Sunday , December 8 2019
Breaking News
Home / ତାଜା ଖବର / ୧୪ ଶହ ବୋତଲ କଫ୍ ସିରପ୍ ଜବତ, ୪ ଗିରଫ

୧୪ ଶହ ବୋତଲ କଫ୍ ସିରପ୍ ଜବତ, ୪ ଗିରଫ

ବରଗଡ଼, ୧୧/୦୯/୨୦୧୯(ଓଡ଼ିଶା ସମାଚାର)- ବରଗଡ଼ ଜିଲ୍ଲାର ସୋହେଲା ନିକଟରେ ପୁଲିସ ଗୋଟିଏ କାର୍ ରୁ ବିପୁଳ ପରିମାଣର କଫ୍ ସିରପ୍ ଓ ନିଶା ବଟିକା ଜବତ କରିଛି । ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରାଯାଇଛି । ସୋହେଲା ପୁଲିସ ଜାତୀୟ ରାଜପଥର ଗ୍ରୀଞ୍ଜେଲ ଛକରେ ଯାନବାହନ ଯାଂଚ କରୁଥିବାବେଳେ ସିଜି ୦୪ ଏଚ୍ ୪୦୮୭ ନମ୍ବର ବିଶିଷ୍ଟ କାର ରୁ ୧୪୪୦ ବାତଲ କଫ୍ ସିରପ୍ ବିପୁଳ ପରିମାଣର ନିଶା ବଟିକା ଜବତ କରିଥିଲା । ଏଥିରେ ସଂପୃକ୍ତ ଆନ୍ତଃରାଜ୍ୟ ନିଶା ବେପାରୀ ବିପୁଲ ଅଗ୍ରୱାଲ ଓ ସମ୍ବଲପୁରର ଚନ୍ଦ୍ରଶେଖର ଚାନ୍ଦଙ୍କୁ ପୁଲିସ କାବୁ କରିଥିଲା । ତଦନ୍ତବେଳେ ପୁଲିସ ଅନ୍ୟ ଦୁଇଜଣ ଭବେଶ ଜୈନ ଏବଂ ଯାଦବେନ୍ଦ୍ର ସିଂହଙ୍କୁ ମଧ୍ୟ ଗିରଫ କରିଥିବା ଜଣାପଡ଼ିଛି । ବିପୁଲ ଏବଂ ଚନ୍ଦ୍ରଶେଖର ଏକ ଲକ୍ଷ ଟଙ୍କା ଦେଇ ଉକ୍ତ କଫ ସିରପ୍, ନିଶା ବଟିକା ଆଣିଥିବା କହିଥିଲେ । ପୁଲିସ ଭବେଶ ଜୈନ ଏବଂ ଯାଦବେନ୍ଦ୍ର ସିଂହଙ୍କଠାରୁ ୧ଲକ୍ଷ ୧୨ହଜାର ୫ଶହ ଟଙ୍କା ଏବଂ କାର୍ ଜବତ କରିଥିଲା । ଗିରଫ ନିଶାବେପାରୀମାନେ ବରଗଡ଼ ଜିଲ୍ଲା ଅତାବିରା ସମେତ, ସମ୍ବଲପୁର, ବଲାଙ୍ଗିର, ସୋନପୁର ଆଦି ଅଞ୍ଚଳରେ ନିଜର କାରବାର କରୁଥିବା ନେଇ ପୁଲିସ ପ୍ରାଥମିକ ତଦନ୍ତବେଳେ ଜାଣିବାକୁ ପାଇଛି । ପଦ୍ମପୁର ଏସଡିପିଓ, ସୋହେଲା ଥାନା ଅଧିକାରୀ ନିର୍ମଳ ମହାପାତ୍ର, ସଦର ଥାନା ଅଧିକାରୀ ଦିଲୀପ ବେହେରା, ଏସଆଇ ସୌମ୍ୟକାନ୍ତ ବଳିୟାରସିଂ ପ୍ରମୁଖ ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ ଜଣେ ଗିରଫ

ଜଗତସିଂହପୁର,୦୭/୧୨/୨୦୧୯(ଓଡ଼ିଶା ସମାଚାର / ଲିଲନପ୍ରଭା ପାଢ଼ୀ)-ଜଗତସିଂହପୁର ପୌରାଂଚଳରେ ଦିନକୁ ଦିନ ଚୋରା ନିଶାବେପାର ବଢି ଚାଲିଥିବା ବେଳେ ଆଜି ମାର୍କଣ୍ଡପୁର …

Leave a Reply

Your email address will not be published. Required fields are marked *