Friday , February 28 2020
Breaking News
Home / ବିଶେଷ / ୧୨୩ ତମ ନେତାଜୀ ଜୟନ୍ତୀ ପାଳିତ

୧୨୩ ତମ ନେତାଜୀ ଜୟନ୍ତୀ ପାଳିତ

 କେନ୍ଦ୍ରାପଡା,୨୪/୦୧/୨୦୨୦ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ସହର ଉପକଣ୍ଠ ସୁଜାନଗର ଗ୍ରାମ ନେତାଜୀ  ମଡେଲ ଏମ.ଇ ସ୍କୁଲ ପରିସରରେ ଆଜାଦ ହିନ୍ଦ ଯୁବକେନ୍ଦ୍ର  ଟ୍ରଷ୍ଟ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନେତାଜୀ ମଡେଲ ସ୍କୁଲର ଛାତ୍ରଛାତ୍ରୀ, ଅଭିଭାବକ ଓ  ସ୍ଥାନିୟ  ବେସରକାରୀ ଶିକ୍ଷାନୁଷ୍ଠାନ କ୍ୟାରିୟର କ୍ୟାରି ସହ ଗୁଲନଗର ଏମ.ଇ ସ୍କୁଲର ଛାତ୍ରଛାତୀମାନେ କାର୍ଯ୍ୟକ୍ରମରେ     ଯୋଗଦେଇ ଜାତୀୟ ପତକା ଉତୋଳନ କରିବା ସହ ବକ୍ତୁତା ପ୍ରତିଯୋଗିତା ଏବଂ ଦେଶାତ୍ମକବୋଧ ସଂଙ୍ଗୀତ ଗାନ କରିଥିଲେ ।  ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବିଚିତ୍ରାନନ୍ଦ ନାୟକ , ସଂଜୟ ଜେନା , ପ୍ରଦୀପ ଦାସ, ଗୋପାଳ କୃଷ୍ଣ ଜେନା ଓ ରବିନ୍ଦ୍ର ନାଥ ରଥଙ୍କ  ସମେତ ଆଜାଦ ହିନ୍ଦ ଯୁବ କେନ୍ଦ୍ର ଟ୍ରଷ୍ଟର ପରିଚାଳନା  ନିର୍ଦ୍ଦେଶକ ଅବନୀ କୁମାର ଦାସ ଓ ସ୍କୁଲର ପ୍ରଧାନ ଶିକ୍ଷକ ରବିନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ  ବକ୍ତବ୍ୟ ରଖଥିଲେ । ଆଜାଦ ହିନ୍ଦ ଯୁବକେନ୍ଦ୍ର ଟ୍ରଷ୍ଟର ସଭାପତି  ନକୁଳ ଚରଣ ଦାସ  ଅସୁସ୍ଥ ଥିବା କାରଣରୁ  କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ ।  ସେଥିଲାଗି କାର୍ଯ୍ୟକ୍ରମରେ ଉପସ୍ଥିତ ଛାତ୍ର ଛାତ୍ରୀ ଓ ଅବିଭାବକ ଏବଂ ଶିକ୍ଷକ ମଣ୍ଡଳି ମାନେ ସଭାପତିଙ୍କ ଆଶୁ ଆରୋଗ୍ୟ କାମନା କରି  ସମୁହ ପ୍ରାଥନା କରିଥିଲେ ।   ଓଡ଼ିଶା ସମାଚାର

About admin

Check Also

ମାର୍ଚ୍ଚ ପହିଲାରୁ ଗାଡ଼ି ଯାଞ୍ଚ କଡ଼ାକଡ଼ି ହେବ

ଭୁବନେଶ୍ୱର ,୨୮/୦୨/୨୦୨୦ (ଓଡ଼ିଶା ସମାଚାର)- ଲୋକଙ୍କୁ ଯଥେଷ୍ଟ ସମୟ ଦିଆଯାଇଛି, ଆଉ ବହୁ ସଂଖ୍ୟାରେ ଲୋକେ ଇତିମଧ୍ୟରେ ନିଜ ଗାଡ଼ିର …

Leave a Reply

Your email address will not be published. Required fields are marked *