉଥିବା ବେଳେ ବାଲେଶ୍ୱର ଜିଲ୍ଲାରୁ ବହୁ ସଂଖ୍ୟାରେ ଜନସାଧାରଣ ଏହି ସମାବେଶରେ ଯୋଗଦେବା ପାଇଁ ଶ୍ରୀ ପତି ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶିର ହୁଇ, ନିର୍ମଳ ନାୟକ ଓ ପ୍ରେମରଞ୍ଜନ ପାତ୍ର ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ବ୍ଲକ୍ ବିଜେଡ଼ି ସଭାପତିଙ୍କୁ ସମ୍ବର୍ଦ୍ଧନା 

  ଗରଦପୁର, ୨୩/୦୨/୨୦୨୦ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ବିଜୁ ଜନତା ଦଳର ବ୍ଲକ୍ ସଭାପତି ଭାବରେ ପୂର୍ବତନ ସରପଂଚ …

Leave a Reply

Your email address will not be published. Required fields are marked *