Friday , September 20 2019
Breaking News
Home / ବିଶେଷ / ହଜିଥିବା ଟଙ୍କା ବ୍ୟାଗ ଫେରି ପାଇଲେ ବ୍ୟବସାୟୀ

ହଜିଥିବା ଟଙ୍କା ବ୍ୟାଗ ଫେରି ପାଇଲେ ବ୍ୟବସାୟୀ

ପାରାଦୀପ ୧୩/୦୮/୨୦୧୯(ଓଡ଼ିଶା ସମାଚାର)-ପାରାଦୀପ ବଡପଡିଆ ଠାରେ ଏକ ଓମଫେଡ ଷ୍ଟଲକୁ ଚା ପିଇବାକୁ ଆସିଥିଲେ ପାରାଦୀପ ଅଠରବାଙ୍କୀ ନିକଟସ୍ଥ ତାରିଣୀଗଡାର ଜୈନକ ବ୍ୟବସାୟୀ ଅୁରପ କୁମାର ଡାକୁଆ । ମଙ୍ଗଳବାର ପୂର୍ବାହ୍ନରେ ଚା ପିଇସାରିବା ପରେ ଅରୁପ ସେଠାରେ ନିଜର ଏକ ବ୍ୟାଗ ଛାଡି ଚାଲିଯାଇଥିଲେ । ବ୍ୟାଗଟି ବହୁ ସମୟ ସେଠାରେ ପଡି ରହିବା ପରେ ସ୍ଥାନୀୟ ବ୍ୟବସାୟୀ ପ୍ରକାଶ କୁମାର ସାହୁ ଏହି ବ୍ୟାଗ ଖୋଲି ଦେଖିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କର ଠିକଣା ପାଇଥିଲେ । କିଛି ସମୟ ପରେ ସମୃକ୍ତ ବ୍ୟବସାୟୀ ଅରୁପ ସେଠାରେ ପହଁଂଚିିଥିଲେ, ଏବଂ ବ୍ୟାଗ ତାଙ୍କର ବୋଲି ଦାବି କରିଥିଲେ । ସେଠାରେ ଥିବା ସିସିଟିଭି ଫୁଟେଜ ଦେଖିବା ପରେ ବ୍ୟାଗଟି ଅରୁପଙ୍କର ବୋଲି ପ୍ରମାଣିତ ହୋଇଥିଲା । ବ୍ୟାଗରେ ୬୪ହଜାର ଟଙ୍କା ଓ ଅରୁପଙ୍କର ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ସୁରକ୍ଷିତ ଭାବରେ ଥିଲା । ସ୍ଥାନୀୟ ବ୍ୟବସାୟୀ ମାନଙ୍କ ଉପସ୍ଥିତିରେ ପ୍ରକାଶ ଏହି ବ୍ୟାଗ ଅରୁପଙ୍କୁ ହସ୍ତାନ୍ତିରିତ କରିଥିଲେ । ପ୍ରକାଶଙ୍କର ଏହି ଉଦ୍ୟମକୁ ଅରୁପଙ୍କ ସମେତ ସ୍ଥାନୀୟ ବ୍ୟବସାୟୀ ମାନେ ସାଧୁବାଦ ଜଣାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ଟପ୍ପରଙ୍କୁ ସମ୍ବର୍ଦ୍ଧିତ କଲେ ଜିଲାପାଳ

କେନ୍ଦ୍ରାପଡା, ୨୦/୦୯/୨୦୧୯(ଓଡ଼ିଶା ସମାଚାର)-ଆଇସିଏସଇ ବୋର୍ଡ ପରୀକ୍ଷାରେ ଜିଲା ଟପ୍ପର ଏବଂ ରାଜ୍ୟରେ ଦ୍ୱିତୀୟ ହୋଇଥିବା ଛାତ୍ର ମହାକାଳପଡା ଥାନା ଅନ୍ତର୍ଗତ …

Leave a Reply

Your email address will not be published. Required fields are marked *