Thursday , September 19 2019
Breaking News
Home / ବ୍ୟବସାୟ ବାଣିଜ୍ୟ / ହୁଣ୍ଡାଇ ପକ୍ଷରୁ ଗ୍ରାଣ୍ଡ୍ ଆଇ-୧୦ ନିଓସ୍ ର ବଜାର ପ୍ରବେଶ

ହୁଣ୍ଡାଇ ପକ୍ଷରୁ ଗ୍ରାଣ୍ଡ୍ ଆଇ-୧୦ ନିଓସ୍ ର ବଜାର ପ୍ରବେଶ

ଭୁବନେଶ୍ୱର , ୦୯/୦୮/୨୦୧୯(ଓଡ଼ିଶା ସମାଚାର)-ହୁଣ୍ଡାଇ ମୋଟର ଇଣ୍ଡିଆ ଲିଃ. ଭାରତର ପ୍ରଥମ ସ୍ମାର୍ଟ ମୋବିଲିଟି ସମାଧାନ ପ୍ରଦାନକାରୀ କମ୍ପାନୀ ପକ୍ଷରୁ ତୃତୀୟ ପିଢ଼ିର କାର୍ ଗ୍ରାଣ୍ଡ୍ ଆଇ-୧୦ ନିଓସ୍ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି କାର୍ର ଷ୍ଟାଇଲିସ୍ ଲୁକ୍ ଏବଂ ଅନନ୍ୟ ଡିଜାଇନିଂ ତଥା ଆଇ ଟେକ୍ ବୈଶିଷ୍ଟ୍ୟ ଗୁଡିକ ଯୁବ ଭାରତୀୟ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ ।

ଏହି ଅବସରରେ ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍ ର ଏମଡି ତଥା ସିଇଓ ଶ୍ରୀ ଏସ୍.ଏସ୍. କିମ୍ କହିଲେ, “ତୃତୀୟ ପିଢ଼ିର କାର୍ ଗ୍ରାଣ୍ଡ୍ ଆଇ-୧୦ ନିଓସ୍ର ବଜାର ପ୍ରବେଶ ନେଇ ଆମ୍ଭେ ବେଶ୍ ଆନନ୍ଦିତ । ଏହା ଭାରତୀୟ ଏବଂ ବିଶ୍ୱବ୍ୟାପି ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ । ଗତ ୨୧ ବର୍ଷ ଧରି ଆମେ ନବୀନତମ ଉତ୍ପାଦ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ହାସଲ କରିପାରିଛୁ । ଏହି ନୂତନ କାର୍ ଉତ୍ପାଦନ କରି ଆମେ ଗ୍ରାହକଙ୍କ ମାନସିକତାକୁ ରୁଦ୍ଧିମନ୍ତ କରାଇବାର ପ୍ରୟାସ କରୁଛୁ । ସମ୍ପ୍ରତି ପ୍ରଚଳିତ ଧାରାରେ ପରିବର୍ତନକୁ ଦୃଷ୍ଟିରେ ରଖି ଆମ୍ଭେ ଉତ୍ପାଦ ପରିସୀମାରେ ବୃଦ୍ଧି ଅବ୍ୟାହତ ରଖିଛୁ । ତୃତୀୟ ପିଢ଼ିର କାର୍ ଗ୍ରାଣ୍ଡ୍ ଆଇ-୧୦ ନିଓସ୍ ଭାରତୀୟ ଯୁବବର୍ଗ ତଥା ସେମାନଙ୍କର ପରିବାର ବର୍ଗଙ୍କ ପାଇଁ ବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ।  ଏହାଦ୍ୱାରା ଆମେ ସହର, ଅର୍ଦ୍ଧସହର ତଥା ଗ୍ରାମୀଣ ବଜାରରେ ସ୍ଥିତି ସୁଦୃଢ଼ କରିବାର ସମ୍ଭାବନା ରହିଛି ।”

ତୃତୀୟ ପିଢ଼ିର କାର୍ ଗ୍ରାଣ୍ଡ୍ ଆଇ-୧୦ ନିଓସ୍ ରେ କ୍ୟାସକେଡିଂ ଗ୍ରୀଲ୍, ଆକର୍ଷଣୀୟ ସ୍ପୋର୍ଟି ଡିଜାଇନିଂ ଆଦି ବୈଶିଷ୍ଟ୍ୟ ରହିଛି । ଏହା ସହିତ ଏଥିରେ ସୁନ୍ଦର ଆଭ୍ୟନ୍ତରୀଣ ଗଠନ, ଅପର ସି-ପ୍ୟାଡ୍, ଲୋୟର ସି ପ୍ୟାଡ୍ ଆଦି ବୈଶିଷ୍ଟ୍ୟ ରହିଛି ।

ତୃତୀୟ ପିଢ଼ିର କାର୍ ଗ୍ରାଣ୍ଡ୍ ଆଇ-୧୦ ନିଓସ୍ର ବୁକିଂ ୧୧,୦୦୦ ଟଙ୍କାରେ ହୁଣ୍ଡାଇ ଡିଲର ତଥା ଅଫିସିଆଲ୍ ଡିଜିଟାଲ ପ୍ଲାର୍ଟଫର୍ମରେ କରାଯାଇ ପାରିବ ।

ସୂଚନାଯୋଗ୍ୟ ହୁଣ୍ଡାଇ ମୋଟରର ଇୟନ୍,ଗ୍ରାଣ୍ଡ୍ ଆଇ୧୦, ଇଲାଇଟି ଆଇ୨୦,ଆଇ ୨୦ ଆକ୍ଟିଭ୍, ଏକ୍ସସେଂଟ୍, ଭର୍ଣ୍ଣା, କ୍ରିଏଟା, ଏଲାଂଟ୍ରା, ଟୁକସନ, ଭେନ୍ୟୁ୍ ଏବଂ ସାଂଟା ପ୍ରଭୃତି ଉତ୍ପାଦ ବେଶ୍ ଲୋକପ୍ରିୟ ହୋଇପାରିଛି । ଏହାର ପ୍ଳାଂଟ୍ ଚେନ୍ନାଇ ନିକଟରେ ରହିଛି । ଏହା ଆଫ୍ରିକା, ମିଡିଲ୍ ଇଷ୍ଟ, ଲାଟିନ୍ ଆମେରିକା, ଅଷ୍ଟ୍ରେଲିଆ, ଏବଂ ଏସିଆ ପାସିଫିକ୍ର ୯୧ରୁ ଅଧିକ ଦେଶକୁ ଯାନ ରପ୍ତାନୀ କରିଥାଏ । ଗତ ଦେଶରେ ଏହାର ୪୯୪ ବିତରକ ଏବଂ ୧,୩୧୯ ସର୍ଭିସ୍ ଷ୍ଟେସନ୍ ରହିଛି । ଓଡ଼ିଶା ସମାଚାର

About admin

Check Also

ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳ ପାଇଁ ୪ଟି ବସ ର ଶୁଭ ଉଦଘାଟନ

ପାରାଦ୍ୱୀପ ,୧୪/୦୯/୨୦୧୯(ଓଡ଼ିଶା ସମାଚାର)- ପାରାଦ୍ୱୀପ ବନ୍ଦର ନିଷିଦ୍ଧାଂଚଳକୁ କର୍ମଚାରୀ ମାନଙ୍କର ସୁରକ୍ଷା ଓ ସୁରକ୍ଷୀତ ଗମନା ଗମନାକୁ ଦୃଷ୍ଟିରେ ରଖି …

Leave a Reply

Your email address will not be published. Required fields are marked *