Monday , February 24 2020
Home / ଶିକ୍ଷା / ହରିଦାସପୁର ପ୍ରାଥମିକ ବିଦ୍ୟାଳୟର ୧୦୨ତମ ପ୍ରତିଷ୍ଠା ଦିବସ

ହରିଦାସପୁର ପ୍ରାଥମିକ ବିଦ୍ୟାଳୟର ୧୦୨ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର ୨୮/୦୧/୨୦୨୦ (ଓଡ଼ିଶା ସମାଚାର)- ଭୁବନେଶ୍ୱର ମହାନଗର ନିଗମର ୪ ନମ୍ବର ୱାର୍ଡର ହରିଦାସପୁର ପ୍ରାଥମିକ ବିଦ୍ୟାଳୟର ୧୦୨ତମ ପ୍ରତିଷ୍ଠା ଦିବସ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମନୋରମା କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ସଭା ପ୍ରାରମ୍ଭରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଭାସ୍କର ଚନ୍ଦ୍ର ବେହେରା ଓ ପିପିଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଶିକ୍ଷୟିତ୍ରୀଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରିବା ପରେ ଛାତ୍ରଛାତ୍ରୀମାନେ ଆବାହନ ସଂଗୀତ ଗାନ କରିଥିଲେ । ଶିକ୍ଷକ ସୁଦାମ ଚରଣ ସାହୁ, ସ୍ୱାଗତ ଭାଷଣ, ଶିକ୍ଷୟିତ୍ରୀ ତିଳୋତମା ବେହେରା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ସତ୍ୟବତୀ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ବ୍ଲକ ଶିକ୍ଷାଧିକାରୀ ଶ୍ରୀମତୀ ସସ୍ମିତା ମାଳି, ମୁଖ୍ୟବକ୍ତା ବିଶିଷ୍ଟ ବୈଜ୍ଞାନିକ ବଙ୍କିମଚନ୍ଦ୍ର ତ୍ରିପାଠୀ, ସମ୍ମାନିତ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ରବିନ୍ଦ୍ରନାଥ ସାହୁ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ପ୍ରଧାନଶିକ୍ଷକ ଶତ୍ରୁଘ୍ନ ସାହୁ, ଶୈଳବାଳା ଦାସ, ଚକ୍ରଧର ତ୍ରିପାଠୀ, ନିବେଦିତା ତ୍ରିପାଠୀ, ଲିପିକା ଚୌଧୁରୀ, ଶିକ୍ଷାବିତ୍ ପ୍ରସନ୍ନ କୁମାର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ନିଜ ବକ୍ତବ୍ୟରେ ସାମ୍ପ୍ରତିକ ସ୍ଥିତିରେ ସହରାଞ୍ଚଳରେ ଅଭିଭାବକ ମାନେ ନିଜ ପିଲାଙ୍କୁ ଘରୋଇ ବିଦ୍ୟାଳୟରେ ପଢାଉଥିବା ବେଳେ ଏହି ବିଦ୍ୟାଳୟରେ ୧୨୦ଜଣ ବିଦ୍ୟାର୍ଥୀ ଅଧ୍ୟୟନ କରୁଥିବାରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ସେ ପଢିଥିବା ପ୍ରାଥମିକ ବିଦ୍ୟାଳୟ ତୀର୍ଥକ୍ଷେତ୍ର ବୋଲି ମତ ଦେଇ ତାହାର ବିକାଶରେ ସମସ୍ତେ ସହଯୋଗର ହାତ ବଢାଇବା ଉଚିତ୍ ବୋଲି ସମସ୍ତଙ୍କୁ ନିବେଦନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଗାୟତ୍ରୀ ପାତ୍ର, ପ୍ରାକ୍ତନ ଛାତ୍ର ସୁନାକର ମହାରଣା, ଜ୍ୟୋର୍ତିବିଜ୍ଞାନୀ ପଣ୍ଡିତ ପ୍ରେମାନନ୍ଦ ସେନାପତି, ସଂକୀର୍ତନ ସେବକ ଲକ୍ଷ୍ମୀଧର ବେହେରା, ଆଡଭୋକେଟ୍ ସଚ୍ଚିଦାନନ୍ଦ ମହାପାତ୍ର, ଜଗନ୍ନାଥ ସାହୁ, ଅଲେଖ କାଣ୍ଡି ପ୍ରମୁଖ ଉପସ୍ଥିତ ରହି ନିଜ ବକ୍ତବ୍ୟରେ ଏହି ବିଦ୍ୟାଳୟର ଛାତ୍ର ହୋଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ ଓ ଅରୁଣ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ବିଭିନ୍ନ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ଓ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଥିଲା । ଆସନ୍ତା ୩୧ ତାରିଖରେ ଅବସର ଗ୍ରହଣ କରୁଥିବା ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ମନୋରମା କର ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଦ୍ୟାଳୟର ଶତବାର୍ଷିକୀ ସଫଳତାର ସହିତ ପାଳନ କରିବା ସଙ୍ଗେ ସଙ୍ଗେ ନିଷ୍ଠାର ସହ ଦାୟିତ୍ୱ ସମ୍ପାଦନ କରିଥିବାରୁ ତାଙ୍କୁ ବିଦ୍ୟାଳୟର ଛାତ୍ରଛାତ୍ରୀ, ପୂର୍ବତନ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କ ତରଫରୁ ଭାବପୂର୍ଣ୍ଣ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ତାଙ୍କର ଦୀର୍ଘ ସୁସ୍ଥ ଓ ନିରାମୟ ଜୀବନ କାମନା କରାଯାଇ ତାଙ୍କୁ ଉତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ

କଟକ,୨୩/୦୨/୨୦୨୦ (ଓଡ଼ିଶା ସମାଚାର)- ନୂଆବଜାରସ୍ଥିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ …

Leave a Reply

Your email address will not be published. Required fields are marked *