Monday , December 9 2019
Home / କ୍ରୀଡ଼ା / ହାଇଜମ୍ପରେ ସ୍ୱର୍ଣ୍ଣପଦକ ପାଇଲେ କେନ୍ଦ୍ରାପଡ଼ା ଛାତ୍ର

ହାଇଜମ୍ପରେ ସ୍ୱର୍ଣ୍ଣପଦକ ପାଇଲେ କେନ୍ଦ୍ରାପଡ଼ା ଛାତ୍ର

କେନ୍ଦ୍ରାପଡା, ୧୫/୧୧/୨୦୧୯(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ଚାଲୁଥିବା ହାୟର୍ ସେକେଣ୍ଡାରୀ ସ୍କୁଲର +୨ ଛାତ୍ର ସରୋଜ କୁମାର ଲୁଗୁନ୍ ହାଇଜମ୍ପ ପ୍ରତିଯୋଗିତାରେ ନୂତନ ରେକର୍ଡ ସୃଷ୍ଟିକରି ସ୍ୱର୍ଣ୍ଣପଦକ ଲାଭ କରିଛନ୍ତି । ବାଲେଶ୍ୱରଠାରେ ଅନୁଷ୍ଠିତ ୬୫ତମ ହାୟର ସେକେଣ୍ଡାରୀ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୧.୬୫ ମିଟର ଉଚ୍ଚ ଡିଅାଁରେ ନୂଆ ରେକର୍ଡ ସୃଷ୍ଟି କରି ସ୍ୱର୍ଣ୍ଣପଦକ ହାସଲ କରିବା ସହ ଆସନ୍ତା ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଛନ୍ତି । କେନ୍ଦ୍ରାପଡା କଲେଜ୍ ର ଖେଳ ଶିକ୍ଷକ ଜ୍ୟୋର୍ତିମୟ ଦାସ ଓ କୋଚ୍ ସେକ୍ ସୌକତ୍ ପ୍ରମୁଖ ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସେଂଟ ଜାଭିୟର୍ସ ପବ୍ଲିକ  ସ୍କୁଲରେ ବାର୍ଷିକ କ୍ରୀଡା ଉଦଘାଟିତ

ଭୁବନ,୦୬/୧୨/୨୦୧୯(ଓଡ଼ିଶା ସମାଚାର)-ଭୁବନ ସେଂଟ ଜାଭିୟର୍ସ ପବ୍ଲିକ ସ୍କୁଲରେ ତୃତୀୟ ବାର୍ଷିକ କ୍ରୀଡା ଆଜି ଉଦଘାଟିତ ହୋଇଯାଇଛି । ସ୍କୁଲ ର …

Leave a Reply

Your email address will not be published. Required fields are marked *