Friday , September 20 2019
Breaking News
Home / ଶିକ୍ଷା / ହାଇସ୍କୁଲ ପାଚେରୀ ଭାଙ୍ଗିଲେ ଅସାମାଜୀକ ଦୁର୍ବୃତ

ହାଇସ୍କୁଲ ପାଚେରୀ ଭାଙ୍ଗିଲେ ଅସାମାଜୀକ ଦୁର୍ବୃତ

ଗରଦପୁର, ୦୯/୦୭/୨୦୧୯ (ଓଡ଼ିଶା ସମାଚାର)- ତେଣ୍ଡାକୁଡ଼ା ଠାରେ ଥିବା ଫଜଲହକ୍ ହାଇସ୍କୁଲ ଟି ଅଂଚଳର ଏକ ସର୍ବ ପୁରାତନ ଶିକ୍ଷାନୁଷ୍ଠାନ । ଏହାର ପ୍ରତିଷ୍ଠାର ୭୫ ବର୍ଷ ପୁର୍ତି ଉପଲକ୍ଷେ ଦୀର୍ଘ ଏକ ବର୍ଷ ଧରି ପ୍ଲଟିନମ ଜୁବୁଲି ପାଳନ କରାଯାଉଥିଲା । ନିକଟରେ ଏହାର ଉଦଯାପନ ଉତ୍ସବରେ ମହାମହିମ ରାଜ୍ୟପାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟ ର ପ୍ରାଚୀର ଠାରୁ ଆରମ୍ଭ କରି ଶ୍ରେଣୀ ଗୃହ ପର୍ଯ୍ୟନ୍ତ ଚକାଚକ୍ କରାଯାଇଥିବାବେଳେ ସ୍କୁଲ ଖେଳ ପଡ଼ିଆର ଖାଲ ପୋତିବାରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଥିଲା । ହେଲେ କିଛି ଅସାମାଜୀକ ଦୁର୍ବୃତ ସୋମବାର ରାତିରେ ଉକ୍ତ ବିଦ୍ୟାଳୟର ପ୍ରାଚୀର ଭାଙ୍ଗିଥିବା ମଙ୍ଗଳବାର ବିଦ୍ୟାଳୟ କର୍ତୃପକ୍ଷ ଦେଖିଥିଲେ । ଏ ସମ୍ପର୍କରେ ବିଦ୍ୟାଳୟ ପକ୍ଷରୁ ପ୍ରଧାନ ଶିକ୍ଷକ ହିମାଂଶୁ ଭୁଷଣ ଓଝା କୋରୁଆ ଫାଣ୍ଡିରେ ଲିଖିତ ଏତଲା ଦେଇଛନ୍ତି । ସମ୍ପୃକ୍ତ ଅସାମାଜୀକ ଦୁର୍ବୃତ ଙ୍କୁ ଚିହ୍ନଟ କରି ଦଣ୍ଡବିଧାନ କରିବା ପାଇଁ ବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ପରିଷଦ ଓ ମୋ ସ୍କୁଲ ଅଭିଯାନ ପକ୍ଷରୁ କେନ୍ଦ୍ରାପଡ଼ା ଜିଲାପାଳ ଓ ଏସପି ଙ୍କ ଠାରେ ଦାବି ହୋଇଛି । ଓଡ଼ିଶା ସମାଚାର

About admin

Check Also

ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ୪ଶହ ଥର ବସଉଠ କଲେ- ଜଣେ ବୋହୋସ୍ ୯ ଆହତ

ସାଲେପୁର, ୧୮/୦୯/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା) : ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇ କୋମଳମତି ଶିଶୁମାନେ ବିଦ୍ୟାଳୟ ପ୍ରତି ଆକୃଷ୍ଟ …

Leave a Reply

Your email address will not be published. Required fields are marked *