Wednesday , November 20 2019
Breaking News
Home / ସ୍ୱାସ୍ଥ୍ୟ / ୧୪ଜଣ ଦାନ୍ତ ଡାକ୍ତର ନିଯୁକ୍ତି

୧୪ଜଣ ଦାନ୍ତ ଡାକ୍ତର ନିଯୁକ୍ତି

ଭୁବନେଶ୍ୱର ,୧୧/୧୧/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟ ସରକାର ସମସ୍ତଙ୍କ ପାଇଁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଗରିବ ଓ ସାଧାରଣ ଲୋକେ ହାତପାହାନ୍ତାରେ ଚିକିତ୍ସା ସୁବିଧା ପାଇବା ପାଇଁ ରାଜ୍ୟ ସରକାର ଚେଷ୍ଟା ଜାରି ରଖିଛନ୍ତି । ରାଜ୍ୟରେ ସରକାରୀ ଡାକ୍ତରଖାନାରେ ଦାନ୍ତ ଡାକ୍ତରଙ୍କ ସଂଖ୍ୟା କମ୍ ରହିଥିଲା । ଫଳରେ ସାଧାରଣ ଓ ଗରିବ ରୋଗୀ ଦାନ୍ତ ଚିକିତ୍ସା କ୍ଷେତ୍ରରେ ବହୁମାତ୍ରାରେ ହଇରାଣ ହେଉଥିଲେ । ତେଣୁ ରାଜ୍ୟ ସରକାର ସରକାରୀ ଡାକ୍ତରଖାନାରେ ଉପଯୁକ୍ତ ମାତ୍ରାରେ ଦାନ୍ତ ଡାକ୍ତର ନିଯୁକ୍ତି ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ରାଜ୍ୟରେ ପୁଣି ୧୪ଜଣ ଦାନ୍ତ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଶୁକ୍ରବାର ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ସ୍ୱାସ୍ଥ୍ୟ ବିଭାଗରେ କାଉନ୍ସେଲିଂ କରାଯାଥିଲା । ସେଠାରେ ନବନିଯୁକ୍ତ ଡାକ୍ତରଙ୍କ ସମସ୍ତ କାଗଜପତ୍ର ଯାଂଚ କରିବା ସହିତ ପୋଷ୍ଟିଂ ବ୍ୟବସ୍ଥା କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ବିଶ୍ୱ ମଧୁମେହ ଦିବସ

ଭଦ୍ରକ, ୧୬/୧୧/୨୦୧୯(ଓଡ଼ିଶା ସମାଚାର)-ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପରିସରରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଅଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ …

Leave a Reply

Your email address will not be published. Required fields are marked *