Monday , February 24 2020
Home / କ୍ରୀଡ଼ା / ହରିକୃଷ୍ଣ ଉଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ

ହରିକୃଷ୍ଣ ଉଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ

 ତାରପୁର, ୨୫/୦୧/୨୦୨୦ (ଓଡ଼ିଶା ସମାଚାର)-ରଘୁନାଥପୁର ବ୍ଲକ୍ ଶିକ୍ଷା ମଣ୍ଡଳ ଅଧିନରେ ଥିବା ବର୍ତି ପାଟେଣିଗାଁ ସ୍ଥିତ ହରିକୃଷ୍ଣ ସରକାରୀ ଉଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ୩ ଦିନ ଧରି ଏହି କ୍ରୀଡ଼ାରେ  ସ୍କୁଲ ର ଛାତ୍ର ଛାତ୍ରୀମାନେ ୧୦୦ ମିଟର ଦୌଡ଼, ୨୦୦ ମିଟର ଦୌଡ଼, ଲମ୍ବ ଡ଼ିଆଁ,  ଉଚ ଡ଼ିଆଁ.  ସଟଫୁଟ, ଡ଼ିସକସ ଥ୍ରୋ, ଜାଭଲିନ ଥ୍ରୋ ଆଦି କ୍ରୀଡ଼ାରେ ଭାଗ ନେଇଥିଲେ । ଆଜି ଏହାର ପୁରସ୍କାର ବିତରଣ ଉତ୍ସବ ସ୍କୁଲ ର ଦାୟିତ୍ୱରେ ଥିବା ପ୍ରଧାନ ଶିକ୍ଷୟିତ୍ରୀ ରୀତା ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଂଚ ଜାନକୀ ବଲଭ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କୁ ଶିକ୍ଷା ସହିତ କ୍ରୀଡ଼ାରେ ମଧ୍ୟ ଭଲ ପ୍ରଦର୍ଶନ କରି ନିଜ ଜିଲା,  ରାଜ୍ୟ ତଥା ଦେଶରେ ନାଁ କରିବା ପାଇଁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ  ମହେଶ୍ୱର ଉଚ ବିଦ୍ୟାଳୟର ଶିକ୍ଷକ ରାଜକିଶୋର ସାହୁ, ମୋ ସ୍କୁଲ ଅଭିଯାନର ସଭାପତି ଭଗବାନ ସ୍ୱାଇଁ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ମୁରଲୀ ଧର ମହାନ୍ତି, ଯଦୁନାଥ ଜେନା, ସିଆରସିସି ସୋନା ମହାନ୍ତି,  ରାମଚନ୍ଦ୍ର ସ୍ୱାଇଁ , ନରେନ୍ଦ୍ରନାଥ ସ୍ୱ।।ଇଁ, ସୌଦାମିନୀ ସେଠୀ ପ୍ରମୁଖ ଯୋଗଦେଇ ପିଲା ମାନଙ୍କୁ ସମ୍ପର୍କ ସମ୍ପର୍କରେ ନିଜ ନିସଜର ବକ୍ତବ୍ୟ ପ୍ରଦାନ କରିଥିଲେ । ବିଭିନ୍ନ ବିଭାଗରେ ଚମ୍ପିଆନ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶ୍ରୀକାନ୍ତ କୁମାର ପଟନାୟକ ଧନ୍ୟବାଦ ଅର୍ପଶ କରିଥିଲେ ।  ଶିକ୍ଷକ ଇଲାବନ୍ତ ନାୟକ, ଦିଲିପ କୁମାର ମହାନ୍ତି, ପ୍ରଦରନ କୁମାର ବାରିକ, ସତ୍ୟବତୀ ଲେଙ୍କା, ନୀରୂପମା ରାଉତ, ସ୍ମିତାରାଣୀ କୁଣ୍ଡୁ , ସ୍ୱାଗତିକା ନାଥ ଗାୟତ୍ରୀ ରାଉତ, ବିଭୁତି ମିଶ୍ର, ପ୍ରମୋଦ କୁମାର ସ୍ୱାଇଁ , ଅରକ୍ଷିତ ପଣ୍ଡା, ସତୃଘନ ସେଠୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ଓଡ଼ିଶା ସମାଚାର

About admin

Check Also

କେନ୍ଦ୍ରାପଡାକଲେଜ ଇଂରାଜୀସମ୍ମାନ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

କେନ୍ଦ୍ରାପଡା, ୨୩/୦୨/୨୦୨୦ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ରବିବାର ପୂର୍ବାହ୍ନରେ “ଉପନିବେଶ ଯୁଗରୁ ଜଗତୀକରଣ …

Leave a Reply

Your email address will not be published. Required fields are marked *